ଜଳସୁରକ୍ଷା ଓ ସୁସ୍ଥ ଜୀବନ

ପ୍ରକୃତି ଓ ପରିବେଶକୁ ସୁରକ୍ଷା ନିମନ୍ତେ ‘ଜଳ’ ହିଁ ମୁଖ୍ୟ ଉପାଦାନ lଜଳ ବିନା ଉଦ୍ଭିଦ ଓ ପ୍ରାଣୀ ଜଗତ ତଥା ମନୁଷ୍ୟ ସଭ୍ୟତା ପୃଥିବୀ ପୃଷ୍ଠରେ ତିଷ୍ଠିରହିବା ଅସମ୍ଭବ ।
ସାଧାରଣତଃ ଆମେ ପ୍ରାକୃତିକ ଉପାୟରେ ବୃଷ୍ଟିପାତ ହେତୁ ଏବଂ ଭୂଗର୍ଭରୁ-ଏପରି ଦୁଇ ପ୍ରକାର ମାଧ୍ୟମରେ ଜଳ ପାଇଥାଉ। ଉକ୍ତ ଜଳକୁ ସାଇତି ରଖିବା ଓ ଦୂଷିତ ହେବାରୁ ରକ୍ଷା କରି ଏହାକୁ ସଦ୍‌ବିନିଯୋଗ କରିବା ନିମନ୍ତେ ଆମେ ସର୍ବଦା ଯତ୍ନବାନ ହେବା ଜରୁରୀ। କିନ୍ତୁ ଆମେ ଜଳକୁ ଅଯଥା ଅପଚୟ କରିବା ସହ ବେଳେବେଳେ ପିଇବା ପାଇଁ ଆସୁଥିବା ପାଣି ଟ୍ୟାପ୍‌କୁ ଖୋଲା ରଖିଦେଇଥାଉ, ଯଦ୍ଦ୍ବାରା ବହୁ ସମୟଧରି ଜଳ ଅଯଥା ପ୍ରବାହିତ ହୋଇଥାଏ। ଜଳ ଆମର ପ୍ରାକୃତିକ ସମ୍ପଦ। ଏହାକୁ ସୁରକ୍ଷା ଦେବାସହ ପରିଷ୍କାର ପରିଚ୍ଛନ୍ନତା ତଥା ସ୍ବଚ୍ଛତା ରକ୍ଷା କରିବା ନିମନ୍ତେ ସବୁ ବର୍ଗର ଜନସାଧାରଣ ଉଦ୍ୟମ ଜାରି ରଖିବା ଉଚିତ l ଯଦ୍ଦ୍ବାରା ଭୂଗର୍ଭରୁ ଆମେ ସ୍ବଚ୍ଛ ଓ ପରିଷ୍କାର ଜଳ ପାଇବା ସହ ସୁସ୍ଥ ଜୀବନ ବିତାଇପାରିବା।
ସ୍ବଚ୍ଛ ଜଳ ହିଁ ସୁସ୍ଥ ଜୀବନ ପାଇଁ ଅପରିହାର୍ଯ୍ୟ।
ଏଥିପାଇଁ ଜଳ ସମ୍ପଦକୁ ସୁରକ୍ଷା ଦେବା, ଭୂଗର୍ଭରୁ ସ୍ବଚ୍ଛ ଜଳ ପାଇବା ସହ ସୁସ୍ଥ ଜୀବନ ବିତାଇବା ଲାଗି ସର୍ବସାଧାରଣଙ୍କୁ ସଚେତନତା କରିବା ନିମନ୍ତେ ୧୯୯୩ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ତାରିଖକୁ ‘ବିଶ୍ୱ ଜଳ
ଦିବସ’ ଭାବେ ପାଳନ କରାଯାଇ ଆସୁଅଛି। ଏହି ଦିବସକୁ ଭାରତରେ ମଧ୍ୟ ଆମେ ଆନୁଷ୍ଠାନିକ ଭାବେ ପାଳନ କରିଆସୁଛେ।
ଜଳକୁ ସଦ୍‌ବିନିଯୋଗ କରିବା, ଅପଚୟ ନ କରିବା, ଜଳାଶୟକୁ ଦୂଷିତ ମୁକ୍ତ, ସ୍ବଚ୍ଛ ଓ ପରିଷ୍କାର ରଖିବା ଦ୍ୱାରା ହିଁ ପ୍ରତିବର୍ଷ ପାଳନ କରାଯାଉଥିବା ବିଶ୍ୱ ଜଳ ଦିବସର ମହତ୍‌ ଉଦ୍ଦେଶ୍ୟ ପୂରଣ ହୋଇପାରିବ। ଏହାଦ୍ୱାରା ଆମେ ଦୈନନ୍ଦିନ ବ୍ୟବାହାର ନିମନ୍ତେ ସ୍ବଚ୍ଛଜଳ ପାଇପାରିବା। ଏହାକୁ ସେବନ କରି ବିଭିନ୍ନ ରୋଗରୁ ରକ୍ଷା ପାଇବା ଓ ସୁସ୍ଥ ତଥା ଦୀର୍ଘାୟୁ ହୋଇପାରିବା। ସ୍ବଚ୍ଛଜଳ ହିଁ ଶରୀର ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ସହାୟକ ହୋଇଥାଏ। ଆମେ ସୁଷମ ଖାଦ୍ୟ ଖାଇବା ସହ ଆବଶ୍ୟକ ମୁତାବକ ପାଣି ପିଇବା ଦରକାର। କାରଣ ସୁସ୍ଥ ରହିବା ପାଇଁ ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିବା ଜରୁରୀ। ଦୂଷିତ ଜଳ ସେବନ ଶରୀରରେ ରୋଗ ସୃଷ୍ଟିର ମୂଳକାରଣ।
ଜଳକୁ ସାଇତି ରଖିବା ପାଇଁ ନଦୀର ଜଳକୁ ବନ୍ଧାଇ ରଖିବା, ପ୍ରବାହିତ ଜଳକୁ ବନ୍ଧ ବାନ୍ଧିବା, ବର୍ଷାଦିନେ ଜଳକୁ ସାଇତି ରଖିବା ତଥା ବର୍ଷା ଜଳକୁ ଘରର ଛାତ ଉପରେ ବିଭିନ୍ନ ଉପାୟରେ ସଂରକ୍ଷିତ କରି ସଦ୍‌ବିନିଯୋଗ କରିବା ହିଁ ବିଶ୍ୱ ଜଳ ଦିବସର ମୂଳ ଉଦ୍ଦେଶ୍ୟ। ତେଣୁ ଆମେ ସମସ୍ତେ ମାନସିକ ସ୍ତରରେ ଏକାଠି ହୋଇ ହାତକୁ ହାତ ମିଶାଇ ଜଳକୁ ପରିଷ୍କାର ଏବଂ ସ୍ବଚ୍ଛ ରଖିବା ନିମନ୍ତେ ବିଶ୍ୱ ଜଳ ଦିବସ ଅବସରରେ ଶପଥ ନେବା, ଯଦ୍ଦ୍ବାରା ବର୍ତ୍ତମାନ ଓ ଆଗାମୀ ପିଢ଼ି ପାଇଁ ଜଳ ସୁରକ୍ଷା ନିମନ୍ତେ ସଚେତନତା ବାର୍ତ୍ତା ସମସ୍ତେ ପାଇପାରିବା ସହ ବିଶ୍ୱ ଜଳ ଦିବସ ପାଳନର ଅସଲ ଉଦ୍ଦେଶ୍ୟ ପୂରଣ ହୋଇ ପାରିବ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri