ଜଳସୁରକ୍ଷା ଓ ସୁସ୍ଥ ଜୀବନ

ପ୍ରକୃତି ଓ ପରିବେଶକୁ ସୁରକ୍ଷା ନିମନ୍ତେ ‘ଜଳ’ ହିଁ ମୁଖ୍ୟ ଉପାଦାନ lଜଳ ବିନା ଉଦ୍ଭିଦ ଓ ପ୍ରାଣୀ ଜଗତ ତଥା ମନୁଷ୍ୟ ସଭ୍ୟତା ପୃଥିବୀ ପୃଷ୍ଠରେ ତିଷ୍ଠିରହିବା ଅସମ୍ଭବ ।
ସାଧାରଣତଃ ଆମେ ପ୍ରାକୃତିକ ଉପାୟରେ ବୃଷ୍ଟିପାତ ହେତୁ ଏବଂ ଭୂଗର୍ଭରୁ-ଏପରି ଦୁଇ ପ୍ରକାର ମାଧ୍ୟମରେ ଜଳ ପାଇଥାଉ। ଉକ୍ତ ଜଳକୁ ସାଇତି ରଖିବା ଓ ଦୂଷିତ ହେବାରୁ ରକ୍ଷା କରି ଏହାକୁ ସଦ୍‌ବିନିଯୋଗ କରିବା ନିମନ୍ତେ ଆମେ ସର୍ବଦା ଯତ୍ନବାନ ହେବା ଜରୁରୀ। କିନ୍ତୁ ଆମେ ଜଳକୁ ଅଯଥା ଅପଚୟ କରିବା ସହ ବେଳେବେଳେ ପିଇବା ପାଇଁ ଆସୁଥିବା ପାଣି ଟ୍ୟାପ୍‌କୁ ଖୋଲା ରଖିଦେଇଥାଉ, ଯଦ୍ଦ୍ବାରା ବହୁ ସମୟଧରି ଜଳ ଅଯଥା ପ୍ରବାହିତ ହୋଇଥାଏ। ଜଳ ଆମର ପ୍ରାକୃତିକ ସମ୍ପଦ। ଏହାକୁ ସୁରକ୍ଷା ଦେବାସହ ପରିଷ୍କାର ପରିଚ୍ଛନ୍ନତା ତଥା ସ୍ବଚ୍ଛତା ରକ୍ଷା କରିବା ନିମନ୍ତେ ସବୁ ବର୍ଗର ଜନସାଧାରଣ ଉଦ୍ୟମ ଜାରି ରଖିବା ଉଚିତ l ଯଦ୍ଦ୍ବାରା ଭୂଗର୍ଭରୁ ଆମେ ସ୍ବଚ୍ଛ ଓ ପରିଷ୍କାର ଜଳ ପାଇବା ସହ ସୁସ୍ଥ ଜୀବନ ବିତାଇପାରିବା।
ସ୍ବଚ୍ଛ ଜଳ ହିଁ ସୁସ୍ଥ ଜୀବନ ପାଇଁ ଅପରିହାର୍ଯ୍ୟ।
ଏଥିପାଇଁ ଜଳ ସମ୍ପଦକୁ ସୁରକ୍ଷା ଦେବା, ଭୂଗର୍ଭରୁ ସ୍ବଚ୍ଛ ଜଳ ପାଇବା ସହ ସୁସ୍ଥ ଜୀବନ ବିତାଇବା ଲାଗି ସର୍ବସାଧାରଣଙ୍କୁ ସଚେତନତା କରିବା ନିମନ୍ତେ ୧୯୯୩ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ତାରିଖକୁ ‘ବିଶ୍ୱ ଜଳ
ଦିବସ’ ଭାବେ ପାଳନ କରାଯାଇ ଆସୁଅଛି। ଏହି ଦିବସକୁ ଭାରତରେ ମଧ୍ୟ ଆମେ ଆନୁଷ୍ଠାନିକ ଭାବେ ପାଳନ କରିଆସୁଛେ।
ଜଳକୁ ସଦ୍‌ବିନିଯୋଗ କରିବା, ଅପଚୟ ନ କରିବା, ଜଳାଶୟକୁ ଦୂଷିତ ମୁକ୍ତ, ସ୍ବଚ୍ଛ ଓ ପରିଷ୍କାର ରଖିବା ଦ୍ୱାରା ହିଁ ପ୍ରତିବର୍ଷ ପାଳନ କରାଯାଉଥିବା ବିଶ୍ୱ ଜଳ ଦିବସର ମହତ୍‌ ଉଦ୍ଦେଶ୍ୟ ପୂରଣ ହୋଇପାରିବ। ଏହାଦ୍ୱାରା ଆମେ ଦୈନନ୍ଦିନ ବ୍ୟବାହାର ନିମନ୍ତେ ସ୍ବଚ୍ଛଜଳ ପାଇପାରିବା। ଏହାକୁ ସେବନ କରି ବିଭିନ୍ନ ରୋଗରୁ ରକ୍ଷା ପାଇବା ଓ ସୁସ୍ଥ ତଥା ଦୀର୍ଘାୟୁ ହୋଇପାରିବା। ସ୍ବଚ୍ଛଜଳ ହିଁ ଶରୀର ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ସହାୟକ ହୋଇଥାଏ। ଆମେ ସୁଷମ ଖାଦ୍ୟ ଖାଇବା ସହ ଆବଶ୍ୟକ ମୁତାବକ ପାଣି ପିଇବା ଦରକାର। କାରଣ ସୁସ୍ଥ ରହିବା ପାଇଁ ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିବା ଜରୁରୀ। ଦୂଷିତ ଜଳ ସେବନ ଶରୀରରେ ରୋଗ ସୃଷ୍ଟିର ମୂଳକାରଣ।
ଜଳକୁ ସାଇତି ରଖିବା ପାଇଁ ନଦୀର ଜଳକୁ ବନ୍ଧାଇ ରଖିବା, ପ୍ରବାହିତ ଜଳକୁ ବନ୍ଧ ବାନ୍ଧିବା, ବର୍ଷାଦିନେ ଜଳକୁ ସାଇତି ରଖିବା ତଥା ବର୍ଷା ଜଳକୁ ଘରର ଛାତ ଉପରେ ବିଭିନ୍ନ ଉପାୟରେ ସଂରକ୍ଷିତ କରି ସଦ୍‌ବିନିଯୋଗ କରିବା ହିଁ ବିଶ୍ୱ ଜଳ ଦିବସର ମୂଳ ଉଦ୍ଦେଶ୍ୟ। ତେଣୁ ଆମେ ସମସ୍ତେ ମାନସିକ ସ୍ତରରେ ଏକାଠି ହୋଇ ହାତକୁ ହାତ ମିଶାଇ ଜଳକୁ ପରିଷ୍କାର ଏବଂ ସ୍ବଚ୍ଛ ରଖିବା ନିମନ୍ତେ ବିଶ୍ୱ ଜଳ ଦିବସ ଅବସରରେ ଶପଥ ନେବା, ଯଦ୍ଦ୍ବାରା ବର୍ତ୍ତମାନ ଓ ଆଗାମୀ ପିଢ଼ି ପାଇଁ ଜଳ ସୁରକ୍ଷା ନିମନ୍ତେ ସଚେତନତା ବାର୍ତ୍ତା ସମସ୍ତେ ପାଇପାରିବା ସହ ବିଶ୍ୱ ଜଳ ଦିବସ ପାଳନର ଅସଲ ଉଦ୍ଦେଶ୍ୟ ପୂରଣ ହୋଇ ପାରିବ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୭।୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri