ମନ୍ଥର ଗତିରେ ଚାଲିଛି ଜଳ ପ୍ରକଳ୍ପ କାର୍ଯ୍ୟ

ରାଉରକେଲା,୧୨।୧୦ (ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ୨ଟି ବୃହତ୍ତ ଜଳଯୋଗାଣ ପ୍ରକଳ୍ପର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଫଳରେ ୩ଲକ୍ଷ ଲୋକଙ୍କ ପାଖକୁ ବିଶୁଦ୍ଧ ପାନୀୟଜଳ ପହଞ୍ଚାଇବା ଉଦ୍ଦେଶ୍ୟ ସଫଳ ହୋଇପାରିନାହିଁ। ରାଜ୍ୟ ସରକାର ସହରରୁ ଗ୍ରାମାଞ୍ଚଳ ଯାଏ ପ୍ରତ୍ୟେକ ଘରକୁ ଯେଭଳି ବିଶୁଦ୍ଧ ପାନୀୟଜଳ ପହଞ୍ଚିବ ସେଥିପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରତି ଘରକୁ ଘର ଟ୍ୟାପ ଏବଂ ପାଇପ ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ କିଭଳି ସୁରକ୍ଷିତ ଏବଂ ନିରବଚ୍ଛିନ୍ନ ଭାବରେ ପହଞ୍ଚି ପାରିବ ସେଥିପାଇଁ ବହୁ ବୃହତ୍ତ ଜଳପ୍ରକଳ୍ପ ନିର୍ମାଣ ହେଉଛି। ରାଉରକେଲାରେ ଦୁଇ ବୃହତ୍ତ ଜଳପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନାହିଁ। ଜଳନିଗମକୁ ଆର୍ଥିକ ବର୍ଷ ୨୦୨୦-୨୧ରେ ବିଶୁଦ୍ଧ ପାନୀୟ ଜଳ ସୁରକ୍ଷିତ ଭାବରେ ସହରର ୨୨ଟି ଜୋନକୁ ପହଞ୍ଚାଇବା ନିମନ୍ତେ ଜଳପ୍ରକଳ୍ପ ନିର୍ମାଣ ପାଇଁ ୧୨୯କୋଟି ୬୪ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିଲା। ୨୪ଘଣ୍ଟା ଟ୍ୟାପ ଯୋଗେ ମହାନଗର ନିଗମର ୩ଲକ୍ଷ ଲୋକଙ୍କୁ ଦୈନିକ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ଆର୍ଥିକ ବର୍ଷ ୨୦୨୨-୨୩ରେ ଏକ୍ସ-୭ ଜଳ ବିତରଣ ଯୋଜନାରେ ୬କୋଟି ୫୮ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲାା ମାତ୍ର ଏହା ମଧ୍ୟେ ବିଭାଗ ତରଫରୁ ଜଳ ପ୍ରକଳ୍ପ ନିର୍ମାଣ ସମ୍ପାଦନର ୨୮ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନ କାର୍ଯ୍ୟ ସମ୍ପାଦିତ ହୋଇ ସାରିଥିବାବେଳେ,ଜଳ ବିଶୋଧନ ପ୍ଲାଣ୍ଟ ଫିଲ୍ଟର ହାଉସ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ମନ୍ଥର ଗତିରେ ଚାଲିଛି। ରାଉରକେଲାର ଦହିପୋଷ, ପାନପୋଷର ଜୋନ-୧୧, ଛେଣ୍ଡ-୧, ନବକୃଷ୍ଣନଗର ଜୋନ-୩୦, ବେଦବ୍ୟାସ ଜୋନ-୩୫, ଝାଡତରଙ୍ଗ ଜୋନ-୩୬, ଟିମ୍ବର କଲୋନୀ ଜୋନ-୧୫, ମଧୁସୂଦନପାଲ୍ଲୀ ଜୋନ-୧୬, ଜବାହାରନଗର ଜୋନ-୨୭ ପ୍ରମୁଖ ସ୍ଥାନରେ ଜଳପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏହିଭଳି ଭାବେ ଏକ୍ସ-୭ ଜଳ ବିତରଣ ଯୋଜନାରେ ଆରଏମ୍‌ସି ଅଧିନ ୪୦ଟି ଓ୍ବାଡରେ ଟ୍ୟାପ ଯୋଗେ ୨୪ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ପ୍ରଦାନ ହେବା ଧାର୍ଯ୍ୟ ଥିବାବେଳେ ପ୍ରକଳ୍ପର ଆନୁସାଙ୍ଗିକ କାର୍ଯ୍ୟମାନ ବାକି ରହିଛି। ଏକ୍ସ-୭ ଯୋଜନା ମୁତାବକ ପ୍ରକଳ୍ପ କାର୍ଯ୍ୟାରମ୍ଭ ୩୦।୪।୨୩ରିଖରେ ହୋଇଥିବାବେଳେ ନିର୍ମାଣ ସମ୍ପୂର୍ଣ୍ଣ ଅବଧି ୨୮।୯।୨୩ରିଖ ଯାଏଁ ରହିଥିଲା। ମାତ୍ର ଇତିମଧ୍ୟେ ପ୍ରକଳ୍ପର ସମ୍ପୂର୍ଣ୍ଣ ହେବା ଅବଧି ପୁରି ସାରିଥିବାବେଲେ ଆର୍‌ଏମସିର ୩ଲକ୍ଷ ଲୋକଙ୍କ ପାନୀୟ ଜଳ ଜନିତ ସମସ୍ୟାଦି ଦୂରୀକରଣ କରିବା ସରକାରଙ୍କ ଉଦ୍ଦେଶ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ମନ୍ଥରତା ପ୍ରତିବନ୍ଧକ ସାଜୁଥିବା ଅଭିଯୋଗ ହେଉଛି। ଏନେଇ ରାଉରକେଲା ଓ୍ବାଟକୋ ମୁଖ୍ୟ ପରିଚାଳକ ପ୍ରତାପ କେଶରୀ ମହାନ୍ତିଙ୍କୁ ପଚାରିବାରୁ କହିଲେ, ଉଭୟ ପ୍ରକଳ୍ପ ମହାନଗର ନିଗମବାସୀଙ୍କ ପାନୀୟଜଳ ଜନିତ ହିତ ସାଧନ ନେଇ ହେଉଛି। ନିର୍ମାଣ କାର୍ଯ୍ୟ ଠିକ ଓ ଉକୃଷ୍ଟ ମାନର ହେବା ସହିତ ଯେଭଳି ଦୀର୍ଘସ୍ଥାୟୀ ରହିବ ସେ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ଉଭୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଯତ୍ନଶୀଳ ଭାବେ କରାଯାଉଛି। ତୁରନ୍ତ ଉଭୟ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri