ଚାଷୀଙ୍କ କାମରେ ଲାଗୁନି ପାଣି ପଞ୍ଚାୟତ ଯୋଜନା

ଖଣ୍ଡପଡ଼ା,୮ା୫(ସ୍ବ.ପ୍ର.): କୃଷକମାନଙ୍କ ଆର୍ଥତ୍କ ଏବଂ ସାମାଜିକ ସ୍ଥିତିର ଉନ୍ନତି ସହ କୃଷି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ବିଭିନ୍ନ ଅଞ୍ଚଳରେ ଥିବା ଉଠା ଜଳସେଚନ ପଏଣ୍ଟଗୁଡ଼ିକୁ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ଉକ୍ତ ପ୍ରକଳ୍ପଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ନୟାଗଡ଼ ଜିଲା କଣ୍ଟିଲୋ ନିକଟ ବଡ଼ବାଣପୁରରେ ଥିବା ଏକ ବୃହତ୍‌ ଉଠାଜଳସେଚନ ପଏଣ୍ଟର ବିଦ୍ୟୁତ୍‌ ମୋଟର ପମ୍ପଟି ବିଗତ ବନ୍ୟା ସମୟରେ ପ୍ରାୟ ୮ ଫୁଟ ଉଚ୍ଚର ବାଲି ମଧ୍ୟରେ ପୋତି ହୋଇଯାଇଥିଲା। ସମ୍ପ୍ରତି ମହାନଦୀ ଶୁଖିଲା ପଡ଼ିଥିବାରୁ ପ୍ରକଳ୍ପଟି ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି।
ନିଗମ ଭୁବନେଶ୍ୱର ପକ୍ଷରୁ କଣ୍ଟିଲୋ, ବଡ଼ବାଣପୁର, ରତନପୁର, ଘଣାଶାଳିଆ, ବଳରାମପ୍ରସାଦ, ପତୁରିଆ ଓ ଗଣିଆ ଆଦି ଅଞ୍ଚଳରେ ୨୫ରୁ ଊର୍ଦ୍ଧ୍ୱ ରିଭର ଲିଫ୍ଟ ଉଠାଜଳସେଚନ ପଏଣ୍ଟ ୧୯୯୪ ମସିହାରେ ଜର୍ମାନୀ ସରକାରଙ୍କ ପକ୍ଷରୁ ଓଡ଼ିଶା ସରକାରଙ୍କ ମାଧ୍ୟମରେ ପ୍ରାୟ ୧ଶହ କୋଟି ଟଙ୍କା ଅନୁଦାନ ପ୍ରଦାନରେ ନିର୍ମାଣ କରାଯାଇଥିଲା। ଏହି ଅନୁଦାନ ମଧ୍ୟରୁ ଓଡ଼ିଶା ସରକାର କଣ୍ଟିଲୋ ନିକଟସ୍ଥ ବଡ଼ବାଣପୁର, ଗଣିଆ ବ୍ଲକର ରାଉତପଡା, ମାଳତୀପୁଟ ଓ ଈଶ୍ୱରପୁରଠାରେ ଯଥାକ୍ରମେ ୫୨ଲକ୍ଷ ୮୭ହଜାର ୬ଶହ ଟଙ୍କା, ୬୦ଲକ୍ଷ ୨୪ହଜାର, ୫୧ଲକ୍ଷ ୫୦ ହଜାର ଓ ୬୫ ଲକ୍ଷ ୬୫ ହଜାର ଟଙ୍କା ଏହିପରି ପ୍ରାୟ ୨କୋଟି ୩୦ଲକ୍ଷ ଟଙ୍କା ବ୍ୟୟରେ ୪ଟି ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ମାତ୍ର ଏହି ପ୍ରକଳ୍ପଗୁଡିକ ମଧ୍ୟରୁ କେବଳ ବଡ଼ବାଣପୁର ବ୍ୟତୀତ ଅନ୍ୟ ସମସ୍ତ ପ୍ରକଳ୍ପ ନିର୍ମାଣ ପରଠାରୁ ଅକାମୀ ହୋଇ ଚାଷୀମାନଙ୍କ କାର୍ଯ୍ୟରେ ଆସୁନାହିଁ। ସରକାରଙ୍କ ଯୋଜନାକ୍ରମେ ବଡ଼ବାଣପୁରଠାରେ ମହାନଦୀ କୂଳରେ ନିର୍ମିତ ହୋଇଥିବା ବୃହତ୍‌ ଉଠାଜଳସେଚନ ପଏଣ୍ଟ ଅଧୀନରେ ଥିବା କଣ୍ଟିଲୋ, ବାଣପୁର ଓ ବେଣାଗାଡିଆ ଅଞ୍ଚଳର ପ୍ରାୟ ୮ ଶହରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ନେଇ ମା’ ଶୁଳିଆ ଠାକୁରାଣୀ ପାଣି ପଞ୍ଚାୟତ ଗଠନ ହୋଇ ୨୦୦୬ ମସିହାରେ ପ୍ରକଳ୍ପର ଦାୟିତ୍ୱ ଦିଆଯାଇଥିଲା। ଉକ୍ତ ପ୍ରକଳ୍ପର ମହାନଦୀ କୂଳରେ ଥିବା ପମ୍ପ ହାଉସ ମଧ୍ୟରେ ୨ଟି ଲେଖାଏ ୪୦ ଅଶ୍ୱଶକ୍ତି ସମ୍ପନ୍ନ ମୋଟର ପମ୍ପ ବସାଯାଇ ୪୫୦ ଏକର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ମାତ୍ର ଏହି ମୋଟର ପମ୍ପଗୁଡ଼ିକ ଅକାମୀ ଯୋଗୁ ପାଣି ପଞ୍ଚାୟତ ସଦସ୍ୟମାନଙ୍କ ବହୁ ଦାବି ପରେ ୨୦୦୯ ମସିହାରେ ଏହି ପ୍ରକଳ୍ପର ଇନ୍‌ଟେକ ୱେଲ ମଧ୍ୟରେ ୫୦ ଅଶ୍ୱଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ମୋଟର ବସାଯାଇ ଜମିକୁ ପାଣି ଯୋଗା ଯାଉଥିଲା। ଉକ୍ତ ପ୍ରକଳ୍ପ ଦ୍ୱାରା ୫୨୫ ଜଣ ଚାଷୀ ଉପକୃତ ହେଉଥିଲେ। ପରିତାପର ବିଷୟ ୨୦୧୨ ଅଗଷ୍ଟରେ ମହାନଦୀର ପ୍ରଳୟଙ୍କରୀ ବନ୍ୟାରେ ମୋଟର ପମ୍ପ ଉପରେ ପ୍ରାୟ ୮ ଫୁଟ ଉଚ୍ଚର ବାଲି ଆସ୍ତରଣ ଜମିଯିବାରୁ ଏହା ଅଚଳ ହୋଇପଡ଼ିଥିଲା। ବାଲି ସ୍ତୂପକୁ ହଟାଇ ପମ୍ପଟିକୁ ଚାଲୁ କରିବାକୁ ଏ ଦିଗରେ ପଦକ୍ଷେପ ଗ୍ରହଣ କଲେ ଆମେମାନେ ଉପକୃତ ହୋଇପାରନ୍ତୁ ବୋଲି ପାଣି ପଞ୍ଚାୟତର କର୍ମକର୍ତ୍ତା, ସଭାପତି ଭୀମସେନ ସାହୁ ଓ ଉପଦେଷ୍ଟା ପ୍ରାଣକୃଷ୍ଣ ପୃଷ୍ଟି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିବେଦନ କରିବା ପରେ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ବିଦ୍ୟୁତ୍‌ ବିଲ୍‌ ମାସକୁ ମାସ ବୃଦ୍ଧି ପାଇ ଲକ୍ଷାଧିକ ଟଙ୍କାରୁ ଊର୍ଦ୍ଧ୍ୱ ହୋଇଥିବାରୁ ଏବଂ ପ୍ରକଳ୍ପରୁ ମହାନଦୀ ଜଳସ୍ତରକୁ ସଂଯୋଗ ହୋଇଥିବା ପାଇପ ଲାଇନ ବାଲିରେ ପୋତି ହୋଇଯିବାରୁ ୨ ବର୍ଷ ହେଲା ଅଚଳ ହୋଇ ପଡ଼ିଛି। ତେବେ ଏହି ପ୍ରକଳ୍ପ ଦ୍ୱାରା ୮ ଶହ ଏକରରୁ ଊର୍ଦ୍ଧ୍ୱ ଚାଷଜମିରେ ଜଳସେଚନ ହେବାର ସମ୍ଭାବନା ଥିଲେ ମଧ୍ୟ ଏ ଦିଗରେ ସମ୍ପୃକ୍ତ ଚାଷୀମାନଙ୍କ ଆଗ୍ରହ ନ ଥିବା ସଭାପତି ସାହୁ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନୟାଗଡ଼ ଜିଲା ଉଠାଜଳସେଚନ ବିଭାଗ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ନିରଞ୍ଜନ ଦାଶଙ୍କୁ ପଚାରିବାରେ ପାଣି ପଞ୍ଚାୟତର କର୍ମକର୍ତ୍ତା ତଥା ଚାଷୀମାନେ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ଲିଖିତ ଭାବେ ଜଣାଇଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri