ଚାଷଜମିରେ ପହଞ୍ଚୁନି ପାଣି, ଚାଷୀ ନିରାଶ

ନିରାକାରପୁର,୧୦ା୫(ମାନସ ଚନ୍ଦ୍ର ପଟ୍ଟନାୟକ): ଚାଷ ଓ ଚାଷୀଙ୍କ ଉନ୍ନତ୍ତି ସରକାର ବିଭନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ତଳସ୍ତରରେ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତ ଦେଇ ଯାଇଥିବା କେନାଲ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏହି କେନାଲଟି ପୋତିହୋଇଯିବାରୁ ଏବେ ଚାଷୀଙ୍କ କାମରେ ଲାଗି ପାରୁନାହିଁ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
ସୂଚନାଥାଉ କି, ରାମେଶ୍ୱର ବ୍ୟାରେଜଠାରୁ ଲେଣ୍ଡୋ ପଞ୍ଚାୟତ ଅନ୍ତର୍ଗତ ଭୂଷଣ୍ଡପୋଖରୀ ଓ ଫୁଲଦୋଳ ପଡିଆ ଦେଇ କଣାସ ବ୍ଲକର ମୈତ୍ରତ୍ରିଲୋଚନପୁର ପର୍ଯ୍ୟନ୍ତ କେନାଲ ଖୋଳାଯାଇଥିଲା। ଏହି କେନାଲ ଯୋଗୁ ସ୍ଥାନୀୟ ଲେଣ୍ଡୋ ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର, ପାଟପୁର, ଆସେଲି, ଆରେଡି, ଅରାଞ୍ଚଳ ଏପରିକି କଣାସ ବ୍ଲକର ମୈତ୍ର-ତ୍ରିଲୋଚନପୁର ଆଦି ଅଞ୍ଚଳର ଚାଷୀମାନେ ଉପକୃତ ହେଉଥିଲେ। ଧାନ ଫସଲ ପରେ ଏହି କେନାଲ କୂଳବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ପନିପରିବା ଚାଷ କରି ଚାଷୀ ଉପକୃତ ହେଉଥିଲେ। ହେଲେ ଗତ ‘ଫନୀ’ ବାତ୍ୟା ପରଠାରୁ ବିଭାଗୀୟ ଅଧିକାରୀମାନଙ୍କ ଦୂରଦୃଷ୍ଟି ଅଭାବରୁ ଏବେ ଏହି କେନାଲ ପୋତି ହୋଇ ଅସ୍ତିତ୍ୱ ହରାଇ ବସିଛି। ଫଳରେ ଦୀର୍ଘ ୫ବର୍ଷ ହେବ ଏହି କେନାଲଟି ଲୋକଙ୍କ କାମରେ ଲାଗୁନାହିଁ। ତେବେ କେନାଲ ପୋତି ହୋଇଯିବାରୁ ଏବେ ବର୍ଷା ଜଳ କେନାଲକୁ ଯିବା ପରିବର୍ତ୍ତେ ବିଭିନ୍ନ ସ୍ଥାନରେ ଜମି ରହୁଛି। ଅନ୍ୟପଟେ ଆବଶ୍ୟକ ଅନୁସାରେ ଜମିକୁ ପାଣି ଯାଇ ନ ପାରିବାରୁ ଧାନଚାଷ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି ବୋଲି ଅଶୋକ କୁମାର ରାଉତରାୟ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସଦାଶିବ ପ୍ରଧାନ ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। କେନାଲ ପୋତି ହୋଇଯାଇଥିବା ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏପରିକି ଉକ୍ତ କେନାଲର ପୁନଉଦ୍ଧାର ନ ହେବାରୁ ଲେଣ୍ଡୋ ଛକସ୍ଥିତ ନୂଆ ଜଗନ୍ନାଥ ସଡ଼କ ଠାରୁ ଫୁଲଦୋଳ ପଡିଆ ପର୍ଯ୍ୟନ୍ତ ଆସିଥିବା ଏହି କେନାଲର ଉଭୟ ପାର୍ଶ୍ୱ ଏବେ ଜବର ଦଖଲକାରୀଙ୍କ କବ୍‌ଜାରେ ରହିଛି। ସମୟକ୍ରମମେ ଏହି କେନାଲ ଅଧିକାଂଶ ସ୍ଥାନରେ ପୋତି ହୋଇଯିବାରୁ ଆଉ ଚାଷୀଙ୍କ କାର୍ଯ୍ୟରେ ଲାଗିପାରୁନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।ତୁରନ୍ତ ଉକ୍ତ କେନାଲର ପୁନଉଦ୍ଧାର ସହ ଜବରଦଖଲ ମୁକ୍ତ କରିବା ନିମନ୍ତେ ଚାଷୀ ସୁଶାନ୍ତ ବିଶ୍ୱାଳ, ମହେନ୍ଦ୍ର ବିଶ୍ୱାଳ, କେଦାର ଛୋଟରାୟ, ସଚ୍ଚି ବିଶ୍ୱାଳ, ଡମ୍ବରୁ ନାୟକ ପ୍ରମୁଖ ନିବେଦନ କରିଛନ୍ତି । ଏ ସମ୍ପର୍କରେ ଏସ୍‌ଡିଓ କୃଷ୍ଣ ଚନ୍ଦ୍ର ସେଠୀ କହିଛନ୍ତି, ନିର୍ବାଚନ କାର୍ଯ୍ୟ ସରିଲେ କେନାଲର ପୁନଉଦ୍ଧାର ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri