କରୋନାଜନିତ ଜଳ ପରିଚାଳନା

”୨୦୫୦ ମସିହା ସୁଦ୍ଧା ପୃଥିବୀର ଜନସଂଖ୍ୟା ପ୍ରାୟ ୯୦୦ କୋଟିକୁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଏ। ପୃଥିବୀରେ ଗଚ୍ଛିତ ଥିବା ଜଳର ୯୭ ପ୍ରତିଶତ ଜଳ ଲୁଣି ଜଳ ଏବଂ କେବଳ ୩ ପ୍ରତିଶତ ଜଳ ମଧୁର ଜଳ। ମଧୁର ଜଳ ମୁଖ୍ୟତଃ ଭୂତଳ ଜଳ ଭାବରେ ମିଳିଥାଏ। ଭୂମି ଉପରେ କିମ୍ବା ବାୟୁମଣ୍ଡଳରେ ଏକ ଛୋଟ ଭଗ୍ନାଂଶ ଉପସ୍ଥିତ ଥାଏ। କୋଭିଡ୍‌-୧୯ ମହାମାରୀ ଜଳର ମୂଲ୍ୟ ଏବଂ ମାନବ ସ୍ବାସ୍ଥ୍ୟ ସହିତ ଏହାର ସଂଯୋଗକୁ ସୂଚିତ କରିଚି, କିନ୍ତୁ ସମସ୍ତଙ୍କ ପାଇଁ ଆଗାମୀ ଦିନରେ ନିରାପଦ ତଥା ସୁଲଭ ଜଳ ଏବଂ ପରିମଳର ଆହ୍ବାନ ସୃଷ୍ଟି କରିଛି।“

ପ୍ରାୟ ପଚାଶ ବର୍ଷ ପୂର୍ବେ ଏହା ଏକ ସାଧାରଣ ଧାରଣା ଥିଲା ଯେ ଜଳ ଏକ ଅସୀମ ଉତ୍ସ। ସେତେବେଳେ ପୃଥିବୀରେ ବର୍ତ୍ତମାନର ଜନସଂଖ୍ୟାର ଅଧାରୁ କମ୍‌ ଲୋକ ଥିଲେ। ଲୋକମାନେ ଆଜି ପରି ଧନୀ ନ ଥିଲେ ଏବଂ ଅଳ୍ପ ପରିମାଣର ମାଂସ ଖାଉଥିଲେ। ତେଣୁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଅପେକ୍ଷାକୃତ କମ୍‌ ଜଳ ଆବଶ୍ୟକତା ହେଉଥିଲା। ଭବିଷ୍ୟତରେ ଖାଦ୍ୟ ପ୍ରସ୍ତୁତି ପାଇଁ ଆହୁରି ଅଧିକ ଜଳ ଆବଶ୍ୟକ ହେବ କାରଣ ୨୦୫୦ ମସିହା ସୁଦ୍ଧା ପୃଥିବୀର ଜନସଂଖ୍ୟା ପ୍ରାୟ ୯୦୦ କୋଟିକୁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଏ। ପୃଥିବୀରେ ଗଚ୍ଛିତ ଥିବା ଜଳର ୯୭ ପ୍ରତିଶତ ଜଳ ଲୁଣି ଜଳ ଏବଂ କେବଳ ୩ ପ୍ରତିଶତ ଜଳ ମଧୁର ଜଳ। ମଧୁର ଜଳ ମୁଖ୍ୟତଃ ଭୂତଳ ଜଳ ଭାବରେ ମିଳିଥାଏ। ଭୂମି ଉପରେ କିମ୍ବା ବାୟୁମଣ୍ଡଳରେ ଏକ ଛୋଟ ଭଗ୍ନାଂଶ ଉପସ୍ଥିତ ଥାଏ। କୋଭିଡ୍‌-୧୯ ମହାମାରୀ ଜଳର ମୂଲ୍ୟ ଏବଂ ମାନବ ସ୍ବାସ୍ଥ୍ୟ ସହିତ ଏହାର ସଂଯୋଗକୁ ସୂଚିତ କରିଚି, କିନ୍ତୁ ସମସ୍ତଙ୍କ ପାଇଁ ଆଗାମୀ ଦିନରେ ନିରାପଦ ତଥା ସୁଲଭ ଜଳ ଏବଂ ପରିମଳର ଆହ୍ବାନ ସୃଷ୍ଟି କରିଛି।
କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ପ୍ରତିକାର ସ୍ବରୂପ ସାବୁନ, ହ୍ୟାଣ୍ଡଓ୍ବାଶ ଏବଂ ପାଣିରେ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି, ଯାହା ଆମର ଜଳର ଆବଶ୍ୟକତାକୁ ବହୁଗୁଣିତ କରିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ) ଅନୁସାରେ ଏକ ଠିକ ହାତ ଧୋଇବାରେ ଅତିକମ୍‌ରେ ୨୦ ସେକେଣ୍ଡ ପାଇଁ ହାତ ପାପୁଲିର ଉଭୟ ପାର୍ଶ୍ୱ ସାବୁନ ଫେଣ କରି ଘଷିବାକୁ ପଡିବ। ଏକ ଖୋଲା ପାଣି ଟ୍ୟାପ୍‌ ପ୍ରତି ମିନିଟ୍‌ରେ ୬ ଲିଟର ପାଣି ବ୍ୟବହାର କରେ । ଏହି ହିସାବରେ ପାଞ୍ଚ ଜଣ ସଦସ୍ୟ ଥିବା ଏକ ପରିବାର ଦିନକୁ ୧୦ ଥର ହାତ ଧୁଆ ପାଇଁ ୧୦୦-୨୦୦ଲିଟର ପାଣି ଦରକାର କରିଥାଆନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାର ଆବଶ୍ୟକତା ଅଛି ମାତ୍ର ଭବିଷ୍ୟତର ଜଳ ସଙ୍କଟକୁ ମଧ୍ୟ ଧ୍ୟାନ ଦେବାକୁ ପଡିବ। କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଔଷଧର ବ୍ୟବହାରର ଅକସ୍ମାତ ବୃଦ୍ଧି ଜଳ ପ୍ରଦୂଷଣର ଅନ୍ୟ ଏକ କାରଣ। ଜଳସ୍ରୋତରେ ଅନେକ ଔଷଧର ଅଂଶ ଥିବା ଗବେଷଣାରୁ ଜଣାପଡେ। ଜନ୍ମ ନିୟନ୍ତ୍ରଣ ବଟିକାରେ ଥିବା ଏଷ୍ଟ୍ରୋଜେନ୍‌ ପାଣିରେ କ୍ରମଶଃ ବୃଦ୍ଧି ପାଇ ମାଛର ଲିଙ୍ଗ ପରିବର୍ତ୍ତନ କରିଥାଏ। ବର୍ତ୍ତମାନ କରୋନା ଭୂତାଣୁକୁ ନଷ୍ଟ କରିବା ପାଇଁ ଆମେ ଅନେକ ବିଶୋଧକ ପ୍ରୟୋଗ କରୁଛେ। ଏହି ବିଶୋଧକ କେବଳ ଯେ କ୍ଷତିକାରକ ଅଣୁଜୀବମାନଙ୍କୁ ନଷ୍ଟ କରନ୍ତି ତା’ ନୁହେଁ, ବରଂ ଉପଯୋଗୀ ଅଣୁଜୀବମାନଙ୍କୁ ତଥା ମନୁଷ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇପାରନ୍ତି। ଫର୍ମାଲଡିହାଇଡ୍‌ ଏକ ବିଶୋଧକ, ଯାହାକି କର୍କଟ (କ୍ୟାନସର) ରୋଗର କାରଣ ହୋଇପାରେ। ଅତ୍ୟଧିକ ବାୟୋସାଇଡ୍‌ ବ୍ୟବହାର ପ୍ରାକୃତିକ ପରିବେଶ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇପାରେ। ଏଗୁଡିର ଅବଶିଷ୍ଟାଂଶ ଜଳ ପ୍ରଦୂଷଣର କାରଣ ହୋଇ କ୍ରମଶଃ ଖାଦ୍ୟ ଶୃଙ୍ଖଳକୁ ପ୍ରଭାବିତ କରିପାରେ।
ଲକ୍ଷ ଲକ୍ଷ ଗ୍ଲୋଭସ, ମାସ୍କ ଏବଂ ଅନ୍ୟାନ୍ୟ ପ୍ରକାର ପିଇପି (ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୱିପମେଣ୍ଟସ)ଗୁଡିକ ମାରାତ୍ମକ କରୋନା ଭୂତାଣୁରୁ ନିଜକୁ ରକ୍ଷା କରିବା ପାଇଁ ବ୍ୟବହୃତ ହେଉଥିବା ପରିଲକ୍ଷିତ ହୁଏ। ଏଗୁଡିକ ବ୍ୟବହାର ପରେ ଫୋପାଡି ଦିଆଯାଉଛି, ଯାହାକି ଆମର ପ୍ଲାଷ୍ଟିକ ଫୁଟ୍‌ପ୍ରିଣ୍ଟକୁ ଆକସ୍ମିକ ଭାବେ ବଢ଼ାଇ ଦେଇଛି। ଏହି ବର୍ଜ୍ୟବସ୍ତୁଗୁଡିକ ମଧ୍ୟରୁ ଅଧିକାଂଶରେ ପ୍ଲାଷ୍ଟିକ ଏକ ଉପାଦାନ ଭାବରେ ଥାଏ। ଏହି ବର୍ଜ୍ୟବସ୍ତୁଗୁଡିକ ଏଣେତେଣେ ପଡି ରହିବା ଦ୍ୱାରା ବୁଲା ଜୀବଯନ୍ତୁମାନେ ଗିଳି ପକାଇଥାଆନ୍ତି ଏବଂ ମୃତ୍ୟୁମୁଖରେ ପଡିବାର ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି। ଏକ ଅଧ୍ୟୟନରୁ ଜଣାପଡିଛି ଯେ କେବଳ ବ୍ରିଟେନ୍‌ରେ ଯଦି ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ବର୍ଷ ପାଇଁ ଗୋଟିଏ ଥର ଫେସ ମାସ୍କ ବ୍ୟବହାର କରନ୍ତି, ଏହା ଅତିରିକ୍ତ ୬୬,୦୦୦ ଟନ୍‌ ଦୂଷିତ ବର୍ଜବସ୍ତୁ ସୃଷ୍ଟି କରିଥାଏ। କ୍ରମେ ଏଗୁଡିକ ଯେପରି କି ମାସ୍କ, ଗ୍ଲୋଭସ, ସାନିଟାଇଜର ବୋତଲ ସମୁଦ୍ର ଜଳରେ ଯାଇ ମିଶିଲାଣି। ଅନୁସନ୍ଧାନରୁ ଜଣାଯାଏ ଯେ ଆମେ ଗୋଟିଏ ସପ୍ତାହରେ ଏକ ପ୍ଲାଷ୍ଟିକ ଖାଇଥାଉ। ସମୁଦ୍ର ଜଳଚର ଜୀବମାନେ କଇଁଚ ଇତ୍ୟାଦିକୁ ଜେଲି ଫିସ୍‌ ଭାବି ଏଗୁଡିକୁ ଗିଳି ପକାଇଥାଆନ୍ତି ଏବଂ ଏଥିପାଇଁ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଏହି ସମସ୍ତ ବଜ୍ୟବସ୍ତୁର ନିରାପଦ ନିଷ୍କାସନର ଆବଶ୍ୟକତା ରହିଛି।

ଡ. ମାନସ ରଞ୍ଜନ ସେନାପତି
-ଡିନ୍‌, ବୈଜ୍ଞାନିକ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ
ମୋ : ୯୪୩୭୨୩୭୭୯୭


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri