Posted inଜାତୀୟ

ବିଶ୍ୱର ୫୦% ବୃହତ୍‌ ହ୍ରଦରେ କମୁଛି ଜଳସ୍ତର

ନୂଆଦିଲ୍ଲୀ, ୨୦।୫: ବିଶ୍ୱର ବୃହତ୍‌ ହ୍ରଦଗୁଡ଼ିକ ଶୁଖିବାରେ ଲାଗିଛି। ଜଳ ଅପଚୟ ଏବଂ ତାପମାତ୍ରା ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି ଆମେରିକାର ୟୁନିଭର୍ସିଟି ଅଫ୍‌ ଭର୍ଜିନିଆ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ପାଖାପାଖି ୫୦% ବୃହତ୍‌ ହ୍ରଦ ଏ ପ୍ରକାର ଜଟିଳ ସ୍ଥିତି ଦେଇ ଗତି କରୁଥିବା ଜର୍ନାଲ ସାଇନ୍ସରେ ପ୍ରକାଶ ପାଇଥିବା ଅଧ୍ୟୟନ ସମ୍ବନ୍ଧୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଅଧ୍ୟୟନର ମୁଖ୍ୟ ଫାଙ୍ଗଫଙ୍ଗ ୟାଓ ହୋଇଥିବାବେଳେ ୟୁନିଭର୍ସିଟି ଅଫ୍‌ କଲୋରାଡୋ ବୋଲ୍‌ଡର, କାନ୍‌ସାସ୍‌ ଷ୍ଟେଟ୍‌ ୟୁନିଭର୍ସିଟି ବିଶେଷଜ୍ଞମାନଙ୍କ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବିଶ୍ୱର ୨,୦୦୦ ହ୍ରଦରେ ଜଳ ଶୁଖିବା ଆରମ୍ଭ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ହ୍ରଦ ଜଳ ସମ୍ପର୍କରେ ଅଧ୍ୟୟନ କରାଯିବା ଲାଗି ବିଶେଷଜ୍ଞମାନେ ଆରେ ସାଟେଲାଇଟ ଜରିଆରେ ସଂଗୃହୀତ ୩୦ ବର୍ଷର ତଥ୍ୟକୁ ଏଥିରେ ବ୍ୟବହାର କରିଛନ୍ତି। ୧୯୯୨ରୁ ୨୦୨୦ ମଧ୍ୟରେ ସାଟେଲାଟ ଜରିଆରେ ପୃଥିବୀର ୨,୫୦,୦୦୦ ପରିମିତ ଅଞ୍ଚଳରେ ବ୍ୟାପିଥିବା ୧,୯୭୨ ବୃହତ୍‌ ହ୍ରଦର ସ୍ନାପ୍‌ଶଟ୍‌କୁ ନେଇ ଉକ୍ତ ସର୍ଭେ କରାଯାଇଛି। ଅଧ୍ୟୟନ ମୁତାବକ ବିଶ୍ୱର ୫୩ ପ୍ରତିଶତ ହ୍ରଦରେ ଜଳ ଧାରଣ କମିଛି।
ପରିବର୍ତ୍ତନ, ମନୁଷ୍ୟକୃତ ଜଳ ଅପଚୟ ଯୋଗୁ ବିଶ୍ୱର ୧୦୦ ବଡ଼ ହ୍ରଦର ଆୟତନ କମିଛି। ଏଥିସହ ଜଳ ପରିମାଣ ମଧ୍ୟ ହ୍ରାସ ପାଇଛି। ଉଭୟ ଶୁଷ୍କ ଓ ଆର୍ଦ୍ର ଭୂମି ହ୍ରଦଗୁଡ଼ିକରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ପୃଥିବୀର ଦୁଇ-ତୃତୀୟାଂଶ ବଡ଼ ଜଳାଶୟରେ ଜଳର ପରିମାଣ କ୍ରମାଗତ ହ୍ରାସ ପାଇଚାଲିଛି। ଜଳସ୍ତର କମିବା ଯୋଗୁ ବହୁ ହ୍ରଦ ସଙ୍କୁଚିତ ହେବାରେ ଲାଗିଥିବାବେଳେ୨୪% ହ୍ରଦରେ ଜଳ ଧାରଣ ବଢ଼ିଛି। ବିଶେଷ କରି କମ୍‌ ଲୋକ ବାସ କରୁଥିବା ଅଞ୍ଚଳରେ ଥିବା ହ୍ରଦ ଜଳସ୍ତରରେ ବୃଦ୍ଧି ଦେଖିବାକୁ ମିଳିଛି। ଆର୍ମେନିଆର ସେଭାନ ହ୍ରଦ ଜଳ ପରିମାଣ ଗତ ୨୦ ବର୍ଷ ଧରି ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri