ବିପଦ ସଙ୍କେତ ଉପରେ ଜଳସ୍ତର

କଣିହାଁ, ୭ା୧୦ (ସଚ୍ଚିଦାନନ୍ଦ ପ୍ରଧାନ): କଣିହାଁ ବ୍ଲକ ସ୍ଥିତ ବ୍ରାହ୍ମଣୀ ନଦୀର ରେଙ୍ଗାଳି ଡ୍ୟାମରୁ ଗୁରୁବାର ସାରୁ ୮ ନମ୍ବର ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଏ ସମ୍ପର୍କରେ ଡ୍ୟାମ୍‌ ଡିଭିଜନର ଯନ୍ତ୍ରୀ ଶଙ୍କରାନନ୍ଦ ରଣା କହିଛନ୍ତି, ଜଳସ୍ତର ବିପଦ ସଙ୍କେତ ଉପରେ ଅଛି। ଡ୍ୟାମ୍‌ର ଜଳଧାରଣ କ୍ଷମତା ୧୨୩.୫୦ ମିଟର ରହିଥିବା ବେଳେ ଏହା ବୃଦ୍ଧି ପାଇବା ଯୋଗୁ ଗେଟ୍‌ ଖୋଲାଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ୧୨୩.୭୭ ମିଟର ଜଳ ରହିଛି। ପ୍ରତି ସେକେଣ୍ଡରେ ଡ୍ୟାମ୍‌ରୁ ୨୪୮୦ ଘନ ମିଟର ଜଳ ନିଷ୍କାସନ ହେଉଛି। ଉପର ମୁଣ୍ଡରୁ ପ୍ରତି ସେକେଣ୍ଡେରେ ୨୩୭୦ ଘନମିଟର ଜଳ ଡ୍ୟାମ୍‌କୁ ପ୍ରବେଶ କରୁଛି ।