ଜଳ-ସ୍ଥଳ-ଆକାଶ ସବୁଠି ରୁଷିଆର ବୋମାବର୍ଷା, ଯୁଦ୍ଧାଭ୍ୟାସ ନେଇ ପୃଥିବୀରେ ଆତଙ୍କ…

ମସ୍କୋ, ୨୦।୨ : ରୁଷିଆ ଯୁଦ୍ଧାଭ୍ୟାସ ନାମରେ ଜଳ-ସ୍ଥଳ-ଆକାଶ ସବୁଠି ବୋମାବର୍ଷା ଜାରି ରଖିଛି। ରୁଷିଆର ଏଭଳି କାର୍ଯ୍ୟ ନେଇ ପୃଥିବୀରେ ଆତଙ୍କ ଖେଳି ଯାଇଛି। ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଏହି ଆଣବିକ ଯୁଦ୍ଧାଭ୍ୟାସ କରାଯାଉଛି। ହାଇପରସୋନିକ୍‌ କ୍ଷେପଣାସ୍ତ୍ରଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଆଣବିକ ଅସ୍ତ୍ରଶସ୍ତ୍ରର ପରୀକ୍ଷା ରୁଷିଆ କରିବାରେ ଲାଗିଛି।

ସୁପର ପାୱାର ରୁଷିଆ ଏଭଳି କରି ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ପରୀକ୍ଷା କରାଯାଇଥିବା ଆଣବିକ କ୍ଷେପଣାସ୍ତ୍ର ହଜାର ହଜାର କିଲୋମିଟର ଦୂରରେ ଅବସ୍ଥିତ ଲକ୍ଷ୍ୟକୁ ଭେଦ କରିଥିଲା। ଏହି କ୍ଷେପଣାସ୍ତ୍ରଗୁଡିକରେ ବିସ୍ଫୋରକ ସାମଗ୍ରୀ ନଥିବାରୁ ତେଣୁ କୌଣସି କ୍ଷୟକ୍ଷତି ହୋଇ ନ ଥିଲା।

ଯୁଦ୍ଧାଭ୍ୟାସରେ ରୁଷିଆ ୟାର୍ସ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ସେହିପରି ପରୀକ୍ଷା ହୋଇଥିବା ଜିର୍କନ କ୍ଷେପଣାସ୍ତ୍ର ଶବ୍ଦର ବେଗରୁ ୭ ଗୁଣା ବେଗରେ ଆକ୍ରମଣ କରିବାକୁ ସକ୍ଷମ। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୦୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି।

Share