ବାଘୁଆ ଜଳଭଣ୍ଡାରୁ ୨ କେନାଲ ଦେଇ ଛଡାଗଲା ଜଳ

ବୁଗୁଡ଼ା,୨୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମତାଝରୀ ନିକଟସ୍ଥ ବାଘୁଆ ଜଳଭଣ୍ଡାରରୁ ୨ କେନାଲ ଦେଇ ଜଳ ଛଡ଼ା ହୋଇଛି। ଖରିଫ ଚାଷ ପାଇଁ ୨ କେନାଲ ଦେଇ ଏହି ଜଳ ଛଡ଼ା ଯାଇଥିବା ଜଣାପଡ଼ିଛି। କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନଙ୍କ ଉପସ୍ଥିତିରେ ସକେନାରୁ ଛଡ଼ା ହୋଇଛି। ଗତ ସପ୍ତାହରେ ବୁଗଡ଼ା ଜଳସେଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଜଳଭଣ୍ଡାରର ବାମ ଓ ଡାହାଣ କେନାଲ ଗେଟ୍‌ ଦେଇ ଛଡାଯାଇଥିବା କାର୍ଯ୍ୟ ର୍ନିବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ ସୂଚନା ଦେଇଛନ୍ତି।