ଟଙ୍କା ଖର୍ଚ୍ଚ ପରେ ବି ମିଳୁନି ପାଣି

କର୍ଲାମୁଣ୍ଡା,୧୮।୬(ପ୍ରଦୀପ ସାହୁ): ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇଦେବା ନେଇ ବସୁଧା ଯୋଜନାରେ ବିଭନ୍ନ ସ୍ଥାନରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ବ୍ୟବସ୍ଥା କରିଛନ୍ତି। ହେଲେ ଠିକ୍‌ ସମୟରେ ଟାଙ୍କି ନିର୍ମାଣ ହୋଇପାରୁ ନ ଥିବାରୁ ସାଧାରଣ ଲୋକଙ୍କ ପାଇଁ ଯୋଜନା ଅପହଞ୍ଚ ହୋଇପଡ଼ିଛି। ଏଭଳି ପରିସ୍ଥିତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଦେଖିବାକୁ ମିଳିଛି।

ବ୍ଲକର ପୁଟିଗା ଉତେଇ ନଦୀରୁ ପୁଟିଗା ଓ ରାଜପୁର ପାଇଁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୪ କୋଟି ଟଙ୍କା ଅଟକଳରେ ୩ବର୍ଷ ତଳେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିପାଇଁ ଉଭୟ ଗାଁରେ ପାଣି ଟାଙ୍କି ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଅନ୍ୟ କାର୍ଯ୍ୟ ହୋଇପାରି ନାହିଁ। ଫଳରେ ଉଭୟ ଗ୍ରାମବାସୀଙ୍କ ପାଇଁ ବସୁଧା ଯୋଜନା ବାଟବଣା ହୋଇଛି। ସେହିପରି ଝାରମୁଣ୍ଡା ଓ ବ୍ରହ୍ମଣୀମୁଣ୍ଡା ପାଇଁ ଝରମୁଣ୍ଡାଠାରେ ପାଣିଟାଙ୍କି ନିର୍ମାଣ, ସିରବହସଲ ଓ ବଡଡୁଙ୍ଗୁରିଗୁଡାରେ ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଏହିସବୁ ଗାଁକୁ ପାଇପ୍‌ ଯୋଗେ ଜଳ ଯୋଗାଣ ଆରମ୍ଭ ହୋଇ ନ ଅଭିଯୋଗ ହେଉଛି।

ଏପରିକି ବୁଢ଼ୀପଦର ଓ ଖରଝୋରା ଟେଣ୍ଡର ହେବାର ୩ବର୍ଷ ବିତିଯାଇଥିଲେ ମଧ୍ୟ ପାଣି ଟାଙ୍କି ନିର୍ମାଣ ହୋଇପାରି ନାହିଁ। ସୂଚନାଯୋଗ୍ୟ, ଠିକାଦାରମାନେ ନିୟମ ପାଳନ କରୁ ନ ଥିବାରୁ ବସୁଧା ଯୋଜନା ଏବେ ଫେଲ ମାରିଛି। ଅନ୍ୟପକ୍ଷେ ବ୍ଲକରେ କିଛି ଦିନ ହେଲା ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ରହୁଥିବାରୁ ନଦୀ, ନାଳ, ପୋଖରୀ, ନଳକୂଅଗୁଡିକ ଶୁଖିବାରେ ଲାଗିଛି। ଫଳରେ ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ଏ ନେଇ ବିଭାଗୀୟ ଯନ୍ତ୍ରୀ ଅନୁସାୟା ଭଞ୍ଜଙ୍କୁ ପଚାରିବାରୁ ପୁଟିଗା ଓ ରାଜପୁର ପ୍ରକଳ୍ପ ପାଇଥିବା ଠିକାଦାର କାମରେ ବିଳମ୍ବ ଓ ଲୋକଙ୍କ ଅଭିଯୋଗ କ୍ରମେ ତାଙ୍କ ଏଗ୍ରିମେଣ୍ଟକୁ ବାତିଲ କରାଯାଇ ଟେଣ୍ଡର ଜରିଆରେ ନୂତନ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଛି। କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଝାରମୁଣ୍ଡା, ବ୍ରହ୍ମଣୀମୁଣ୍ଡା, ସିରାବାହାଲ, ବଡ଼ଡୁଙ୍ଗୁରିଗୁଡା, କଣ୍ଡରେଇ, ବୁଢ଼ୀପଦର, ଖରଝୋରା ଏହି ୭ଟି ଗାଁର ପ୍ରକଳ୍ପ ୭ କୋଟି ଟଙ୍କା ଅଟକଳରେ ଠିକାଦାରଙ୍କ ଦ୍ୱାରା ନଭେମ୍ବର ସୁଦ୍ଧା କାର୍ଯ୍ୟ ଶେଷ ହେବା ଚୁକ୍ତିନାମା ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri