ଡାକ୍ତରଖାନାରେ ଗଳୁଛି ପାଣି, ନଷ୍ଟ ହେଉଛି ଔଷଧ

ଲାଠିକଟା,୯ା୯(ରାମେଶ୍ବର ଖାଡଙ୍ଗା): ସୁନ୍ଦରଗଡ଼ ଜିଲା ଲାଠିକଟା ପଶୁ ଡାକ୍ତରଖାନା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହା ଆଜବେଷ୍ଟ ଘର ହୋଇଥିବାରୁ ଚାରିଆଡେ ଫାଟି ଆଁ କରିଛି। ବର୍ଷାଦିନେ ପାଣି ଗଳିବାରୁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହେଉଛି। ଏଥିସହ ପାଣି ଗଳିବା ଯୋଗୁ କାନ୍ଥ ଭୁଶୁଡିବା ଅବସ୍ଥାରେ ରହିଛି। ପାଖରେ ଏକ ନୂତନ ଘର ତିଆରି ହୋଇଛି। ହେଲେ ତାହା ଅଧାପନ୍ତରିଆ ହୋଇ ପଡ଼ି ରହିଛି, ଯାହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।