ପାଣି ଠୋପା ହେଲା ସୁନା, ବୈଜ୍ଞାନିକଙ୍କ ଗୁରୁତ୍ୱପୂର୍ଣ୍ଣ ଗବେଷଣା…

ପ୍ରାଗ,୧।୮: ଚେକ୍‌ ରିପବ୍ଲିକ୍‌ର ଗବେଷକମାନେ ପାଣି ଠୋପାରୁ ସୁନା ତିଆରି କରିଛନ୍ତି। ପ୍ରାଗର ଚେକ ଏକାଡେମୀ ଅଫ ସାଇନ୍ସରେ ବାୟୋକେମିକାଲ ବୈିଜ୍ଞାନିକମାନଙ୍କ ଦ୍ୱାରା ଏଭଳି ଅସାଧାରଣ କାର୍ଯ୍ୟ କରାଯାଇଛି। ଅତ୍ୟଧିକ ଚାପ ପ୍ରୟୋଗ କରି ଏକ ସ୍ବତନ୍ତ୍ର ପ୍ରଣାଳୀରେ ଏହା କରାଯାଇଛି। ପାଣିଠୋପା ଉପରେ ୧୫୦ ଲକ୍ଷ ବାୟୁମଣ୍ଡଳୀୟ ଚାପ ପ୍ରୟୋଗ କରି ବୈଜ୍ଞାନିକ ଏଭଳି ଚମତ୍କାର କରିବାକୁ ସକ୍ଷମ ହୋଇପାରିଛନ୍ତି। ବୈଜ୍ଞାନିକ ପାଭେଲ ଜଙ୍ଗୱର୍ଥ ଏଥିପାଇଁ ଅନ୍ୟ ଏକ ସ୍ବନ୍ତନ୍ତ୍ର ପଦ୍ଧତି ଗ୍ରହଣ କରିଥିଲେ। ସେ ଇଲେକ୍ଟ୍ରୋନ ଶେୟାରିଂ ପାଇଁ ଆଲକାଲି ମେଟାଲର ଉପଯୋଗ କରିଥିଲେ। ସୋଡିୟମ-ପୋଟାସିୟମ ପରି ଅଧିକ ପ୍ରତିକ୍ରିୟାଶୀଳ ଗ୍ରୁପ୍‌ର ମେଟାଲର ଉପଯୋଗ କରି ସେ ଏହି ସଫଳତା ହାସଲ କରିପାରିଛନ୍ତି। ସାଧରଣତଃ ପାଣି ସହିତ ପ୍ରତିକ୍ରିୟା ହେବା ସମୟରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥାଏ। ତେଣୁ ଏହାକୁ ଏଡାଇବା ଲାଗି ଏକ ମନ୍ଥର ପ୍ରତିକ୍ରିୟା ମାଧ୍ୟମରେ ପରୀକ୍ଷଣ କରାଯାଇଥିଲା। ଏକ ଟେଷ୍ଟ ଟ୍ୟୁବ୍‌ରେ ପାଣି ଠୋପା ସହିତ ପୋଟାସିୟମ ଏବଂ ସୋଡିୟମ ରଖାଯାଇଥିଲା। ଏକ ଭାକ୍ୟୁମ ଚାମ୍ବରରେ ଏହାକୁ ରଖାଯାଇଥିଲା। ଏହି ମିଶ୍ରଣର କିଛି ବୁନ୍ଦା ଟେଷ୍ଟ ଟ୍ୟୁବ୍‌ରୁ ବାହାର କରାଯାଇ ସେଥିରେ କିଛି ବାଷ୍ପ ଭର୍ତ୍ତି କାରାଯାଇଥିଲା। ଫଳରେ ଏହି ବୁନ୍ଦା ଉପରେ ଥିବା ପାଣି କିଛି ସେକେଣ୍ଡ ପାଇଁ ଫ୍ରିଜ ହୋଇଯାଇଥିଲା। ମିଶ୍ରଣର ବୁନ୍ଦାଗୁଡ଼ିକରୁ ଇଲେକ୍ଟ୍ରନ ପାଣି ଠୋପା ଭିତରକୁ ଚାଲିଗଲା ଏବଂ  କିଛି ସେକେଣ୍ଡ ପାଇଁ ପାଣି ଠୋପା ସୁନାରେ ପରିଣତ ହୋଇଯାଇଥିଲା।

Share