ଗ୍ୟାସ୍‌ ସିଲିଣ୍ଡରରୁ ବାହାରୁଛି ପାଣି, ଅଭିଯୋଗ କଲେ ଦିଆଯାଉଛି ଧମକ

ମଙ୍ଗୁଳି-ଜଗତପୁର,୨୪।୯(ମାନସ ସାମଲ): ରନ୍ଧନ ଗ୍ୟାସ୍‌ରେ ବିଭିନ୍ନ ପ୍ରକାର ଠକେଇର ଶିକାର ହେଉଛନ୍ତି ଉପଭୋକ୍ତା। ସିଲିଣ୍ଡରରୁ ଲିଟର ଲିଟର ପାଣି ବାହାରୁଥିବାବେଳେ ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନିଆଯାଉଛି। । ଏହି ଘଟଣାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଅଭିଯୋଗ ଅନୁସାରେ, କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭାଟିମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗି ଗ୍ରାମର ଭାଗ୍ୟଧର ସାମଲଙ୍କ ଇଣ୍ଡେନ ଗ୍ୟାସ୍‌ ଟାଙ୍କିରୁ ଗ୍ୟାସ୍‌ ବାହାରିବା ପରିବର୍ତ୍ତେ ପାଣି ବାହାରୁଛି। ଫଳରେ ରୋଷେଇ କରି ନ ପାରି ପୂରା ପରିବାର ଭୋକରେ ରହିଛନ୍ତି। ଏନେଇ ଅଭିଯୋଗ କରିବାରୁ ଗ୍ୟାସ୍‌ ଏଜେନ୍ସି ମାଲିକ ଦୁର୍ବ୍ୟବହାର କରିବା ସହ ଇଣ୍ଡେନ ଗ୍ୟାସ୍‌ କମ୍ପାନୀର ଭୁବନେଶ୍ୱର ଅଫିସକୁ ଯାଇ ଅଭିଯୋଗ କରିବାକୁ କହୁଥିବା ଭାଗ୍ୟଧର କହିଛନ୍ତି। ସେ ଜଗତପୁର ଥାନା ଅଧୀନ ଗୋପୀନାଥ ବଜାରସ୍ଥିତ ଗୋପୀନାଥ ଇଣ୍ଡେନ ଗ୍ରାମୀଣ ବିତରକ ଗ୍ୟାସ୍‌ ପଏଣ୍ଟରୁ ଗ୍ୟାସ୍‌ ଆଣିଥିଲେ। ଏହି ପଏଣ୍ଟରୁ ସାଲେପୁର ନିର୍ବାଚନମଣ୍ଡଳୀର ଅଧିକାଂଶ ପଞ୍ଚାୟତକୁ ସାଧାରଣ ଓ ଉଜ୍ଜ୍ୱଳା ଉପଭୋକ୍ତାଙ୍କ ସହ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଗ୍ୟାସ୍‌ ବିତରଣ କରାଯାଉଛି। ସିଲିଣ୍ଡର ପିଛା ଦର ନିର୍ଦ୍ଧାରଣ କରାଯାଇଥିଲେ ମଧ୍ୟ ଘର ପାଖରେ ଗ୍ୟାସ୍‌ ପହଞ୍ଚାଇବାକୁ ଏଜେନ୍ସି ଲୋକଙ୍କଠାରୁ ୩୦ରୁ ୫୦ଟଙ୍କା ଅଧିକ ନେଉଥିବା ଭାଗ୍ୟଧରଙ୍କ ସମେତ ବହୁ ଉପଭୋକ୍ତା ଅଭିଯୋଗ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ୧୪.୫ ଲିଟର ଗ୍ୟାସ୍‌ ଆଣିଲେ ସିଲିଣ୍ଡରରୁ ୩ରୁ ୪ଲିଟର ପାଣି ବାହାରୁଥିବା ଦୀର୍ଘଦିନ ହେବ ଅଭିଯୋଗ ହୋଇ ଆସୁଛି। ଏଜେନ୍ସି ଭୁବନେଶ୍ୱରରେ ଅଭିଯୋଗ କରିବାକୁ କହୁଥିବାରୁ ସେମାନେ ଚିନ୍ତାରେ ପଡିଛନ୍ତି। ଖବର ପାଇବା ପରେ ଧରିତ୍ରୀ ପ୍ରତିନିଧି ବାସ୍ତବତା ଜାଣିବାକୁ ଉକ୍ତ ଏଜେନ୍ସିକୁ ଯାଇଥିଲେ। ସେହି ସମୟରେ ଭାଗ୍ୟଧର ପାଣି ବାହାରୁଥିବା ଉକ୍ତ ଟାଙ୍କିକୁ ଧରି ଏଜେନ୍ସିରେ  ଅଭିଯୋଗ କରିବା ସହ ବଦଳାଇବାକୁ କହୁଥିଲେ। ହେଲେ ଏଜେନ୍ସି ମାଲିକ ଉକ୍ତ ଟାଙ୍କିକୁ ଗ୍ରହଣ ନ କରି ଅନ୍ୟ କାହାର କହି ଫେରାଇ ଦେଇଥିଲେ। ଏନେଇ ଏଜେନ୍ସି ମ୍ୟାନେଜର ଲୋକନାଥ ରାଉତ କହିଛନ୍ତି, କୌଣସି ଗ୍ରାହକଙ୍କ ଟାଙ୍କିରେ ପାଣି ଥିବାର ଅଭିଯୋଗ ଆସିଲେ ସେମାନଙ୍କୁ ଅନ୍ୟଏକ ଟାଙ୍କି ଦିଆଯିବାର ନିୟମ ରହିଛି। କିନ୍ତୁ ଭାଗ୍ୟଧରଙ୍କୁ ଏଜେନ୍ସି ମାଲିକ ଉକ୍ତ ଟାଙ୍କି ଆଉ କାହାର କହି ଫେରସ୍ତ କରିବା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଥିବା ବାରି ହୋଇପଡୁଛି। ଘଟଣାର ତଦନ୍ତ କରାଯାଇ ଉକ୍ତ ଏଜେନ୍ସି ଓ ଯୋଗାଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଉପଭୋକ୍ତାମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri