ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ ବନ୍ଦ କରିଦିଆଯାଇଥିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇଛି। ଫଳରେ ରାସ୍ତାରେ ପାଣି ଜମି ରହିବା ସହ ଦୁର୍ଗନ୍ଧ ଓ ମଶାମାଛିଙ୍କ ପ୍ରାଦୁର୍ଭାବ ବଢ଼ୁଛି। ନିକଟସ୍ଥ ଘରଗୁଡ଼ିକ ପ୍ରତି ମଧ୍ୟ ବିପଦ ଆଶଙ୍କା ରହିଛି।

ସ୍ଥାନୀୟ ସରପଞ୍ଚ, ୱାର୍ଡ ସଦସ୍ୟ ଓ ଗ୍ରାମବାସୀ ପୋଲ ଖୋଲିବାକୁ ଅନୁରୋଧ କରିଥିଲେ ମଧ୍ୟ ସମାଧାନ ହୋଇନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ ତପନ କୁମାର ବଡ଼ନାୟକ ସରକାରୀ ପୋଲ ବନ୍ଦ କରିବା ବେଆଇନ ବୋଲି କହିଛନ୍ତି। ତୁରନ୍ତ ପୋଲ ଖୋଲି ଜଳ ନିଷ୍କାସନ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share