ଜଳବନ୍ଦୀରେ ଗଣିଆସାହି, ଗତିପଥ ବଦଳାଉଛି ବାହୁଦା

ଦିଗପହଣ୍ଡି,୧୨ା୯(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣ ବର୍ଷାରେ ଦିଗପହଣ୍ଡି ବ୍ଲକ ସି.ଏଚ୍‌ ଟିକରପଡା ଗ୍ରାମର ଗଣିଆସାହି ବାସିନ୍ଦା ଗତ ତିନିଦିନ ହେଲା ଜଳବନ୍ଦୀରେ କାଳାତିପାତ କରୁଛନ୍ତି। ସାହି ମଝିରେ ତିନିଫୁଟ ଉଚ୍ଚର ପାଣି ଲହଡି ମାରୁଛି। ଜଳ ନିଷ୍କାସନ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ସାହି ଲୋକମାନେ ନାହଁିନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହା ସହିତ ସାହିର ୭ ପରିବାରଙ୍କ ଗୁହାଳ ଘର ଭୁଶୁଡି ପଡିଛି। ଗଣିଆ ସାହିର ବହୁ ବର୍ଷ ହେଲା ଏଭଳି ଅବସ୍ଥା ଉପୁଜିଛି। ସାମାନ୍ୟ ବର୍ଷା ହେଲେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ସରପଞ୍ଚଙ୍କ ଠାରୁ ବିଧାୟକ, ଏମ୍‌ପିଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ କୌଣସି ସୁଫଳ ମିଳୁନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ଗଣିଆସାହି ଲୋକମାନେ ଅଭିଶପ୍ତ ଜୀବନଯାପନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଦିଗପହଣ୍ଡି ତହସିଲଦାର ସିପକ୍‌ କୁମାର ପାତ୍ର ଘଟଣା ସ୍ଥଳକୁ ଯାଇ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଭଳି ଅବସ୍ଥା ସମ୍ପର୍କରେ ସାହି ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ସାହିର ଜଳ ନିଷ୍କାସନ ପାଇଁ ୧୦ ଲକ୍ଷ ଟଙ୍କାର ଡ୍ରେନେଜ୍‌ ନିର୍ମାଣ ପାଇଁ ମଞ୍ଜୁର ହୋଇ ରହିଛି, କିନ୍ତୁ କେତେକ ସାହି ବାସିନ୍ଦାଙ୍କ ରହିତ ଜମି ଅଧିଗ୍ରହଣ ପାଇଁ ରାଜି ହୋଇନଥିବାରୁ ଏହାର ସ୍ଥାୟୀ ସମାଧାନ ଦିଗରେ ପ୍ରତିବନ୍ଧକ ସାଜିଛି ବୋଲି ତହସି୍‌ଲଦାର କହିବା ସହିତ ସ୍ଥାନୀୟ ସରପଞ୍ଚଙ୍କ ସହିତ ଆଲୋଚନା କରି ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ତହସି୍‌ଲଦାର କହିଛନ୍ତି। ଏହି ପଞ୍ଚାୟତର ବଜ୍ରଗୁମ୍ମା ଗଁା ଲୋକ ଅତ୍ୟନ୍ତ ଭୟଭିତ ଆବସ୍ଥାରେ ରହିଛନ୍ତି। ଗଁା ପାର୍ଶ୍ୱ ଦେଇ ବାହୁଦା ନଦୀ ପ୍ରଭାବିତ ହେଉଛି। ଫଳରେ ବଜ୍ରଗୁମ୍ମା ଓ ଜଗଦଳପୁର ଗ୍ରାମକୁ ସଂଯୋଗ ହୋଇଥିବା ରାସ୍ତା ନଦୀ ଗର୍ଭରେ ବିଲିନ ହେବାକୁ ବସିଛି। ବାହୁଦା ନଦୀ ତାର ଗତିପଥ ବଦଳାଇ ବନ୍ୟାଜଳ ପ୍ରଭାବିତ ହୋଇଥିବା ଯୋଗୁ ବଜ୍ରଗୁମ୍ମା ଗ୍ରାମର ଅନେକ ଚାଷୀଙ୍କ ଏକର ଏକର ପନିପରିବା ଫସଲ ନଷ୍ଟ ହୋଇଛି। ଏ ସମ୍ପର୍କିତ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ସ୍ଥାନୀୟ ବିଧାୟକ, ଏମ୍‌ପି, ଜିଲାପାଳ, ତହସି୍‌ଲଦାର ଘଟଣା ସ୍ଥଳକୁ ଯାଇ ବଜ୍ରଗୁମ୍ମା ଗଁା ଲୋକ କିଭଳି ରହିଛନ୍ତି ସେ ସମ୍ପର୍କରେ ଜାଣିବାକୁ ଗ୍ରାମର ଅନୀଲ୍‌ କୁମାର ମିଶ୍ର ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ପଦକ ଜିତିଲେ ଗଞ୍ଜାମର ୩ ଖେଳାଳି, ଛୁଟୁଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ପାରା ଅସିଚାଳନା ପ୍ରତିଯୋଗିତାରେ ଦଶରୁ ଅଧିକ ପଦକ ଜିତିଛନ୍ତି ଗଞ୍ଜାମର ୩ ଖେଳାଳି। ଛତ୍ରପୁର ଗିଲିଟିପେଟା…

ଟ୍ରମ୍ପଙ୍କ ହୃଦୟ ଭାଙ୍ଗିଲେ ନେତାନ୍ୟାହୁ! ଇସ୍ରାଏଲ ଘୋଷଣା କରି କହିଲା….

ନୂଆଦିଲ୍ଲୀ,୩୦ା୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଇସ୍ରାଏଲ ଆମେରିକାକୁ ଏକ ବଡ଼ ଧୋକା ଦେଇଛି। ଇସ୍ରାଏଲ ସ୍ପଷ୍ଟ ଭାବରେ କହିଛି ଯେ ଏହାର ସେନା ଗ୍ରାଉଣ୍ଡ…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ହୋମଗାର୍ଡ ପରୀକ୍ଷାରେ ଆସିଲା ଦୁର୍ନୀତି ଅଭିଯୋଗ: ଏସ୍‌ପିଙ୍କୁ ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କଲେ ପ୍ରାର୍ଥୀ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ହୋମଗାର୍ଡ ପରୀକ୍ଷାରେ ମହାଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଧୀନରେ ଫର୍ମପୂଣର କରି ପରୀକ୍ଷା…

ହେମସାଗର ଭୋଇ ହେଲେ ପଦ୍ମପୁର ନୂତନ ଉପଜିଲାପାଳ

ପଦ୍ମପୁର,୩୦।୩( ପ୍ରଦୀପ୍ତ ଦାଶ ): ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲାପାଳ ଭାବେ ହେମସାଗର ଭୋଇଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ…

୩୧ରେ ସରିଯିବ ଧାନ ସଂଗ୍ରହ ପ୍ରକ୍ରିୟା, ବିକ୍ରି ଅପେକ୍ଷାରେ ହଜାର ହଜାର ବସ୍ତା ଧାନ

ବରଗଡ଼,୩୦।୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉମାତ୍ର ୨ଦିନ ବାକି। ଆସନ୍ତା ୩୧ତାରିଖରେ ଏହି ପ୍ରକ୍ରିୟା ଶେଷ ହୋଇଯିବ। ଅନ୍ୟପଟେ ଏବେ ମଧ୍ୟ ବରଗଡ଼…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri