Odisha Elections 2024

ଜଳ ପାଲଟିଛି ଜହର

ରାସୋଳ,୨୬।୪(ଡି.ଏନ୍‌.ଏ.): ନଳକୂପ ପାଣି ଦେହକୁ ହିତ ବୋଲି କହୁଛନ୍ତି। ହେଲେ ଆମ ଗାଁର ନଳକୂପରୁ ବାହାରୁ ଥିବା ପାଣି ବିଷ ପାଲଟିଛି। ଏହାକୁ ପିଇ ଲୋକେ ପୋକମାଛି ଭଳି ମରୁଛନ୍ତି। ଗଲା ୫ ବର୍ଷରେ କିଡ୍‌ନୀ ରୋଗରେ ୮ଜଣଙ୍କ ଜୀବନ ଗଲାଣି। ୪ଜଣ ଆକ୍ରାନ୍ତ ହୋଇ ଶେଯରେ ପଡ଼ିଛନ୍ତି। ନେତା, ଅଧିକାରୀ ଆମ କଥା କେହି ଶୁଣୁନାହାନ୍ତି। ଆଗକୁ ଯଦି କିଛି ଅସୁବିଧା ହୁଏ, ତେବେ ଏଥିପାଇଁ ପ୍ରଶାସନ ଦାୟୀ ରହିବ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଥିବା ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ପଞ୍ଚାୟତ ନୂଆପାଟଣା ତଅଁଳାସାହିବାସୀ ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହେଉଥିବାବେଳେ ପ୍ରଶାସନିକ ଅବହେଳା ବିରୋଧରେ ଏଭଳି ଚରମବାଣୀ ଶୁଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ପଞ୍ଚାୟତ ସଦରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ତଅଁଳାସାହିରେ ମୋଟ୍‌ ୪୦ ପରିବାର ବାସ କରୁଥିବାବେଳେ ଲୋକସଂଖ୍ୟା ପ୍ରାୟ ୩୦୦। ସାହିରେ ଥିବା ୪୦ ବର୍ଷ ପୁରୁଣା ଏକମାତ୍ର ନଳକୂପ ଏତେସଂଖ୍ୟକ ଗ୍ରାମବାସୀଙ୍କ ଦୈନନ୍ଦିନ ଚାହିଦା ମେଣ୍ଟାଇବାକୁ ଅସମର୍ଥ। ଯେଉଁ ପାଣି ବାହାରୁଛି, ତାହା ହଳଦିଆ ରଙ୍ଗର। ଏହାକୁ କିଛି ସମୟ ରଖିଦେବା ପରେ ତେଲିଆ ଆସ୍ତରଣ ପଡ଼ିଯାଉଛି। ଗ୍ରାମକୁ ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ଦିନକୁ ମାତ୍ର ୧୦-୧୫ ମିନିଟ୍‌ ପାଣି ଆସୁଛି, ଯାହା ପର୍ଯ୍ୟାପ୍ତ ହେଉନାହିଁ। ଅନ୍ୟ ବିକଳ୍ପ ନ ଥିବାରୁ ସାହିବାସୀ ଦୂଷିତ ନଳକୂପ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଗତ ୫ବର୍ଷରେ ଅରୁଣ ବେହେରା, ପ୍ରମୋଦ ବେହେରା, ଦୁଲେଇ ବେହେରା, କାଳିଆ ବେହେରା, ହେମଲତା ଦାସ, ସୁଗୁରି ଦାସ, ବୁଲୁ ବେହେରା, ଭଗବାନ ବେହେରା ପ୍ରମୁଖ ୮ଜଣଙ୍କ ମୃତ୍ୟୁ ଘଟିଲାଣି। ସେହିପରି ଭାସ୍କର ବେହେରା, ପବିତ୍ର ବେହେରା, କୃଷ୍ଣ ଦାସ, ନୀର ବେହେରା ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ଚଳିତବର୍ଷ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାହିବାସୀଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେଇଛି। ଜନସାଧାରଣଙ୍କୁ ବାଦ୍‌ଦେଲେ ଗୃହପାଳିତ ପ୍ରାଣୀ ମଧ୍ୟ ପାଣି ପାଇଁ ନାହିଁ ନ ଥିବା ହିନସ୍ତା ହେଉଥିବା ଗ୍ରାମର ଜୟନ୍ତ ବେହେରା ଅଭିଯୋଗ କରିଛନ୍ତି। ସେହିପରି ସଞ୍ଜୁ ବେହେରା କୁହନ୍ତି, ସରପଞ୍ଚ ଦିବାକର ନାୟକ ଗ୍ରାମର ପୁଅ। ତାଙ୍କୁ ଅସୁବିଧା କହିଲେ, ସେ ବିଭାଗକୁ ଲେଖି ଜଣାଇବାକୁ କହୁଛନ୍ତି। ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ପାଣି ଯୋଗାଣ ବ୍ୟବସ୍ଥା କରିବା ଜରୁରୀ। ସରପଞ୍ଚ ନାୟକ କୁହନ୍ତି, ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଉଛି।
ହିନ୍ଦୋଳ ଉପଜିଲାପାଳ ଶିବାନନ୍ଦ ସ୍ବାଇଁ କୁହନ୍ତି, ଅଭିଯୋଗ ପାଇଛି। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ତୁରନ୍ତ ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri