ଜଳ ପାଲଟିଛି ଜହର

ରାସୋଳ,୨୬।୪(ଡି.ଏନ୍‌.ଏ.): ନଳକୂପ ପାଣି ଦେହକୁ ହିତ ବୋଲି କହୁଛନ୍ତି। ହେଲେ ଆମ ଗାଁର ନଳକୂପରୁ ବାହାରୁ ଥିବା ପାଣି ବିଷ ପାଲଟିଛି। ଏହାକୁ ପିଇ ଲୋକେ ପୋକମାଛି ଭଳି ମରୁଛନ୍ତି। ଗଲା ୫ ବର୍ଷରେ କିଡ୍‌ନୀ ରୋଗରେ ୮ଜଣଙ୍କ ଜୀବନ ଗଲାଣି। ୪ଜଣ ଆକ୍ରାନ୍ତ ହୋଇ ଶେଯରେ ପଡ଼ିଛନ୍ତି। ନେତା, ଅଧିକାରୀ ଆମ କଥା କେହି ଶୁଣୁନାହାନ୍ତି। ଆଗକୁ ଯଦି କିଛି ଅସୁବିଧା ହୁଏ, ତେବେ ଏଥିପାଇଁ ପ୍ରଶାସନ ଦାୟୀ ରହିବ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଥିବା ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ପଞ୍ଚାୟତ ନୂଆପାଟଣା ତଅଁଳାସାହିବାସୀ ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହେଉଥିବାବେଳେ ପ୍ରଶାସନିକ ଅବହେଳା ବିରୋଧରେ ଏଭଳି ଚରମବାଣୀ ଶୁଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ପଞ୍ଚାୟତ ସଦରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ତଅଁଳାସାହିରେ ମୋଟ୍‌ ୪୦ ପରିବାର ବାସ କରୁଥିବାବେଳେ ଲୋକସଂଖ୍ୟା ପ୍ରାୟ ୩୦୦। ସାହିରେ ଥିବା ୪୦ ବର୍ଷ ପୁରୁଣା ଏକମାତ୍ର ନଳକୂପ ଏତେସଂଖ୍ୟକ ଗ୍ରାମବାସୀଙ୍କ ଦୈନନ୍ଦିନ ଚାହିଦା ମେଣ୍ଟାଇବାକୁ ଅସମର୍ଥ। ଯେଉଁ ପାଣି ବାହାରୁଛି, ତାହା ହଳଦିଆ ରଙ୍ଗର। ଏହାକୁ କିଛି ସମୟ ରଖିଦେବା ପରେ ତେଲିଆ ଆସ୍ତରଣ ପଡ଼ିଯାଉଛି। ଗ୍ରାମକୁ ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ଦିନକୁ ମାତ୍ର ୧୦-୧୫ ମିନିଟ୍‌ ପାଣି ଆସୁଛି, ଯାହା ପର୍ଯ୍ୟାପ୍ତ ହେଉନାହିଁ। ଅନ୍ୟ ବିକଳ୍ପ ନ ଥିବାରୁ ସାହିବାସୀ ଦୂଷିତ ନଳକୂପ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଗତ ୫ବର୍ଷରେ ଅରୁଣ ବେହେରା, ପ୍ରମୋଦ ବେହେରା, ଦୁଲେଇ ବେହେରା, କାଳିଆ ବେହେରା, ହେମଲତା ଦାସ, ସୁଗୁରି ଦାସ, ବୁଲୁ ବେହେରା, ଭଗବାନ ବେହେରା ପ୍ରମୁଖ ୮ଜଣଙ୍କ ମୃତ୍ୟୁ ଘଟିଲାଣି। ସେହିପରି ଭାସ୍କର ବେହେରା, ପବିତ୍ର ବେହେରା, କୃଷ୍ଣ ଦାସ, ନୀର ବେହେରା ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ଚଳିତବର୍ଷ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାହିବାସୀଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେଇଛି। ଜନସାଧାରଣଙ୍କୁ ବାଦ୍‌ଦେଲେ ଗୃହପାଳିତ ପ୍ରାଣୀ ମଧ୍ୟ ପାଣି ପାଇଁ ନାହିଁ ନ ଥିବା ହିନସ୍ତା ହେଉଥିବା ଗ୍ରାମର ଜୟନ୍ତ ବେହେରା ଅଭିଯୋଗ କରିଛନ୍ତି। ସେହିପରି ସଞ୍ଜୁ ବେହେରା କୁହନ୍ତି, ସରପଞ୍ଚ ଦିବାକର ନାୟକ ଗ୍ରାମର ପୁଅ। ତାଙ୍କୁ ଅସୁବିଧା କହିଲେ, ସେ ବିଭାଗକୁ ଲେଖି ଜଣାଇବାକୁ କହୁଛନ୍ତି। ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ପାଣି ଯୋଗାଣ ବ୍ୟବସ୍ଥା କରିବା ଜରୁରୀ। ସରପଞ୍ଚ ନାୟକ କୁହନ୍ତି, ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଉଛି।
ହିନ୍ଦୋଳ ଉପଜିଲାପାଳ ଶିବାନନ୍ଦ ସ୍ବାଇଁ କୁହନ୍ତି, ଅଭିଯୋଗ ପାଇଛି। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ତୁରନ୍ତ ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?