ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା

ବାଲେଶ୍ୱର,୮।୯: ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବାଲେଶ୍ୱର ଜିଲା ବସ୍ତା ମଥାନୀ ଠାରେ ବିପଦ ସଙ୍କେତ୫.୫୦ ମିଟର ଥିଲା ବେଳେ ବିପଦ ସଙ୍କେତ ଉପରେ ବନ୍ୟା ପାଣି ପ୍ରଭାବିତ ହେଉଛି । ସକାଳ ୬ଟା ସୁଦ୍ଧା ୬.୪୨ମିଟର ଉପରେ ପ୍ରଭାବିତ ହେଉଛି ବନ୍ୟା ପାଣି । ତଳିଆ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।