ଭୁଶୁଡ଼ିଲା ବନ୍ଧ: ଚାଷ ଜମିରେ ମାଡ଼ିଗଲା ପାଣି; ଏକର ଏକର ଫସଲ ନଷ୍ଟ

ବରଗଡ଼ ଅଫିସ,୧୫।୧୦: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତ ଅନ୍ତର୍ଗତ କଣ୍ଠେଶ୍ୱରପୁର ମାଟିବନ୍ଧ ପ୍ରକଳ୍ପ ଗୁରୁବାର ବିଳମ୍ବିତ ରାତ୍ରିରେ ଭୁଶୁଡ଼ି ପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ମାଟିବନ୍ଧ ଡ୍ୟାମ ଭାଙ୍ଗି ପଡିଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାଦ୍ବାରା ବ୍ୟାପକ ଫସଲକ୍ଷତି ହୋଇଛି। ମରୁଡ଼ି ସତ୍ତ୍ୱେ ବେହେରାତାଳ, ଅନ୍ତର୍ଲା ଏବଂ ବିରିପାଲି ଅଞ୍ଚଳରେ ଯାହାକିଛି ଫସଲ ବଞ୍ଚିଥିଲା, ତାହା ଧୂଳିସାତ ହୋଇ ପଡିଛି। ଅଞ୍ଚଳର ଚାଷୀମାନେ ବର୍ତ୍ତମାନ ଭୟାବହ ମରୁଡ଼ି ଶିକାର ହେବେ, ତାହା ସ୍ପଷ୍ଟ ହୋଇ ଯାଇଛି। କଣ୍ଠେଶ୍ବରପୁର ମାଟିବନ୍ଧରେ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ୩୨୦ ହେକ୍ଟର ଜମି ଜଳ ସେଚିତ ହୋଇଥାଏ । ଚଲିତ ଖରିଫ ଋ଼ତୁରେ ସ୍ବଳ୍ପ ବର୍ଷା ଯୋଗୁ ଧାନ ଫସଲ ନଷ୍ଟ ହୋଇଥିଲା । କିନ୍ତୁ ସେପ୍ଟେମ୍ବର ମାସରେ ଲଘୁଚାପ ଯୋଗୁ ମାଟିବନ୍ଧରେ ପାଣି ଭର୍ତ୍ତି ହୋଇଥିଲା ଏହଂ ଯାହା କିଛି ଧାନ ବଞ୍ଚିଥିଲା ଏହି ଡ୍ୟାମର ପାଣିରେ ଚାଷ କରିବା ପାଇଁ ଚାଷୀମାନେ ଆଶା ରଖିଥିଲେ ହେଲେ । ଯାହା ଭାଙ୍ଗି ଯାଇଛି । ମାଟିବନ୍ଧରେ ଦୁର୍ବଳତା ଥିବା ନେଇ ଅଞ୍ଚଳର ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାମ ହୋଇ ନ ଥିଲା ଫଳରେ ଏଭଳି ସ୍ଥିତି ଉପୁଜିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। । ଏହି ସ୍ଥାନରେ ସ୍ଥାୟୀ ପ୍ରତିକାର ପାଇଁ ଚାଷୀମାନେ ଦାବି କରିଛନ୍ତି।