ଉପଡାକଘରେ ପଶିଲା ପାଣି, ଭାସିଲା ଟଙ୍କା

ବାଲେଶ୍ୱର, ୪।୯(ବାଞ୍ଛାନିଧି ଦେ): ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା ଫଳରେ ବାଲେଶ୍ୱର ସହର ବେହାଲ୍‌ ହୋଇପଡ଼ିଛି। ଦୁଇଦିନ ଧରି ସହରର ବିଭିନ୍ନ ରାସ୍ତା ଓ ଛକଗୁଡ଼ିକରେ ବର୍ଷା ଜଳ ଜମି ରହିବା ଫଳରେ ଯାତାୟାତ ପ୍ରଭାବିତ ହୋଇଛି। ନୂଆସାହି ଛକଠାରେ ଥିବା ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସଂଲଗ୍ନ ସହଦେବଖୁଣ୍ଟା ଉପଡାକଘର ଭିତରକୁ ବର୍ଷା ଜଳ ପଶି ଦୟନୀୟ ସ୍ଥିତି ଦେଖାଦେଇଛି। ଡାକଘର ଆଲମିରାରେ ପାଣି ପଶିବା ଫଳରେ ସେଠାରେ ଥିବା ଟଙ୍କା ସବୁ ଓଦା ହୋଇଯାଇଥିଲା। କମ୍ପ୍ୟୁଟର, ପ୍ରିଣ୍ଟର ମେସିନ୍‌, ପାସବୁକ୍‌, ରେକର୍ଡପତ୍ର, ଫାଇଲ୍‌ ସବୁ ଓଦା ହୋଇ ନଷ୍ଟ ହୋଇଥିଲା। ଏପରିକି ଡାକ ଘର ପରିସରରେ ଜମି ରହିଥିବା ବର୍ଷା ପାଣିରେ ମାଛ ଖେଳୁଥିବା ଦେଖିବାକୁ ମିଳିଥିଲା। ବୁଧବାର ଜଣେ ଜମାକାରୀ ୧ଲକ୍ଷ ଟଙ୍କା ଉଠାଇବା ପାଇଁ ଏହି ଉପଡାକଘରକୁ ଯାଇଥିଲେ। ଟଙ୍କା ଥିବା ଆଲମିରା ଖୋଲିବା ବେଳକୁ ସେଥିରେ ମଙ୍ଗଳବାର ରାତିରେ ପାଣି ପଶି ସବୁ ଓଦା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଅଧିକାରୀ ଓ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଓଦା ହୋଇଥିବା ସମସ୍ତ ସାମଗ୍ରୀ ଓ ଟଙ୍କାକୁ ଶୁଖାଇଥିଲେ। ଆବଶ୍ୟକତା ଦୃଷ୍ଟିରୁ ଉକ୍ତ ଜମାକାରୀ ଜଣକ ବାଧ୍ୟ ହୋଇ ଓଦା ଟଙ୍କାକୁ ନେଇଥିବା ଜଣାପଡ଼ିଛି।

ସୂଚନା ଯେ, ମଙ୍ଗଳବାର ଜିଲାରେ ୬୦୫ମି.ମି. ବର୍ଷା ହୋଇଥିବା ବେଳେ ସହରରେ ୧୨୮ମି.ମି. ବର୍ଷା ରେକର୍ଡ ହୋଇଥିଲା। ବୁଧବାର ଜିଲାରେ ୩୬୬ମି.ମି. ବର୍ଷା ହୋଇଥିବା ବେଳେ ସହରରେ ୩୫ମି.ମି. ବର୍ଷା ରେକର୍ଡ ହୋଇଛି। ସହରର ତଳିଆ ଅଞ୍ଚଳ ଜଳମଗ୍ନ ରହିଛି। ବହୁ ଦୋକାନ ଓ ଘର ଭିତରକୁ ବର୍ଷା ପାଣି ପଶି ଆସବାବପତ୍ର ଭାସୁଥିବାର ପରିଲକ୍ଷିତ ହୋଇଥିଲା। ଏପରିକି ଉକ୍ତ ଛକରେ ଦୋକାନଗୁଡ଼ିକ ବନ୍ଦ ରହିଥିଲା। ଜଳ ନିଷ୍କାସନ ବ୍ୟବସ୍ଥା ଦିଗରେ ଗୁରୁତ୍ୱ ଦେବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସହରବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri