ଜୀବନ ବଞ୍ଚାଉଛି ଚୁଆପାଣି

କପ୍ତିପଦା,୨୯ା୪(ଡି.ଏନ୍‌.ଏ.)- ମୟୂୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ଶରତ ପଞ୍ଚାୟତର ଅଶ୍ୱକୋଟୀ ସାରଜମଡ଼ି ଗ୍ରାମ ଏବେ ବି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି। ଏଠାରେ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ୩୦୦ ଊର୍ଦ୍ଧ୍ୱ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଅଦ୍ୟାବଧି ଏହିି ଗ୍ରାମର ଲୋକେ ଚୁଆ ପାଣି ପିଉଛନ୍ତି। ସରକାରୀ ଭାବେ ଏହି ଗାଁରେ କେବଳ ଗୋଟିଏ ଛୋଟ ଗଡ଼ିଆ ଓ ୨ଟି ନଳ କୂଅ ରହିଛି।ଯାହାକି ଖରାଦିନେ ଶୁଖିଯାଏ। ବର୍ତ୍ତମାନ ଗ୍ରାମରେ ସେହି ପରିସ୍ଥିତି ଦେଖା ଦେଇଥିବା ବେଳେ ଲୋକେ ବିଲରେ ଚୁଆ ଖୋଳି ସେହି ପାଣିକୁ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି।
ଗାଁରେ ଛୋଟ ଛୋଟ ପିଲା ଗୋଳିଆ ପାଣି ଗଡ଼ିଆରେ ଗାଧୋଇବା ଓ ଚୁଆ ପାଣି ପିଇ ବହୁ ଦୂରାରୋଗରେ ପଡ଼ୁଥିବା କୁହନ୍ତି ପାନମଣୀ ସିଂ ଓ ଗୁରୁବାରୀ ସିଂ। ଗାଁରେ ଥିବା ନଳକୂଅର ଜଳସ୍ତର ଖରା ଦିିନେ ତଳକୁ ଚାଲି ଯାଉଥିବାରୁ ପାଣି ବାହାରୁ ନାହିଁ ା ପଥୁରିଆ ଅଞ୍ଚଳ ଆଳ କରି ଜଳସ୍ତର ଠିକ୍‌ ଭାବେ ନ ଥିବାରୁ ନୂତନ ନଳକୂପ ମଧ୍ୟ ଖୋଳା ଯାଉ ନାହିଁ। ଚୁଆ ପାଣି ଲୋକଙ୍କ ଜୀବନ ବଞ୍ଚାଉଥିବା କୁହନ୍ତି ବିଜୟ ସିଂ ଓ ଶିବୁ ସିଂ। ଖରା ଦିନ ପାଇଁ ବିଭାଗ ପକ୍ଷରୁ ୨ ଦିନରେ ଥରେ ଟ୍ୟାଙ୍କର ପାଣି ଯୋଗାଇ ଦିଆଯିବ ବୋଲି ଶୁଣିବାକୁ ମିଳୁଥିବା ଜଙ୍ଗଲ ରାସ୍ତାରେ ୧କି.ମି ଦୂର ପାଣି ଆଣିବକୁ ଯିବାକୁ ପଡୁଛି ବୋଲି ଜିତେନ୍ଦ୍ର ସିଂ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସାରଜମଡ଼ିରେ ଗୋଟିଏ ନଳକୂଅ ଖୋଳା ଯାଇଥିବା ବେଳେ ଅନ୍ୟ ଗୋଟିଏ ପାଇଁ ପ୍ରସ୍ତାବ ରହିଛି। ପଥୁରିଆ ଜାଗା ହୋଇଥିବାରୁ ସମସ୍ୟା ରହୁଛି। ଖରାଦିନେ ଟ୍ୟାଙ୍କର ଯୋଗେ ଲୋକଙ୍କୁ ପାଣି ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri