ସକାଳ ହେଲେ ସଙ୍କଟ

ବଇଣ୍ଡା, ୧୫ା୪ (ଡି.ଏନ.ଏ.) ରାତି ପାହିବାଠାରୁ ରାତି ହେବା ଯାଏ ପାଣି ବିନା ଜୀବନଚର୍ଯ୍ୟା ଅଚଳ। ହେଲେ ଏହି ବାସ୍ତବତାକୁ ବୁଝିପାରୁନି କିଶୋରନଗର ବ୍ଲକ ପ୍ରଶାସନ। କାରଣ ହଣ୍ଡପା ପଞ୍ଚାୟତର ୯ ଗ୍ରାମକୁ ଏଯାଏ ପାଇପ୍‌ ପାଣିର ବ୍ୟବସ୍ଥା ହୋଇ ନ ଥିବାବେଳେ ପୁରୁଣା ନଳକୂଅଗୁଡ଼ିକର ମରାମତି ମଧ୍ୟ କରାଯାଉ ନାହିଁ। ଫଳରେ ସକାଳ ହେଲେ ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ନଳକୂଅ ନିକଟରେ ଲଗାଉଛନ୍ତି ଲମ୍ବା ଲାଇନ।
ହଣ୍ଡପା ପଞ୍ଚାୟତରେ ମୋଟ୍‌ ୭୬ ନଳକୂଅ ରହିଛି। ସେଥିରୁ ୫ଟି ଅଚଳ ଥିବାବେଳେ ଖରାଦିନେ ଜଳସ୍ତର ହ୍ରାସ କାରଣରୁ ୧୦ଟି ନଳକୂଅରୁ ପାଣି ବାହାରୁ ନାହିଁ। ଫଳରେ ପଞ୍ଚାୟତର ବଣିନାଳୀ, ଗୁଣ୍ଡୁରୀମୁଣ୍ଡା, ପ୍ରତାପପୁର, ହଣ୍ଡପା (ଗାଁ), ଚାକୁଣ୍ଡାମୁଣ୍ଡା, ବାଲିଖମଣ, ଖୋଲାରେଗେଡା, ନୁଆଁଖୋଲାରେଗେଡ଼ା, ଅର୍ଜୁନଧରା ଆଦି ଗ୍ରାମବାସୀ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସରକାର ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ଜଳ ପ୍ରକଳ୍ପମାନ ନିର୍ମାଣ କରୁଥିଲେ ହେଁ ହଣ୍ଡପା ପଞ୍ଚାୟତ ଏହି ଯୋଜନାରୁ ଏଯାଏ ବାଦ୍‌ ପଡ଼ିଛି। ଏପରି କି ପଞ୍ଚାୟତରେ ଥିବା ଜଙ୍ଗଲ ଅଧ୍ୟୁଷିତ ୪ଟି ଗ୍ରାମ ବାଲିଖମଣ, ଖୋଲାରେଗେଡ଼ା, ନୂଆଁ ଖୋଲାରେଗେଡା, ଅର୍ଜୁନଧରାର ସମସ୍ୟା ପ୍ରତି ଆଦୌ ଦୃଷ୍ଟି ଦିଆଯାଉ ନାହିଁ। ପଞ୍ଚାୟତର ଏହି ୪ଟି ଗ୍ରାମରେ ପାନୀୟ ସଙ୍କଟ ଅତି ଉତ୍କଟ। କାରଣ ଜଙ୍ଗଲାଞ୍ଚଳ ହୋଇଥିବାରୁ ଏଠାରେ ଥିବା ନଳକୂଅଗୁଡ଼ିକର ଜଳସ୍ତର ଅତି ତଳକୁ ଖସିଯାଉଛି। ଆବଶ୍ୟକ ପାଣି ମିଳୁ ନ ଥିବାରୁ ଗ୍ରାମବାସୀ ନିକଟରେ ଥିବା ନାଳ ଓ ଖୋଲା କୂଅରୁ ପାଣି ନେଇ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିଲେ ମଧ୍ୟ କୌଣସି ବିକଳ୍ପ ନ ଥିବାରୁ ବାଧ୍ୟ ହୋଇ ଦୂଷିତ ପାଣି ପିଉଛନ୍ତି। ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅଧିକ ନଳକୂଅ ଖୋଲିବା ପାଇଁ ବାରମ୍ବାର ବ୍ଲକ ପ୍ରଶାସନକୁ ଅଭିଯୋଗ କରାଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଜୁନଧରା ଗ୍ରାମବାସୀ ବହୁବାର ପଞ୍ଚାୟତଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ଆଠମଲ୍ଲିକ ବିଧାୟକଙ୍କୁ ଅଭିଯୋଗ କରିଛନ୍ତି। ହେଲେ ଆଠମଲ୍ଲିକ ଉପଖଣ୍ଡର ସମସ୍ତ ପଞ୍ଚାୟତକୁ ମେଗା ଜଳ ପ୍ରକଳ୍ପ ଜରିଆରେ ମହାନଦୀରୁ ପାଣି ଯୋଗାଇ ଦିଆଯିବ ବୋଲି କୁହାଯାଇ ବର୍ଷ ପରେ ବର୍ଷ ଗଡ଼ାଇ ଦିଆଯାଉଛି। କେବେ ପ୍ରକଳ୍ପ ନିର୍ମାଣ ହେବ ଓ ଏହି ପାନୀୟ ସଙ୍କଟର ସମାଧାନ ହେବ ତାହା ହଣ୍ଡପା ପଞ୍ଚାୟତବାସୀଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁରନ୍ତ ଜଳଯୋଗାଣ ବିଭାଗ ପକ୍ଷରୁ ଅଚଳ ନଳକୂଅଗୁଡିକର ମରାମତି ଏବଂ ନୂତନ ପ୍ରକଳ୍ପ ନିର୍ମାଣ ସହିତ ଅଧିକ ନଳକୂଅ ଖୋଳିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଟ୍ୟାଙ୍କର ଯୋଗେ ଜଳଯୋଗାଣ ହେଉ
ଲୋକଙ୍କୁ ପିଇବା ପାଣି ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ନଳକୂଅରୁ ପାଣି ଠିକ୍‌ ଭାବେ ମିଳୁ ନ ଥିବା ଯୋଗୁ ଅଞ୍ଚଳବାସୀ ଡହଳ ବିକଳ ହେଉଛନ୍ତି। ଏ ନେଇ ପଞ୍ଚାୟତଠାରୁ ବ୍ଲକ ପ୍ରଶାସନ ଯାଏ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ତୁରନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉ।
-ଅନିଲ କୁମାର ସାହୁ, ଗ୍ରାମବାସୀ

ପ୍ରଶାସନ ବ୍ୟବସ୍ଥା କରୁନାହିଁ
ହଣ୍ଡପା ପଞ୍ଚାୟତର କେତୋଟି ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଯାଇଛି। କିନ୍ତୁ ପ୍ରଶାସନ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରୁନାହିଁ। ଏ ନେଇ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯାଇଛି। ବ୍ଲକ ପ୍ରଶାସନ ବିଶୁଦ୍ଧ ପାଣି ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଅନ୍ତୁ।
-ରଶ୍ମିତା ପ୍ରଧାନ, ସରପଞ୍ଚ, ହଣ୍ଡପା

ହଣ୍ଡପା ପ୍ରତି ଅବହେଳା କରାଯାଉଛି
ହଣ୍ଡପା ଗ୍ରାମରେ ପାଇପ୍‌ ବିଛା ହୋଇଛି। ହେଲେ ଜଳ ଯୋଗାଣ କରାଯାଉ ନାହିଁ। ଫଳରେ ସକାଳ ହେଲେ ଲୋକଙ୍କୁ ପିଇବା ପାଣି ଚିନ୍ତା ଘାରୁଛି। ନଳକୂଅ ଗୁଡିକରୁ ମଧ୍ୟ ଆବଶ୍ୟକ ପାଣି ବାହାରୁ ନାହିଁ। ଅନ୍ୟ ଗ୍ରାମକୁ ଜଳଯୋଗାଣ ହେଉଥିଲେ ମଧ୍ୟ ହଣ୍ଡପାକୁ ଅବହେଳା କରାଯାଉଛି।
-ଉଗ୍ରସେନ ଦେହୁରୀ, ହଣ୍ଡପା

ନଳକୂଅ ନିକଟରେ ଭିଡ଼ ହେଉଛିଅର୍ଜୁନଧରା ଗ୍ରାମରେ ୧୫୦ରୁ ଅଧିକ ପରିବାର ବସବାସ କରୁଥିଲେ ମଧ୍ୟ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯାଉନାହିଁ। ଫଳରେ ଗ୍ରାମରେ ଥିବା ନଳକୂଅ ନିକଟରେ ଦୈନିକ ଭିଡ଼ ହେଉଛି। ତୁରନ୍ତ ବ୍ଲକ ପ୍ରଶାସନ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେଉ।
-ଦିଲୀପ କୁମାର ସାହୁ, ଅର୍ଜୁନଧରା


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri