ଏହି ସହରରେ ରାସ୍ତାଠୁ ଆରମ୍ଭ କରି କ୍ଷେତ ପର୍ଯ୍ୟନ୍ତ ହଠାତ୍‌ ପାଣିର ରଙ୍ଗ ହୋଇଗଲା ନୀଳ, କାରଣ ଜାଣିଲେ…

ମୁମ୍ବାଇ,୧୧ା୮: ମହାରାଷ୍ଟ୍ରର କଲ୍ୟାଣ ଜିଲାରେ ବର୍ତ୍ତମାନ ଯେଉଁଆଡ଼େ ବୁଲିବେ କେବଳ ପାଣିର ରଙ୍ଗ ନୀଳ ଦେଖିବାକୁ ପାଇବେ। ଏପରିକି ରାସ୍ତାଘାଟଠାରୁ ଆରମ୍ଭ କରି କ୍ଷେତବାଡ଼ି ପର୍ଯ୍ୟନ୍ତ ଯେଉଁଠି ବି ଟିକେ ପାଣି ଅଛି ସେହି ପାଣି ଗାଢ଼ ନୀଳ ରଙ୍ଗର। ଏହା ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

କଲ୍ୟାଣ ଜିଲାର ୧୪ଟ ଗାଁରେ ଗୋଷିଆ ମାର୍କେଟରୁ ରାସାୟନିକ ମିଶ୍ରିତ ପାଣି ସିଧା ସଡ଼କ ଉପରେ ଛଡ଼ା ଯାଇଥିଲା। ଏହି କାରଣରୁ ରାସ୍ତାଘାଟରେ ଜମିଥିବା ପାଣି ସବୁ ନୀଳ ହୋଇଗଲା। କ୍ଷେତରେ ଥିବା ପାଣି ମଧ୍ୟ ନୀଳ ହୋଇଯାଇଛି। ଫଳରେ କୃଷକମାନେ ଚିନ୍ତାରେ ପଡ଼ିଛନ୍ତି। ଏହି ନୀଳ ପାଣି ଯୋଗୁ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅଧିକାରୀ ବର୍ତ୍ତମାନ ସୁଦ୍ଧା ପରିଦର୍ଶନରେ ଆସିନାହାନ୍ତି। ସ୍ଥାନୀୟ ଲୋକେ କୁହନ୍ତି, ନଦୀ ଏବଂ ନାଳରେ ବହୁସଂଖ୍ୟାରେ ମାଛ ମରିପଡ଼ିଛନ୍ତି। ଏହାର ପ୍ରଭାବରରେ ୧୪ଟି ଗ୍ରାମର ଲୋକେ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ଏଥିପ୍ରତି ଧ୍ୟାନ ଦିଆଯାଇ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମସ୍ୟାକୁ ନେଇ ଲୋକେ ସୋସିଆଲ ମିଡିଆରେ ଟୁଇଟ୍‌ ବି କରିଛନ୍ତି।

Share