ସ୍ବାସ୍ଥ୍ୟୋପକାରୀ ପାଣିସିଙ୍ଗଡ଼ା-ପଦ୍ମନାଡ଼

ଜଳ ଓ ସ୍ଥଳଭାଗରେ ଯେତେପ୍ରକାର ଉଦ୍ଭିଦ, ଲତା, ଗୁଳ୍ମ, ଆଦି ରହିଛି; ସେଗୁଡ଼ିକର ଚେର, ମୂଳ, ଛାଲି, ଡାଳ, ପତ୍ର, ଫୁଲ ଓ ଫଳ ପ୍ରତ୍ୟେକ ଦ୍ରବ୍ୟ ମାନବ ଶରୀର ପାଇଁ ପ୍ରକୃତିଦତ୍ତ। ସେଗୁଡ଼ିକ ଜୀବନୀୟ ଗୁଣବତ୍ତା ତଥା ଔଷଧୀୟ ଗୁଣରେ ପରିପୂର୍ଣ୍ଣ ରହିଛି। ବିଶ୍ୱର ପ୍ରତ୍ୟେକ ଦେଶ ତଥା ଭାରତର କୋଣାନୁକୋଣେ ଜଳବାୟୁ ଅନୁଯାୟୀ ଏମିତି କେତେ ନିଆରା କିସମର ସ୍ବାସ୍ଥ୍ୟ ଉପକାରୀ ଖାଦ୍ୟ ଦ୍ରବ୍ୟ ରହିଛି। ଏଗୁଡ଼ିକ ସବୁ ସ୍ଥାନରେ ମିଳିନଥାଏ, ଯାହାକୁ କେତେକ ବ୍ୟକ୍ତି ଜାଣି ନ ଥା’ନ୍ତି କିମ୍ବା ଖାଦ୍ୟରେ ବ୍ୟବହାର କରି ନ ଥା’ନ୍ତି। ସେଥିମଧ୍ୟରୁ ପାଣିସିଙ୍ଗଡ଼ା ଓ ପଦ୍ମନାଡ଼ ଅନ୍ୟତମ। ସ୍ବାସ୍ଥ୍ୟ ହିତ ପାଇଁ ଏକ ଏକ ବହୁ ଉପକାରୀ ଖାଦ୍ୟ ଅଟେ। ଏ ଦୁଇ ପ୍ରକାର ଦ୍ରବ୍ୟ ଜଳ ମଧ୍ୟରେ ହିଁ ହୋଇଥାଏ।
ପାଣିସିଙ୍ଗଡ଼ା : ପାଣିସିଙ୍ଗଡ଼ା (warter chestnut) ସ୍ବାସ୍ଥ୍ୟ ପାଇଁ ବିଶେଷ ଲାଭଦାୟକ। ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଛି, ଯାହା ଆମ ଦାନ୍ତ ଓ ଅସ୍ଥିକୁ ମଜଭୁତ କରିଥାଏ। କେବଳ ସେତିକି ନୁହେଁ, ଏହା ଶରୀରର ଦୁର୍ବଳତା ଦୂର କରିବା, ଗ୍ୟାଷ୍ଟ୍ରିକ ସମସ୍ୟା, କୋଷ୍ଠକାଠିନ୍ୟ ଦୂର କରିବା ସହ ଅନ୍ତନଳୀକୁ ସଫା ରଖିବାରେ ସାହାଯ୍ୟ କରେ। ତା’ ସହ ପାଚନକ୍ରିୟାକୁ ଆହୁରି ସକ୍ରିୟ କରାଇଥାଏ। ପାଣିସିଙ୍ଗଡ଼ାରେ ତନ୍ତୁଜାତୀୟ ପଦାର୍ଥ ଭରି ରହିଛି। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥିବାରୁ ଏହା ଖାଇବା ଦ୍ୱାରା ଟନ୍‌ସିଲ ଓ ଗଳା ସମସ୍ୟା ଦୂର ହୋଇଥାଏ। ସୁନିଦ୍ରା ହେବାରେ ମଧ୍ୟ ସାହାଯ୍ୟ କରିଥାଏ। ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ପାଣିସିଙ୍ଗଡ଼ା ଚରକ ସଂହିତାରେ ପାଣିସିଙ୍ଗଡ଼ା ଏକ ସ୍ବାଦିଷ୍ଟ, ହଜମ ଶକ୍ତି ବୃଦ୍ଧିକାରକ, ପିତ୍ତ ଓ କଫ ଆମ ଶରୀର ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରାଯାଇଛି। ଏହା ରକ୍ତଚାପକୁ ମଧ୍ୟ ସନ୍ତୁଳିତ ରଖେ। ଏପରି ସ୍ବାସ୍ଥ୍ୟ ଉପଯୋଗୀ ପାଣିସିଙ୍ଗଡ଼ାକୁ ଆମେ ଖାଦ୍ୟ ଭାବେ ଖାଇବା ଜରୁରୀ।
ପଦ୍ମନାଡ଼: ପଦ୍ମନାଡ଼ (Lotus stem)କୁ ଭାଜି ତରକାରି କରି ଖିଆଯାଏ। ଏହା ଦେଖିବାକୁ ଧଳା। ଏହା ସାଧାରଣତଃ ଜଳାଶୟଗୁଡ଼ିକରେ ରହିଥାଏ। ଆମ ଦେଶର ପଦ୍ମଫୁଲକୁ ପ୍ରାୟତଃ ପୂଜାର୍ଚ୍ଚନାରେ ବ୍ୟବହାର କରାଯାଏ। କିନ୍ତୁ ଏହାର ନାଡ଼ରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ଭିଟାମିନ-ସି, ଆଇରନ୍‌, ଭିଟାମିନ୍‌-ବି କମ୍ପ୍ଲେକ୍ସ, ପୋଟାସିୟମ, ସୋଡିୟମ, ପ୍ରୋଟିନ ଭରପୂର ହୋଇ ରହିଛି। ଏହା ଆଣ୍ଟି-ଅକ୍ସିଡାଣ୍ଟ ଅଟେ। ଏହାକୁ ଖାଦ୍ୟ ଭାବେ ଖାଇବା ଦ୍ୱାରା ଏହା ତ୍ୱଚାକୁ ସୌନ୍ଦର୍ଯ୍ୟ ବଢ଼ାଇବା ସହ କେଶ ବୃଦ୍ଧି ଘଟିବା, ଦେହରୁ ବହୁତ ଝାଳ ନିର୍ଗତ ହେଉଥିଲେ ଏହା ସ୍ବାଭାବିକ ହେବା ସହ ନାକରୁ କିମ୍ବା ପରିସ୍ରାରେ ରକ୍ତ ପଡୁଥିଲେ ସେଥିରୁ ଉପଶମ ମିଳିବା ବ୍ୟତୀତ ଥଣ୍ଡା କାଶ, କୁଣ୍ଡିଆ, ଚର୍ମ ରୋଗରୁ ଉପଶମ ମିଳିଥାଏ। ମହିଳା ଓ ପୁରୁଷଙ୍କ ଯୌନଶକ୍ତି ବୃଦ୍ଧି କରିବା ସହ ଶରୀରର ଖରାପ କୋଲେଷ୍ଟରଲକୁ ନିର୍ଗତ କରାଇବାରେ ସହାୟକ ହୋଇଥାଏ। ଉଚ୍ଚ ରକ୍ତଚାପକୁ ମଧ୍ୟ ଏହା ସନ୍ତୁଳିତ ରଖିଥାଏ। ଏହାକୁ ନିୟମିତ ଖାଇଲେ ତାହା ଆନିମିଆ, ଉତ୍ତମ ରକ୍ତ ସଂଚାଳନ ସହ ଶରୀରରେ ଲୋହିତ ରକ୍ତକଣିକା ମାତ୍ରା ବୃଦ୍ଧି, ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ପଦ୍ମନାଡ଼କୁ ଖାଦ୍ୟ ରୂପେ ଆମେ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥାଏ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
– ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

୫୦ ବର୍ଷ ପରେ ଡିସେମ୍ବରରେ ଘଟୁଛି ଏମିତି ଯୋଗ, ଏହି ୫ ରାଶିର ଲାଗିବ ଲଟେରୀ, ହେବ ଧନ ଲାଭ

ଡିସେମ୍ବର ମାସ ଗ୍ରହ ଏବଂ ନକ୍ଷତ୍ର ଦୃଷ୍ଟିକୋଣରୁ ବହୁତ ବିଶେଷ ହେବାକୁ ଯାଉଛି। ବୈଦିକ ଜ୍ୟୋତିଷ ଅନୁସାରେ, ୫୦ ବର୍ଷ ପରେ ଧନୁ ରାଶିରେ ଏକ...

ପିଲାମାନଙ୍କ ଖାଦ୍ୟାଭାସରୁ କେମିତି ଜାଣିବେ ମାନସିକତା

ଖାଇବାକୁ ନେଇ ପିଲାମାନେ ଅନେକ ସମୟରେ ବହୁ ସମସ୍ୟା ସୃଷ୍ଟି କରନ୍ତି। ଏମିତିକି ତିଆରି ହୋଇଥିବା ଖାଦ୍ୟ ବଦଳରେ ଅନ୍ୟ ଖାଦ୍ୟ ବରାଦ କରନ୍ତି ।...

ବାବା ଭେଙ୍ଗାଙ୍କ ସବୁଠୁ ବଡ଼ ଭବିଷ୍ୟବାଣୀ, ବର୍ଷ ଶେଷରେ ମାଲାମାଲ୍‌ ହେବେ ୪ ରାଶି! ଯାହା ଛୁଇଁବେ ହେବ ସୁନା…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସର୍ୱଦା ଭାଇରାଲ ହୁଏ। ଏବେ, ସେ ନିକଟରେ କହିଛନ୍ତି ଯେ 2025 ର ଶେଷ ମାସ କିଛି ରାଶି ପାଇଁ ଖୁସିର...

ଜଏଣ୍ଟ ପେନ୍‌ ହେଉଥିଲେ…ଆପଣାନ୍ତୁ ଏହି ଟିପ୍ସ

ଶୀତଦିନେ ତାପମାତ୍ରା କମ୍‌ ଥିବାରୁ ଜଏଣ୍ଟ ପେନ୍‌ ସମସ୍ୟା ଦେଖାଦିଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ କ’ଣ କରିବେ ଜାଣନ୍ତୁ… -ଆଣ୍ଠୁଗଣ୍ଠି ସମସ୍ୟାରୁ...

ଡିସେମ୍ବର ୭ରୁ ସାବଧାନ ରୁହନ୍ତୁ ଏହି ୫ଟି ରାଶି, ମଙ୍ଗଳଙ୍କ ଗୋଚର ଆଣିପାରେ ଆର୍ଥିକ କ୍ଷତି, ଆଉ ଅଶାନ୍ତି

ଡିସେମ୍ବର ୭ ତାରିଖ ରାତି ୮:୨୭ରେ ମଙ୍ଗଳ ଧନୁ ରାଶିରେ ପ୍ରବେଶ କରିବାର ରହିଛି। ମଙ୍ଗଳ ଜାନୁଆରୀ ୧୬, ୨୦୨୬ ସକାଳ ୪:୩୬ ପର୍ଯ୍ୟନ୍ତ ଧନୁ...

୩୦ବର୍ଷ ପରେ ଶନିରେ ମହା ରାଜଯୋଗ, ୨୦୨୬ରେ ଚମକିବେ ଏହି ୩ରାଶି!

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହ ଏବଂ ନକ୍ଷତ୍ରର ପ୍ରତ୍ୟେକ ଗୋଚର ଏବଂ ସଂଯୋଗ ମାନବ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଜ୍ୟୋତିଷ ଦୃଷ୍ଟିକୋଣରୁ 2026...

ଡିସେମ୍ୱରରେ ପଡିଲା ମଳମାସ, ୩୦ଦିନ ଯାଏ କରନ୍ତୁନି ଶୁଭକାମ ନଚେତ୍‌…

ହିନ୍ଦୁ ଧର୍ମରେ, ସୂର୍ଯ୍ୟ ଦେବତାଙ୍କୁ ନଅଟି ଗ୍ରହର ରାଜା ଏବଂ ଚଳନ୍ତି ପ୍ରତିମା ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଗଣନା ଅନୁସାରେ, ପ୍ରତି ମାସରେ ସୂର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri