Posted inଖେଳ

ପିତା କାରଗିଲରେ ବନ୍ଧୁକ ଚଳାଇ, ପୁଅ ରାଞ୍ଚିରେ ରନ ବର୍ଷା କରି ରଖିଲେ ଭାରତ ମାତାର ଟେକ

ରାଞ୍ଚି,୨୬।୨: ରାଞ୍ଚି ଟେଷ୍ଟରେ ଭାରତ ଜିତିଛି। ଏହି ଟେଷ୍ଟ ସହିତ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୫ ମ୍ୟାଚ ଟେଷ୍ଟ ସିରିଜ ମଧ୍ୟ ଟିମ ଇଣ୍ଡିଆ ନାଁରେ ହୋଇଗଲା। ସିରିଜର ମାତ୍ର ଚାରିଟି ମ୍ୟାଚ ପରେ ଟିମ ଇଣ୍ଡିଆ ୩-୧ରେ ଅଗ୍ରଣୀ ହାସଲ କରିଛି।

ରାଞ୍ଚି ଟେଷ୍ଟରେ ଟିମ ଇଣ୍ଡିଆର ବିଜୟର ହିରୋ ଥିଲେ ଧ୍ରୁବ ଜୁରେଲ। ସେ ଏହି ଟେଷ୍ଟ ମ୍ୟାଚକୁ ୫ ୱିକେଟ ଜିତିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଏହି ମ୍ୟାଚର ଉଭୟ ଇନିଂସରେ ବହୁତ ଗୁରୁତ୍ୱପୂର୍ଣ୍ଣ ରନ ସ୍କୋର କରିଥିଲେ। ଏହି ଟେଷ୍ଟରେ ସେ ଟିମ ଇଣ୍ଡିଆ ପାଇଁ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ।

ପ୍ରଥମ ଇନିଂସରେ ଯେତେବେଳେ ଟିମ ଇଣ୍ଡିଆ ୧୭୭ ରନ ପାଇଁ ୭ ୱିକେଟ ହରାଇଥିଲା, ଜୁରେଲ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ସହ ଛୋଟ ଏବଂ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରି ଟିମ ଇଣ୍ଡିଆକୁ ୩୦୦ରୁ ଅଧିକ ରନ ପର୍ଯ୍ୟନ୍ତ ନେଇଥିଲେ। ଧ୍ରୁବ ଜୁରେଲଙ୍କ ଇନିଂସ ଯୋଗୁଁ ହିଁ ଭାରତୀୟ ଦଳ ଇଂଲଣ୍ଡକୁ ଚ୍ୟାଲେଞ୍ଜ କରିବାର ସ୍ଥିତିରେ ଥିଲା। ଭାରତର ପ୍ରଥମ ଇନିଂସରେ ଜୁରେଲ ୧୪୯ବଲରେ ୯୦ ରନ ସଂଗ୍ରହ କରି ୬ ଚୌକା ଓ ୪ ଛକା ମାରିଥିଲେ। ଏହା ପରେ, ଦ୍ୱିତୀୟ ଇନିଂସରେ ଯେତେବେଳେ ଭାରତୀୟ ଦଳ ମାତ୍ର ୧୨୦ରନରେ ୫ ୱିକେଟ ହରାଇବା ପରେ ବ୍ୟାକଫୁଟରେ ଥିଲା, ଜୁରେଲ ଶୁବମାନ ଗିଲଙ୍କ ସହ ଭାରତକୁ ବିଜୟ ଆଡକୁ ନେଇଥିଲେ। ଦ୍ୱିତୀୟ ଇନିଂସରେ ଜୁରେଲ ଅପରାଜିତ ୩୯ ରନ ସ୍କୋର କରିଥିଲେ।
ରାଞ୍ଚି ଟେଷ୍ଟରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିଜୟ ଏବଂ ପରାଜୟର ପାର୍ଥକ୍ୟ ରହି ଆସିଛି କେବଳ ଧ୍ରୁଭ ଜୁରେଲଙ୍କ ପାଇଁ। ତାଙ୍କର ଇନିଂସ ବିଜୟ ଏବଂ ପରାଜୟ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିଥିଲା । ଏହା କୁହାଯାଇପାରେ ଯେ ତାଙ୍କ ବ୍ୟାଟ ରାଞ୍ଚିରେ ଟିମ ଇଣ୍ଡିଆର ସମ୍ମାନ ରକ୍ଷା କରିଛି। ସେ ଏହି ଟେଷ୍ଟ ମ୍ୟାଚ ଉପରେ ଏତେ ଧ୍ୟାନ ଦେଇଥିଲେ ଯେ ସେ ଭାରତକୁ ବିଜୟ ଦେବା ପରେ ହିଁ ଫେରିଥିଲେ। ଯେପରି ତାଙ୍କ ପିତା କାରଗିଲ ଯୁଦ୍ଧରେ ଦୃଢ ଭାବରେ ଠିଆ ହୋଇଥିଲେ।
ସୂଚନାଯୋଗ୍ୟ, ୨୫ ବର୍ଷ ପୂର୍ବେ ଅର୍ଥାତ୍‌ ୧୯୯୯ରେ, ଭାରତ ଏବଂ ପାକିସ୍ଥାନ ମଧ୍ୟରେ କାରଗିଲ ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ଧ୍ରୁବ ଜୁରେଲଙ୍କ ପିତା ନେମ ସିଂ ମଧ୍ୟ ଭାଗ ନେଇଥିଲେ। ସେ ଭାରତୀୟ ସେନାରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ଅବସରପ୍ରାପ୍ତ କିନ୍ତୁ କାରଗିଲ ଯୁଦ୍ଧ ସମୟରେ ସେ ଭାରତର ସୀମା ରକ୍ଷା କରିବାରେ ନିୟୋଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଶୁଭେନ୍ଦୁ ସାମଲ ନିଲମ୍ୱିତ

ଭୁବନେଶ୍ୱର,୩।୫: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁଭେନ୍ଦୁଙ୍କୁ ନିଲମ୍ୱନ…

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ

ଭୁବନେଶ୍ୱର,୩।୫: ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ…

ମାଛ ଧରିବାକୁ ଯାଇଥିଲେ, ମିଳିଲା ମୃତଦେହ

କୋକସରା,୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମାଛ ଧରିବା ପାଇଁ ଯାଇଥିବା କୋକସରା ବ୍ଲକ ଆମପାଣି ଥାନା ଖଲିଗଡ ଗ୍ରାମର ଜଣେ ଯୁବକ ଡ୍ୟାମ ବୁଡ଼ି ନିଖୋଜ ହୋଇ ଯାଇଥିଲେ।…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା’ପରେ…

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ…

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ! ଇରାନ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମୂଲ୍ୟ ଦେଇନାହିଁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ତେହେରାନ ଏପର୍ଯ୍ୟନ୍ତ ତାଙ୍କ…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

ଶୁଦ୍ଧି ହେବେ ଜିତୁ ମୁଣ୍ଡା

ପାଟଣା,୩ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଭଊଣୀ କାଲାରା ମୁଣ୍ଡାଙ୍କ କଙ୍କଳା ନେଇ ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କୁ…

‘ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ’, ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୩ା୫: ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରବିବାର ଏକ ଚେତାବନୀ ଜାରି କରିଛନ୍ତି । ଗୋଣ୍ଡାରେ ହେବାକୁ ଥିବା ଜାତୀୟ ଓପନ୍ ରାଙ୍କିଂ ଟୁର୍ନାମେଣ୍ଟରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri