ପାଣି ବୋତଲ-୩୦୦୦, ଭାତ ପ୍ଲେଟ୍‌-୭୫୦୦, କାବୁଲ ବିମାନ ବନ୍ଦରରେ ଦୟନୀୟ ସ୍ଥିତି…

କାବୁଲ,୨୬।୮: ଆଫଗାନିସ୍ତାନରୁ ଲୋକେ ଜୀବନ ଭୟରେ ପଳାୟନ କରୁଛନ୍ତି। ଫଳରେ କାବୁଲ ବିମାନ ବନ୍ଦର ବାହାରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଦେଶ ଛାଡ଼ିବାକୁ ବିମାନ ଅପେକ୍ଷାରେ ରହିଛନ୍ତି। ଫଳରେ ଏଠାରେ ଖାଇବା ପିଇବା ସ୍ଥିତି ଅତି ଦୟନୀୟ ହୋଇ ପଡ଼ିଛି। ପିଇବା ପାଣି ବୋତଲ ଦାମ ୪୦ ଡଲାର ଅର୍ଥାତ୍‌ ୩୦୦୦ ଟଙ୍କା ହୋଇଯାଇଛି। ସେହିପରି ଏକ ପ୍ଲେଟ୍‌ ଭାତ ଦାମ ୧୦୦ ଡଲାର ଅର୍ଥାତ୍‌ ୭୫୦୦ ଟଙ୍କାରେ ପହଞ୍ଚିଛି। ଏହାକୁ ବିକ୍ରି କରୁଥିବା ଲୋକେ କେବଳ ଡଲାର ହିଁ ନେଉଛନ୍ତି। ବହୁ ଲୋକ ଭୋକ ବିକଳରେ ଅଖିଆ ଅପିଆ ବନ୍ଦର ବାହାରେ ପଡ଼ି ରହିଛନ୍ତି।

Share