ସ୍ମାର୍ଟସିଟିର ସ୍କୁଲରେ ପଶିଲା ପାଣି, ସମସ୍ୟା ପଚାରି ବୁଝିଲେ ମେୟର

ଭୁବନେଶ୍ୱର,୫।୭(ବ୍ୟୁରୋ): ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର ବେହାଲ ହୋଇପଡ଼ିଛି। ସୋମବାରଠାରୁ ଭୁବନେଶ୍ୱରରେ ବର୍ଷା ଲାଗି ରହିଛି। ଏ ନେଇ ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି । ବର୍ଷା ଯୋଗୁ ବମିଖାଲ ସ୍କୁଲ ଭିତରେ ପାଣି ପଶିଥିବା ଜଣାପଡିଛି। ସ୍କୁଲ ପରିସର ଭିତରେ ଏତେ ପାଣି ଯେ ଯାଆସ କରିବା ବି କଷ୍ଟକର ହୋଇପଡ଼ିଛି । ପାଣି ନିଷ୍କାସନ ହେବାକୁ କୌଣସି ବାଟ ନ ଥିବାରୁ ଚିନ୍ତା ବଢ଼ିଛି। ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ ଯାଇ ଜଳବନ୍ଦୀ ସମସ୍ୟା ସମ୍ପର୍କରେ ମେୟର ସୁଲୋଚନା ଦାସ ବୁଝିଛନ୍ତି ।
କେବଳ ରାଚଧାନୀରେ ନୁହେଁ କଟକ, ପୁରୀ ସମେତ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ଆସନ୍ତା ୨ ରୁ ୩ି ଦିନ ଯାଏ ଏଭଳି ପାଣିପାଗ ଜାରି ରହିବ।