୪୮ଘଣ୍ଟା ଶୋଷରେ ରଖିଲା ଓ୍ବାଟ୍‌କୋ

ଭୁବନେଶ୍ୱର,୧୧।୧୨: (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରରେ ପାନୀୟ ଜଳ ଯୋଗାଣରେ ଫେଲ୍‌ ମାରିଲା ଓ୍ବାଟ୍‌କୋ। ବିକଳ୍ପ ବ୍ୟବସ୍ଥା ନ କରି ମରାମତି ପାଇଁ ପାଣି ଯୋଗାଣ ବନ୍ଦ କରିଦେବାରୁ ଅଧା ସହରବାସୀ ଶୁକ୍ରବାରଠାରୁ ନାନା ଦୁର୍ଦ୍ଦଶା ଭୋଗିଥିଲେ। ବିଭିନ୍ନ ସ୍ଥାନରେ ପାଣି ପାଇଁ ଡହଳବିକଳ ସ୍ଥିତି ଉପୁଜିଥିବାବେଳେ ଶୌଚ ଓ ନିତ୍ୟକର୍ମ ପାଇଁ ନାନା ହଟହଟା ହେବାକୁ ପଡିଥିଲା। ଓ୍ବାଟ୍‌କୋର ଏପରି ବେପରୁଆ ମନୋଭାବ ପାଇଁ ହଜାର ହଜାର ଲୋକ ୪୮ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଶୋଷରେ ରହିଥିଲେ। ଶେଷରେ ଅନ୍ୟ ଉପାୟ ନ ପାଇ ହାତରେ ହାଣ୍ଡି, ମାଠିଆ, ଗରା ଧରି ପାଣି ପାଇଁ ୟା’ ତା’ ଘରକୁ ଦୌଡିଥିଲେ। ରବିବାର ଅପରାହ୍ନ ୪ଟା ପରେ ପାଣି ଯୋଗାଣ ହେବାପରେ ଲୋକେ ଆଶ୍ୱସ୍ତ ହୋଇଥିଲେ ମଧ୍ୟ ଅସନ୍ତୋଷ ଲାଗି ରହିଛି। ପ୍ରଥମେ କିଛି ସମୟ ଗୋଳିଆ ପାଣି ଆସିବା ପରେ ସଫା ପାଣି ଆସିଥିଲା। ଖୋଦ୍‌ ରାଜଧାନୀରେ ଏଭଳି ବିକଳ ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଥିଲା।
ଅପରାହ୍ନ ୧ଟାରୁ ସହରର ବିଭିନ୍ନ ଅଞ୍ଚଳରେ ପାଣି ବନ୍ଦ ହୋଇଯାଇ ଥିଲା। ଶୁକ୍ରବାର ରାତି ପାହି ସକାଳ ହେଲା। ଶନିବାର ପର୍ଯ୍ୟନ୍ତ ଓ୍ବାଟ୍‌କୋ ପକ୍ଷରୁ ଉପଭୋକ୍ତାଙ୍କୁ ପାଣି ଯୋଗାଇବା ନେଇ କୌଣସି ବ୍ୟବସ୍ଥା କରିବା ତ ଦୂରର କଥା କ’ଣ ପାଇଁ ପାଣି ବନ୍ଦ ସେ ନେଇ ମଧ୍ୟ ଅବଗତ କରାଯାଇ ନ ଥିଲା। ଅସନ୍ତୋଷ ବଢିବାରୁ ଓ୍ବାଟ୍‌କୋ ଡିଭିଜନ୍‌-୧ରେ ମେଜର ପାଣି ପାଇପ୍‌ ଫାଟିଥିବା ଯୋଗୁ ଏଭଳି ସମସ୍ୟା ଦେଖା ଦେଇଥିବା ସୂଚନା ଦିଆଯାଇଥିଲା। ଓ୍ବାଟ୍‌କୋ ପକ୍ଷରୁ ଘରେ ଘରେ ମିଟର ବସା ଯାଇଥିବାବେଳେ ମାସ ଶେଷକୁ ଦେୟ ନେବାରେ କେବେବି ଅବହେଳା ହୁଏନାହିଁ। ଅଥଚ ପାଇପ୍‌ ମରାମତି ହେଉ ଅବା ଅନ୍ୟ କୌଣସି ସମସ୍ୟା, କୌଣସି ସ୍ଥିତିରେ ଯେପରି ଜଳଯୋଗାଣ ବନ୍ଦ ହେବ ନାହିଁ ତାହାର ବିକଳ୍ପ ବ୍ୟବସ୍ଥା ଓ୍ବାଟ୍‌କୋ କରି ନ ଥିବାରୁ ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି। ଏଥିରେ ପ୍ରାୟ ୫୦ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ମାତ୍ର ହାତଗଣତି କିଛିଟା ଟ୍ୟାଙ୍କର ପଠାଇ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଇଛି। ଗୋଟିଏ ଅଞ୍ଚଳକୁ ଗୋଟିଏ ଟ୍ୟାଙ୍କର ଆସିବା ପରେ ଆଉ ଟ୍ୟାଙ୍କର ନ ଆସିବାରୁ ଲୋକେ ପାଣି ନ ପାଇ ବୋରିଂ ରହିଥିବା ବନ୍ଧୁ ଓ ସମ୍ପର୍କୀୟଙ୍କ ଘରୁ ପାଣି ଆଣିବାକୁ ଦୌଡିଥିଲେ। ଆଉ କେତେକ ସ୍ଥାନରେ ସ୍ଥାନୀୟ କର୍ପୋରେଟର ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଟ୍ୟାଙ୍କର ମଗାଇଥିଲେ। ଏଭଳି ସ୍ଥିତିରେ ବିଏମ୍‌ସି କିନ୍ତୁ ପୂରା ନିରବଦ୍ରଷ୍ଟା ପାଲଟିଥିଲା। ଏପରିକି ୪୮ଘଣ୍ଟା ଧରି ଲୋକମାନେ ସମସ୍ୟାରେ ଥିବାବେଳେ ସହରର ମେୟର କିମ୍ବା ବିଏମ୍‌ସିର କୌଣସି ଅଧିକାରୀ ଘଟଣାସ୍ଥଳକୁ ଯାଇ ନ ଥିଲେ। କେତେବେଳେ ସହରର ବିଭିନ୍ନ ଅଞ୍ଚଳ ପାଣିରେ ଅଧା ବୁଡି ଯାଉଥିବାବେଳେ ଆଉ କେତେବେଳେ ପାଣି ଟୋପାଏ ନ ପାଇ ଡହଳବିକଳ ହେବା ବିଡମ୍ବନାର ବିଷୟ ପାଲଟିଛି। ଅପରପକ୍ଷେ ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହୁଥିବାବେଳେ ଖୋଦ୍‌ ରାଜଧାନୀରେ ଏଭଳି ଚିତ୍ର ବାସ୍ତବତାକୁ ବୟାନ କରୁଛି।
ସୂଚନାଯୋଗ୍ୟ, କୁଆଖାଇ, ମହାନଦୀ ଓ ଦୟା ନଦୀରୁ ପାଇପ ଜରିଆରେ ପାଣି ଉଠାଇବା ପରେ ଓ୍ବାଟ୍‌କୋ ତାହାକୁ ବିଶୋଧନ କରି ସହରବାସୀଙ୍କୁ ପାଣି ଯୋଗାଉଛି। ତେବେ କୁଆଖାଇରୁ ପାଣି ଉଠାଉଥିବା ପାଇପ୍‌ ପ୍ରାୟ ୨୦ଫୁଟ ମାଟିତଳେ ଫାଟିଯିବାରୁ ଏହାକୁ ଯାଞ୍ଚ କରି ମରାମତି ଆରମ୍ଭ କରିବାରେ ବିଳମ୍ବ ହୋଇଥିଲା। ଶନିବାର ସକାଳୁ ମରାମତି ଆରମ୍ଭ ହୋଇଥିଲେ ବି ତାହା ରବିବାର ପର୍ଯ୍ୟନ୍ତ ଚାଲିଥିଲା। ଫଳରେ ଏହା ଅଧୀନରେ ଥିବା ମଞ୍ଚେଶ୍ବର, ପଳାସୁଣି, ରସୁଲଗଡ଼, ପାଲାମଣ୍ଡପ, ଜିଜିପି କଲୋନି, ଭିଏସ୍‌ଏସ୍‌ ନଗର, ଚକେଇସିଆଣି, ବାଣୀବିହାର, ଆଚାର୍ଯ୍ୟ ବିହାର, କଟକ ରୋଡ୍‌, ବମିଖାଲ, ସତ୍ୟନଗର, ହଳଦିପଡିଆ ଷ୍ଟେଜ୍‌-୫, ଶାନ୍ତିନଗର, ମହାବୀର ନଗର, ଜୟଦୁର୍ଗା ନଗର, ତାରିଣୀ ବସ୍ତି, ୟୁନିଟ-୯ ଆଦି ଅଞ୍ଚଳର ଲୋକ ପ୍ରଭାବିତ ହୋଇଥିଲେ।

କ୍ଷମା ମାଗିଲେ ମେୟର

ସହରରେ ଦୁଇଦିନ ଧରି ଲାଗି ରହିଥିବା ଜଳ ଯନ୍ତ୍ରଣା ପାଇଁ ମେୟର ସୁଲୋଚନା ଦାସ ରବିବାର ରାଜଧାନୀବାସୀଙ୍କୁ କ୍ଷମା ମାଗିବା ସହ ଲୋକଙ୍କ ସହଯୋଗ ଲୋଡିଛନ୍ତି। ସେ କହିଛନ୍ତି, ଓ୍ବାଟ୍‌କୋ ଡିଭିଜନ-୧ର ମେଜର ପାଣି ପାଇପ ଫାଟିଥିବା ଯୋଗୁ ଏଭଳି ସମସ୍ୟା ଉପୁଜିଥିଲା। କାମ ସରିବା ପାଇଁ ଦୁଇଦିନ ଲାଗିଲା। ସମ୍ପୃକ୍ତ ସ୍ଥାନରେ ଜଣେ ଲୋକଙ୍କର ଦୁଇ ତାଲା ଘର ଥିବାରୁ ସତର୍କତା ସହ କାମ କରିବାକୁ ପଡିଥିଲା। ନଚେତ୍‌ ସେହି ଘର ଧସେଇ ପଡ଼ିବାର ଆଶଙ୍କା ଥିଲା। ତେବେ କାମ ସରି ଯାଇଥିବାରୁ ରବିବାର ସନ୍ଧ୍ୟାସୁଦ୍ଧା ପାଣି ସ୍ବାଭାବିକ ହୋଇଯାଇଛି। ତେବେ ଦୁଇଦିନ ଧରି ଲୋକଙ୍କୁ ପାଣି ଯୋଗାଇବାକୁ ଆବଶ୍ୟକ ସଂଖ୍ୟକ ପାଣି ଟାଙ୍କି ନ ଥିଲା। ତେଣୁ ଲୋକଙ୍କ ଅସୁବିଧା ପାଇଁ କ୍ଷମା ଚାହୁଁଥିବା ସେ କହିଥିଲେ।

ଅନ୍ୟ ଘରୁ ପାଣି ଆଣି ଚଳିଲୁ
ଶୁକ୍ରବାର ଅପରାହ୍ନରୁ ହଠାତ୍‌ ପାଣି ବନ୍ଦ ହୋଇଗଲା। ଆଗରୁ ଏ ନେଇ କୌଣସି ସୂଚନା ଦିଆଯାଇ ନ ଥିବାରୁ ଘରେ ପାଣି ରଖାଯାଇ ନ ଥିଲା। ଅପେକ୍ଷା କରିବା ପରେ ଯେତେବେଳେ ପାଣି ଆସିଲାନି ଅନ୍ୟ ଜଣଙ୍କ ଘରକୁ ଯାଇ ପାଣି ଆଣି ପ୍ରଥମ ଦିନ ଚଳିଥିଲୁ। ଶନିବାର ଦିନ ଓ୍ବାଟ୍‌କୋର ଗୋଟିଏ ପାଣି ଟ୍ୟାଙ୍କର ଆସିଥିଲା, ଯାହାକି ସମସ୍ତଙ୍କୁ ଅଣ୍ଟି ନଥିଲା। ପରେ କର୍ପୋରେଟର ନିଜେ ୨ଦିନ ହେବ ପାଣି ଟ୍ୟାଙ୍କର ମଗାଉଥିବାରୁ ସେଥିରେ ଚଳୁଛୁ।
-ତୋଫାନ କୁମାର ସାହୁ, ଜୟଦୁର୍ଗାନଗର ବାସିନ୍ଦା
୨ଦିନ ହେବ ଗାଧୋଇନୁ
ଆମ ପରିବାରରେ ୪ଜଣ ସଦସ୍ୟ ରହୁଛୁ। ପାଣି ବନ୍ଦ ହେବାଠାରୁ ୨ଦିନ ହେବ ଗାଧୋଇ ନ ଥିଲୁ। ରୋଷେଇ କରିବା ପାଇଁ ୟା’ତା’ ଘରୁ ୨ବାଲ୍‌ଟି ପାଣି ନେଇକି ଆସିଥିଲି। ବଡ କଷ୍ଟରେ ୩ଦିନ ହେବ ରହିଛୁ।
-ଗୀତାଞ୍ଜଳି ବେହେରା, ମହାବୀର ନଗର ବାସିନ୍ଦା
ରୋଷେଇ କରିବାକୁ ପାଣି ନାହିଁ
ପାଣି ନ ଥିବାରୁ ବଡ କଷ୍ଟରେ ଚଳିବାକୁ ପଡୁଛି। ନାତି, ନାତୁଣୀ ପିଇବା ପାଇଁ ପାଣି ମାଗିଲା ବେଳକୁ ପାଖ ପଡିଶା ଘରକୁ ଯାଇ ବୋତଲରେ ପାଣି ନେଇକି ଆସୁଛି। ୨ଦିନ ହେବ ରୋଷେଇ କରିନି। ଆମ ଗାଁରେ ବି ଏମିତି ଅସୁବିଧା ହେଇନି ଯେମିତି ସହରରେ ହେଉଛି।
-ଲକ୍ଷ୍ମୀ, ଜଗନ୍ନାଥ ନଗର ବାସିନ୍ଦା
ଟ୍ୟାଙ୍କର ପାଣି ଅଧା ଲୋକଙ୍କୁ ପାଉନି
ପାଖରେ ଥିବା ଫର୍ଣ୍ଣିଚର ଦୋକାନ ମାଲିକଙ୍କର ବୋରିଂ ଅଛି, ସେଇଠୁ ୩ଦିନ ହେବ ପାଣି ଆଣି ଚଳୁଛୁ। ବସ୍ତିରେ ହଜାରେ ବାରଶହ ଲୋକ ରହୁଥିବାବେଳେ ଦୁଇ ଦିନରେ ଦୁଇଟି ଟ୍ୟାଙ୍କର ପାଣି ଆସିଥିଲା। ଅଧା ଲୋକ ପାଣି ପାଇନାହାନ୍ତି ସରିଗଲା। ପାଣି ପାଇଁ ବଡ ହଇରାଣ ହେଉଛୁ।
-ମମତା ରାଉଳ, ଭିଏସ୍‌ଏସ୍‌ ନଗର, ତାରିଣୀ ବସ୍ତି
ଢୋକେ ପାଣି ପିଇ ରହିବାକୁ ପଡିଲା
ଯାହାର ଗାଡ଼ି ଅଛି, ସେ ଯାଇ ଆଖପାଖ କମ୍ପାନୀରୁ ପାଣି ବୋହିକି ନେଇ ଆସୁଛି। ଯାହାର ନାହିଁ, ସେ ପାଖ ପଡ଼ିଶା ଲୋକଙ୍କୁ ମାଗି ଗରାଏ, ବାଲ୍‌ଟିଏ ପାଣି ନେଇକି ଚଳୁଛି। ଶୋଷ ଲାଗିଲେ ଢୋକେ ପିଇ ରହିବାକୁ ପଡୁଛି। ଯେଉଁଠି ପିଇବାକୁ ପାଣି ନାହିଁ ତାକୁ କ’ଣ ସ୍ମାର୍ଟସିଟି କୁହାଯିବ।
-ରମେଶ ମୁଦୁଲି, ଭିଏସ୍‌ଏସ୍‌ ନଗର, ତାରିଣୀ ବସ୍ତି


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri