ନୂଆଦିଲ୍ଲୀ,୧୦।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଦୁଲିପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଡ୍ର’ରେ ଶେଷ ହେବା ପରେ ‘ଇଷ୍ଟ ଜୋନ’ (East Zone) ଚାମ୍ପିୟନ ହୋଇଛି; ସାଉଥ ଜୋନ (South Zone) ବିପକ୍ଷ ଏହି ଫାଇନାଲ ମ୍ୟାଚର ପ୍ରଥମ ଇନିଂସରେ ସେମାନେ ୭୦୮ ରନ ସଂଗ୍ରହ କରିଥିଲେ। ବିଜୟ ପରେ, ବୈଭବ ସୂର୍ଯ୍ୟବଂଶୀ ଅଧିନାୟକ ଇଶାନ କିଷନଙ୍କ ସହ ମଇଦାନରେ ଭାଙ୍ଗଡା ନୃତ୍ୟ କରିଥିଲେ ଏବଂ ସମ୍ପୂର୍ଣ୍ଣ ଦଳ ଉତ୍ସାହର ସହ ନାଚିଥିଲେ। ବିସିସିଆଇ (BCCI) ଏହି ବିଜୟ ଉତ୍ସବର ଏକ ଭିଡିଓ ଶେୟାର କରିଛି।
ସୂଚନାଯୋଗ୍ୟ, ଦୁଲିପ ଟ୍ରଫି ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଇଷ୍ଟ ଜୋନ ମୋଟ ୭୦୮ ରନ ସଂଗ୍ରହ କରିଥିଲା। ବୈଭବ ସୂର୍ଯ୍ୟବଂଶୀ (୪୪) ଏବଂ ଅଭିମନ୍ୟୁ ଈଶ୍ୱରନ (୭୨) ପ୍ରଥମ ୱିକେଟ ପାଇଁ ଶତକୀୟ ଭାଗୀଦାରୀ ସ୍ଥାପନ କରିଥିଲେ। ଏହି ମଜଭୁତ ଆରମ୍ଭ ପରେ, ଇଶାନ କିଷନ ଏକ ଐତିହାସିକ ଇନିଂସ ଖେଳି ଦ୍ୱି-ଶତକ ହାସଲ କରିଥିଲେ। ଇଶାନ ନିଜ ଇନିଂସରେ ୭ଟି ଛକା ଏବଂ ୩୦ଟି ଚୌକା ସହାୟତାରେ ମୋଟ ୨୭୦ ରନ ସଂଗ୍ରହ କରିଥିଲେ। ସାଉଥ ଜୋନର ପ୍ରଥମ ଇନିଂସ ୩୩୬ ରନରେ ଶେଷ ହୋଇଥିଲା, ଯାହା ଫଳରେ ଇଷ୍ଟ ଜୋନର ଚାମ୍ପିୟନ ହେବା ସୁନିଶ୍ଚିତ ହୋଇଯାଇଥିଲା।
Handshakes in the middle to conclude a fantastic Final 🤝
East Zone clinch the #DuleepTrophy 2026 title by virtue of first-innings lead 🏆#EZvSZ pic.twitter.com/4DJjNHkAHD
— BCCI Domestic (@BCCIdomestic) September 10, 2026
ବିସିସିଆଇ ଏହି ବିଜୟ ଉତ୍ସବର ଏକ ଭିଡିଓ ଶେୟାର କରିଛି। ସମ୍ପୂର୍ଣ୍ଣ ଇଷ୍ଟ ଜୋନ ଦଳ ମଇଦାନରେ ନାଚିଥିଲେ ଏବଂ ବୈଭବ ସୂର୍ଯ୍ୟବଂଶୀ ଓ ଇଶାନ କିଷନ ଉତ୍ସାହର ସହ ଭାଙ୍ଗଡା ନୃତ୍ୟ କରିଥିଲେ।