୭୫ ଟଙ୍କାରେ ଦେଖିପାରିବେ ‘ବ୍ରହ୍ମାସ୍ତ୍ର’, ଜାଣନ୍ତୁ କିପରି…

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ନିକଟରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ରଣବୀର ଏବଂ ଆଲିଆଙ୍କ ଯୋଡି ଦେଖିବାକୁ ମିଳିବ । ପ୍ରଶଂସକମାନେ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଥିବା ବେଳେ ଏହା ମଧ୍ୟରେ ଏକ ଖୁସି ଖବର ଆସିଛି। ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଫିଲ୍ମଟି ମାତ୍ର ୭୫ ଟଙ୍କାରେ ଦର୍ଶକ ହଲ୍‌ରେ ଦେଖି ପାରିବେ।
ତେବେ ଗୋଟିଏ ଦିନ ପାଇଁ ଅଫର ଉପଲବ୍ଧ ହେବ।
ଖବର ଅନୁଯାୟୀ, ମଲ୍ଟିପ୍ଲେକ୍ସ ଆସୋସିଏଶନ ଅଫ ଇଣ୍ଡିଆ (MAI) ଏବଂ ସାରା ଦେଶରେ ସିନେମା ମାଲିକମାନେ ୧୬ ସେପ୍ଟେମ୍ବରରେ ଜାତୀୟ ସିନେମା ଦିବସ ଅବସରରେ ଫିଲ୍ମ ଟିକେଟ ମୂଲ୍ୟ ୭୫ ଟଙ୍କା ଧାର୍ଯ୍ୟ କରିଛନ୍ତି। ସେହି ଦିନ ପ୍ରତ୍ୟେକ ଫିଲ୍ମକୁ ୭୫ ଟଙ୍କାରେ ଦର୍ଶକ ଦେଖିପାରିବେ। ଏବଂ ‘ବ୍ରହ୍ମାସ୍ତ୍ର’ ୯ ସେପ୍ଟେମ୍ବରରେ ରିଲିଜ ହେବାକୁ ଥିବା ବେଳେ ୧୬ ସେପ୍ଟେମ୍ବରରେ ଏହା ୭୫ ଟଙ୍କାରେ ଦେଖିବାକୁ ମିଳିବ।

Share