Posted inଖେଳ

୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ, ଅଷ୍ଟ୍ରେଲିଆ ବିପକ୍ଷରେ ୭୮ ବଲରେ ୧୧୩ ରନ

ବ୍ରିସବେନ୍‌,୧।୧୦: ମାତ୍ର ୧୪ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସର ତାରକା ବୈଭବ ସୂର୍ଯ୍ୟବଂଶୀ ଅଷ୍ଟ୍ରେଲିଆ ବିପକ୍ଷେ ଯୁବ ଟେଷ୍ଟରେ ୭୮ ବଲରେ ଶତକ ହାସଲ କରି ବିଶ୍ୱ କ୍ରିକେଟକୁ ଚମକାଇ ଦେଇଛନ୍ତି। ବ୍ରିସବେନ୍‌ର ଇଆନ ହିଲି ଓଭାଲରେ ସେ ୮୬ ବଲରେ ୧୧୩ ରନ କରି ହେଡ଼େନ ଶିଲରଙ୍କ ବଲରେ ଆଉଟ ହୋଇଥିଲେ। ତାଙ୍କ ଇନିଂସରେ ୮ଟି ଛକା ଓ ୯ଟି ଚୌକା ସାମିଲ ଥିଲା। ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ବେଦାନ୍ତ ତ୍ରିବେଦୀ ୧୯୨ ବଲରେ ୧୪୦ ରନ କରି ଚମକିଥିଲେ।

ବୈଭବଙ୍କ ଏହି ୭୮ ବଲର ଶତକ ଅଷ୍ଟ୍ରେଲିଆରେ ଯୁବ ଟେଷ୍ଟ ଇତିହାସରେ ସବୁଠାରୁ ଦ୍ରୁତ ଶତକ। ସେ ପୂର୍ବରୁ ଚେନ୍ନାଇରେ ଅଷ୍ଟ୍ରେଲିଆ ଯୁବ ଦଳ ବିପକ୍ଷେ ୫୮ ବଲରେ ଶତକ ହାସଲ କରି ଦ୍ୱିତୀୟ ଦ୍ରୁତତମ ଯୁବ ଟେଷ୍ଟ ଶତକର ରେକର୍ଡ କରିଥିଲେ। ଏହା ସହ ସେ ଯୁବ ଦିନିକିଆରେ ସର୍ବାଧିକ ଛକାର ରେକର୍ଡ ଭାଙ୍ଗି ଉନ୍ମୁକ୍ତ ଚାନ୍ଦଙ୍କ ୩୮ ଛକାକୁ ଅତିକ୍ରମ କରି ୧୦ ଇନିଂସରେ ୪୧ ଛକା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘଟିବ କି କିଛି ଅଶୁଭ: ପୁଣି ନୀଳଚକ୍ର ଉପରେ ବସିଲା ଚିଲ

ପୁରୀ,୧୮ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ମଙ୍ଗଳବାର ଅପରାହ୍ନରେ କିଛି ସମୟ ଧରି ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛିଦିନ ହେବ ଲଗାତର ଏପରି ଘଟଣା ଦେଖିବାକୁ…

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri