ଅପଚୟ କଲେ କମ୍‌ ମିଳିବ

ନୂଆଦିଲ୍ଲୀ,୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକୁ ସାବାଳକଙ୍କ ପାଇଁ ମାଗଣାରେ ଟିକା ଦିଆଯିବ ବୋଲି ଘୋଷଣା କରିବାର ଦିନକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କେଉଁ ରାଜ୍ୟକୁ କେତେ ଡୋଜ୍‌ ଆବଣ୍ଟନ କରାଯିବ ତାହା ଜନସଂଖ୍ୟା, ସଂକ୍ରମଣ ବୋଝ, ଟିକାକରଣରେ ଅଗ୍ରଗତି ଆଦିକୁ ଦୃଷ୍ଟିରେ ରଖି ସ୍ଥିର କରାଯିବ ବୋଲି ସରକାର ଏଥିରେ ସ୍ପଷ୍ଟ କରିଛନ୍ତି। ସେହିପରି ଭାକ୍ସିନ ଅପଚୟ ମଧ୍ୟ ଆବଣ୍ଟନ ଉପରେ ନକାରାମତ୍କ ପ୍ରଭାବ ପକାଇବ ବୋଲି ଏହି ମାର୍ଗଦର୍ଶିକାରେ ଚେତାଇ ଦିଆଯାଇଛି।
ନୂଆ ଭାକ୍ସିନ ଗାଇଡ୍‌ଲାଇନ୍‌ ଅନୁସାରେ କେନ୍ଦ୍ର ସରକାର ଉତ୍ପାଦନକାରୀ କମ୍ପାନୀଗୁଡ଼ିକଠାରୁ ରାଜ୍ୟଗୁଡ଼ିକର କୋଟା ବାବଦ ୨୫ ପ୍ରତିଶତ ଟିକାକୁ ମିଶାଇ ୭୫% ଭାକ୍ସିନ କିଣିବେ। ୧୮ରୁ ୪୪ ବର୍ଷୀୟଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇଦେବେ। ଏଥିପାଇଁ କୌଣସି ରାଜ୍ୟକୁ ଅର୍ଥ ପଇଠ କରିବାକୁ ପଡ଼ିବ ନାହିଁ। ତେବେ ସମ୍ପୃକ୍ତ ରାଜ୍ୟର ଜନସଂଖ୍ୟା, ସଂକ୍ରମିତଙ୍କ ସଂଖ୍ୟା, ଟିକାକରଣ କେତେ ବାଟ ଆଗେଇଛି ଓ କେତେ ପରିମାଣର ଭାକ୍ସିନ ଅପଚୟ ହୋଇଛି, ଏସବୁ ଆଧାରରେ ଟିକା ଯୋଗାଣ ନିର୍ଭର କରେ। ସେହିପରି ଦେଶର ଟିକା ଉତ୍ପାଦନକାରୀମାନଙ୍କୁ ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରତ୍ୟକ୍ଷ ଭାବେ ଭାକ୍ସିନ ଯୋଗାଣ ନେଇ ବିକଳ୍ପ ଦିଆଯିବ। ସମସ୍ତ ଘରୋଇ ହସ୍ପିଟାଲ ଟିକା ଉପରେ ସର୍ବାଧିକ ୧୫୦ ଟଙ୍କା ସର୍ଭିସ ଚାର୍ଜ ଲଗାଇପାରିବେ ବୋଲି ଜାରି କରାଯାଇଥିବା ସଦ୍ୟ ବିବୃତିରେ କେନ୍ଦ୍ର ସ୍ପଷ୍ଟ କରିଛି।
ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳକୁ କେତେ ପରିମାଣର ଟିକା ଯୋଗାଇଦିଆଯିବ ତାହା ସେମାନଙ୍କୁ ଆଗୁଆ ଅବଗତ କରାଯିବ। ଅନୁରୂପ ଭାବେ ରାଜ୍ୟଗୁଡ଼ିକ ଏହାକୁ ଦେଖି ଜିଲା ଓ ଟିକାକରଣ କେନ୍ଦ୍ରଗୁଡ଼ିକୁ ଭାକ୍ସିନ ଆବଣ୍ଟନ କରିବେ। ପାଖରେ କେତେ ଟିକା ଉପଲବ୍ଧ ରହିଛି ତାହା ସେମାନେ ସାର୍ବଜନୀନ କରିବେ। ଏହାସହ ଟିକାକୁ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ତୁରନ୍ତ ବିସ୍ତୃତ ଭାବେ ସବୁଆଡ଼େ ପଠାଇବେ। ରାଜ୍ୟଗୁଡ଼ିକ ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ନାଗରିକ, ଦ୍ୱିତୀୟ ଡୋଜ୍‌ ନେବାକୁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଟିକାକରଣ ଉପରେ ପ୍ରାଥମିକତା ଦେବେ। ପରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଦିଆଯିବ। ନୂଆ ନିୟମ ଅନୁସାରେ ଆୟ ସ୍ଥିତି ନିର୍ବିଶେଷରେ ସମସ୍ତ ନାଗରିକ ମାଗଣା ଟିକା ପାଇବାକୁ ଯୋଗ୍ୟ। ଯେଉଁମାନେ ଏଥିପାଇଁ ଅର୍ଥ ପଇଠ କରିବାକୁ ସକ୍ଷମ ସେମାନେ ଘରୋଇ ହସ୍ପିଟାଲର ଟିକାକରଣ କେନ୍ଦ୍ରରେ ଟିକା ନେବା ଉଚିତ ବୋଲି ଏଥିରେ ଦର୍ଶାଯାଇଛି। ହସ୍ପିଟାଲଗୁଡ଼ିକ କେତେ ମୂଲ୍ୟରେ ଟିକା କିଣିବେ ତାହା ସମ୍ପୃକ୍ତ ଉତ୍ପାଦନକାରୀ କମ୍ପାନୀ ପକ୍ଷରୁ ଘୋଷଣା କରାଯିବ। ବର୍ତ୍ତମାନ ଘରୋଇ ହସ୍ପିଟାଲ ପାଇଁ କୋଭାକ୍ସିନ ଡୋଜ୍‌ ପିଛା ୧,୨୦୦ ଟଙ୍କା ରହିଥିବାବେଳେ କୋଭିଶିଲ୍ଡ୍‌ ଡୋଜ୍‌ ପ୍ରତି ୬୦୦ ଟଙ୍କା ରହିଛି। କିନ୍ତୁ କେନ୍ଦ୍ର ସରକାର ପ୍ରତି ଡୋଜ୍‌କୁ ୧୫୦ ଟଙ୍କାରେ କିଣିବେ।
ଅପଚୟକୁ ନେଇ ଦିଆଯାଇଥିବା ଚେତାବନୀକୁ ରାଜ୍ୟଗୁଡ଼ିକ ଭଲ ଦୃଷ୍ଟିରେ ଦେଖି ନ ପାରନ୍ତି। ବିଶେଷକରି ଯେଉଁ ରାଜ୍ୟଗୁଡ଼ିକ ଅଧିକ ପରିମାଣର ଭାକ୍ସିନ ନଷ୍ଟ କରୁଛନ୍ତି ସେମାନଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ସୁବିଧାଜନକ ହେବ ନାହିଁ ବୋଲି କୁହାଯାଉଛି। ଗତ ମାସରେ ଝାଡ଼ଖଣ୍ଡ କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯାଇଥିବା ଟିକାର ୩୭% ଓ ଛତିଶଗଡ଼ ୩୦% ଅପଚୟ କରିଥିବା ଅଭିଯୋଗ ହୋଇଥିଲା। ଭାଜପା ଶାସିତ ମଧ୍ୟପ୍ରଦେଶରେ ୧୧% ଡୋଜ୍‌ ଟିକା ନଷ୍ଟ ହୋଇଥିଲା। ତେବେ ଉକ୍ତ ୩ ରାଜ୍ୟ ଏହି ତଥ୍ୟକୁ ତ୍ରୁଟିଯୁକ୍ତ ଦର୍ଶାଇବା ସହ ପ୍ରକୃତ ଅପଚୟ ୫% ବୋଲି କହିଥିଲେ।
ପ୍ରକାଶ ଯେ, ରାଜ୍ୟଗୁଡ଼ିକର ଲଗାତର ଦାବି ଓ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ସୋମବାର ପ୍ରଧାନମନ୍ତ୍ରୀ ମୋଦି ଦେଶର ସମସ୍ତ ନାଗରିକଙ୍କୁ ଆସନ୍ତା ୨୧ ତାରିଖରୁ ମାଗଣା ଟିକା ଦେବା ପାଇଁ ଘୋଷଣା କରିଥିଲେ। ୭ଟି କମ୍ପାନୀ ବିଭିନ୍ନ ପ୍ରକାର ଟିକା ଉତ୍ପାଦନ କରୁଛନ୍ତି ଏବଂ ଅନ୍ୟ ୩ ଭାକ୍ସିନର ଟ୍ରାଏଲ୍‌ ଆଡ୍‌ଭାନ୍ସଡ୍‌ ଷ୍ଟେଜ୍‌ରେ ରହିଛି। ସେହିପରି ପିଲାଙ୍କ ଟିକାକରଣ ନେଇ ୨ଟି ଭାକ୍ସିନ ଏବଂ ଗୋଟିଏ ନାଜାଲ ଭାକ୍ସିନ ଉପରେ ଗବେଷଣା ଜାରି ରହିଥିବା ମୋଦି କହିଥିଲେ। କେନ୍ଦ୍ର ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ୧୦୮ କୋଟି ଭାରତୀୟଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସେଥିରୁ ମଙ୍ଗଳବାର ସକାଳ ସୁଦ୍ଧା ଦେଶରେ ପ୍ରାୟ ୨୩.୬ କୋଟି ଡୋଜ୍‌ ଟିକା ଦିଆଯାଇଛି।

୪୪ କୋଟି ଡୋଜ୍‌ ଅର୍ଡର

କେନ୍ଦ୍ର ସରକାର ମଙ୍ଗଳବାର କୋଭିଶିଲ୍ଡ ଓ କୋଭାକ୍ସିନ ଟିକାର ୪୪ କୋଟି ଡୋଜ୍‌ ଅର୍ଡର ଦେଇଛନ୍ତି। ଏଥିରୁ କୋଭିଶିଲ୍ଡ ନିର୍ମାତା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆକୁ ୨୫ କୋଟି ଓ କୋଭାକ୍ସିନ ପ୍ରସ୍ତୁତକାରୀ ଭାରତ ବାୟୋଟେକ୍‌କୁ ୧୯ କୋଟି ଡୋଜ୍‌ ଯୋଗାଇବାକୁ କୁହାଯାଇଛି। ଉତ୍ପାଦନକାରୀ ଦୁଇ କମ୍ପାନୀ ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଏହା ଯୋଗାଇଦେବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଜୁନ୍‌ ୨୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନାଗରିକଙ୍କୁ ମାଗଣାରେ ଟିକା ଦିଆଯିବ। ଏଥିଲାଗି କେନ୍ଦ୍ର ସରକାର ୭୫% ଟିକା କିଣିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବାର ଦିନକ ପରେ ଏହି ଅର୍ଡର ଦିଆଯାଇଛି।

ପାର୍ଲାମେଣ୍ଟ ଅଧିବେଶନ ଡାକିବାକୁ କଂଗ୍ରେସର ଦାବି

କେନ୍ଦ୍ର ସରକାର ନିଜ ଭାକ୍ସିନ ନୀତିକୁ ନେଇ ପାର୍ଲାମେଣ୍ଟରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ। ଏଥିପାଇଁ ସଂସଦର ଅଧିବେଶନ ଡକାଯାଉ ବୋଲି ମଙ୍ଗଳବାର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ସରକାର ଡେଡ୍‌ଲାଇନ୍‌ ଉପରେ ନୁହେଁ, ବରଂ ହେଡ୍‌ଲାଇନ୍‌ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ସମାଲୋଚନା କରିଛନ୍ତି।
ଜୟରାମ କହିଛନ୍ତି, ସମସ୍ତ ଭାରତୀୟଙ୍କୁ ମାଗଣାରେ କୋଭିଡ୍‌ ଭାକ୍ସିନ ମିଳିବା ଉଚିତ। ଦେଶର ବହୁ ଲୋକଙ୍କ ପାଖରେ ଡିଜିଟାଲ ସୁବିଧା ନ ଥିବାରୁ କୋଓ୍ବିନ୍‌ ଆପ୍‌ ଜରିଆରେ ଟିକାକରଣକୁ ବାଧ୍ୟତାମୂଳକ କରା ନ ଯାଉ। କେଉଁ ରାଜ୍ୟକୁ କେତେ ଟିକା ଯୋଗାଣ କରାଯିବ ସେନେଇ ସ୍ବଚ୍ଛତା ରହିବା ଉଚିତ। ପାର୍ଲମେଣ୍ଟ ଅଧିବେଶନରେ ସରକାରଙ୍କ ଭାକ୍ସିନ ନୀତିର ଆଲୋଚନା କରାଯାଉ। ଏହାସହ ସମସ୍ତଙ୍କୁ ମାଗଣା ଟିକା ଦେବା ଲାଗି ଆବଶ୍ୟକ ବଜେଟକୁ ଅନୁମୋଦନ ନେଇ ମଧ୍ୟ ଅଧିବେଶନରେ ଚର୍ଚ୍ଚା ହେବା ଜରୁରୀ ବୋଲି ଜୟରାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri