ବର୍ଜ୍ୟ ଜଳ ଜଣାଇବ ଏସବୁ ରୋଗର ସ୍ଥିତି

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ବର୍ଜ୍ୟ ଜଳରୁ କୋଭିଡ୍‌ ସ୍ଥିତି ଜାଣି ହେବ । ବର୍ଜ୍ୟ ଜଳର କ’ଣ ରହିଛି ସ୍ଥିତି ଏବଂ ସଂକ୍ରମଣ ବଢିବାର ଆଶଙ୍କା ରହିଛି କି ନାହିଁ ସେ ବାବଦରେ ମଧ୍ୟ ଜାଣିହେବ ବୋଲି ମଙ୍ଗଳବାର ଜନସାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ସହଯୋଗରେ ଆର୍‌ଏମ୍‌ଆର୍‌ସି ଗବେଷଣା କରିବ । ଆଇସିଏମ୍‌ଆର୍‌ର ପରାମର୍ଶରେ ବିଭିନ୍ନ ରାଜ୍ୟରେ ଏହି ଗବେଷଣା ହେବାକୁ ଥିବା ବେଳେ ଓଡ଼ିଶାରେ ମଧ୍ୟ ବର୍ଜ୍ୟଜଳକୁ ନେଇ ଗବେଷଣା ହେବ।
ଜନସାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଆରଟିପିସିଆର ଟେଷ୍ଟ ଭଳି ଏହି ସାମ୍ପୁଲ ଟେଷ୍ଟ କରାଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶର, କଟକ ଓ ପୁରୀରେ ଏହି ଗବେଷଣା ଆରମ୍ଭ ହେବ। କେବଳ କୋଭିଡ୍‌ ନୁହେଁ, କଲେରା, ଜଣ୍ଡିସ ପରି ଅନ୍ୟ ରୋଗ ବାବଦରେ ମଧ୍ୟ ଏହି ଗବେଷଣାରୁ ତଥ୍ୟ ମିଳିବ। ଆଗୁଆ ତଥ୍ୟ ମିଳିପାରିଲେ ପ୍ରତିକାର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।