ପଚାପାଣିରେ ସାଲୁବାଲୁ ପୋକ

ଢେଙ୍କାନାଳ ଅଫିସ,୨୪।୪: ଆବର୍ଜନାରେ ଭର୍ତ୍ତିହୋଇଛି ଡ୍ରେନ୍‌। ଜଳ ନିଷ୍କାସନ ପଥକୁ ଜାମ୍‌ କରି ରଖିଛି ପଲିଥିନ, ଥର୍ମୋକୁଲ ଭଳି ବିପଜ୍ଜନକ ବର୍ଜ୍ୟ। ଜମି ରହିଥିବା ପାଣି ପଚିଗଲାଣି। ଲାଙ୍ଗୁଡ଼ିଆ ପୋକ ସାଲୁବାଲୁ ହେଉଛନ୍ତି। ବର୍ଷା ହେଲେ ପାଣି ଉଛୁଳିଲେ ପୋକସବୁ ରାସ୍ତାଘାଟ, ଘର ସବୁଆଡ଼େ ଚାଲୁଛନ୍ତି। ଅସଜଡ଼ା ପରିମଳ ବ୍ୟବସ୍ଥାର ଏଭଳି ସାଂଘାତିକ ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ। ପୌରାଞ୍ଚଳ ସଫେଇରେ ମାସକୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଖାତାରେ ହିସାବ ଗଡୁଥିବାବେଳେ ଏଭଳି ଦୃଶ୍ୟ ବାସ୍ତବତା ବଖାଣୁଛି। ସଫେଇ କାର୍ଯ୍ୟ ଠିକାସଂସ୍ଥା ହାତରେ ଟେକି ଦେଇ ପୌରସଂସ୍ଥା ନିଘୋଡ଼ ନିଦରେ ଶୋଇପଡ଼ିଥିବାବେଳେ ଏହାର ଫଳ ସହରବାସୀ ଭୋଗୁଥିବା ଅଭିଯୋଗ ହୋଇଛି।
ସୌନ୍ଦର୍ଯ୍ୟରେ ଢେଙ୍କାନାଳ ସହର ହେବ ୧ନଂ.। ଚକାଚକ୍‌ କରିବ ଡ୍ରେନ୍‌। ସହରର କେଉଁଠି ସାମାନ୍ୟ ଅଳିଆ ପଡ଼ିବାକୁ ଦିଆଯିବ ନାହିଁ। ସହରବାସୀ ସୁସ୍ଥ ପରିବେଶରେ ରହିବେ। ପୌର ପରିଷଦ ବୈଠକରେ ଏଭଳି ଲମ୍ବାଚଉଡ଼ା ଭାଷଣ ଶୁଣିବାକୁ ମିଳୁଛି। ହେଲେ ବାସ୍ତବତା କିନ୍ତୁ ଭିନ୍ନ। ସହରାଞ୍ଚଳର କୌଣସି ଗୋଟିଏ ଓ୍ବାର୍ଡରେ ପରିମଳ ବ୍ୟବସ୍ଥିତ ହୋଇପାରୁନାହିଁ। ସବୁଠି କୁଢ଼ କୁଢ଼ ଅଳିଆ ଆବର୍ଜନା ରାସ୍ତାକଡ଼ରେ ଗଦା ହୋଇ ରହିଥିବା ଦେଖିବାକୁ ମିଳୁଛି। ନିକଟରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଅସରାଏ ବର୍ଷା ପ୍ରଶାସନର ପାରିବାପଣିଆକୁ ପଦାରେ ପକାଇ ଦେଇଛି। ଡ୍ରେନେଜ୍‌ ଆବର୍ଜନାମୁକ୍ତ ହୋଇପାରି ନ ଥିବାରୁ ଦୁର୍ଗନ୍ଧରେ ନାକ ଫାଟୁଛି। ଏସବୁ ସମସ୍ୟା ପଛରେ ଜନପ୍ରତିନିଧିଙ୍କ ଉଦାସୀନତାକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ। ସହର ସଫେଇରେ ନିୟୋଜିତ ଠିକା ସଂସ୍ଥା ପ୍ରତି କୋହଳ ମନୋଭାବ ହିଁ ଏଭଳି ଅବ୍ୟବସ୍ଥାକୁ ଡାକି ଆଣିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସହରରେ ମାସକୁ ସଫେଇରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଠିକାସଂସ୍ଥା ମନମାନି ଚଳାଇଛି। ପୌରସଂସ୍ଥା ଅଧିକାରୀ, କର୍ମଚାରୀ, ସ୍ଥାନୀୟ ଜନପ୍ରତିନିଧିଙ୍କ ଛତ୍ରଛାୟାତଳେ ରହି ସଫେଇ କାର୍ଯ୍ୟକୁ ଅଣଦେଖା କରି ଚାଲିଛି। ବିଶେଷ କରି ୨ନଂ. ଓ ୩ନଂ. ୱାର୍ଡ ପୂର୍ତ୍ତ ବିଭାଗ ରାସ୍ତାର କୁଞ୍ଜକାନ୍ତ ମନ୍ଦିର ସମ୍ମୁଖ, ବ୍ଲକ କାର୍ଯ୍ୟାଳୟ ସମ୍ମୁଖ, ଆୟକର ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ହଟୁ ନ ଥିବାରୁ ଅସ୍ବାଭାବିକ ପରିବେଶ ସୃଷ୍ଟି ହୋଇଛି। ୨୨ନଂ. ୱାର୍ଡର ଡ୍ରେନ୍‌ ପୋକ ସାଲୁବାଲୁ ହେଉଛି। ୧୦ନଂ. ୱାର୍ଡରେ ସ୍ଥିତି ବିଗିଡ଼ିଯିବା ପରେ ଜନ ଅସନ୍ତୋଷ ତେଜିଥିଲା। ଫଳରେ ରବିବାର ପୂର୍ବାହ୍ନ ୧୦ଟାରେ ପୌର ନିର୍ବାହୀ ଅଧିକାରୀ ନିଜେ ଉପସ୍ଥିତ ରହି ଡ୍ରେନ୍‌ ସଫେଇ କରିଥିଲେ। ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି ୩ନଂ. ୱାର୍ଡ ଲଳିତନଗର ଅଞ୍ଚଳରେ। ଏଠାରେ ମଧ୍ୟ ଡ୍ରେନର ମଇଳା ପାଣି ନିଷ୍କାସନ ହେବା ପାଇଁ ବାଟ ପାଉନାହିଁ। ମୁକୁଳା ଡ୍ରେନ୍‌ ଜନସାଧାରଣ, ବୁଲାପ୍ରାଣୀଙ୍କ ପାଇଁ ବିପଦର କାରଣ ପାଲଟିଛି। ଏ ସମ୍ପର୍କରେ ସ୍ଥାନୀୟ କାଉନସିଲରଙ୍କଠାରୁ ଆରମ୍ଭ କରି ପୌରଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମସ୍ତେ ଏହାକୁ ଅତି ହାଲୁକା ଭାବେ ନେଇ ପ୍ରସଙ୍ଗ ଏଡ଼ାଇ ଯାଉଛନ୍ତି। ଫଳରେ ପୌର ନିର୍ବାଚନ ପରେ ସଫେଇ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ସହରବାସୀ ଯେଉଁ ଆଶା ରଖିଥିଲେ, ତାହା ଫସର ଫାଟିବା ଭଳି ଦୃଶ୍ୟମାନ ହେଉଛି। ଅନ୍ୟପଟେ ଠିକାସଂସ୍ଥାର ସଫେଇ କାର୍ଯ୍ୟକୁ ସମୀକ୍ଷା କରିବାକୁ ପ୍ରଶାସନିକ ଅଧିକାରୀ କିମ୍ବା ନିର୍ବାଚିତ ପ୍ରତିନିଧି ଆଗଭର ହେଉନାହାନ୍ତି। ତେଣୁ ସାରା ସହରରେ ଏଭଳି ପୁତ୍ତିଗନ୍ଧମୟ ସ୍ଥିତି ଉପୁଜିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର କୁହନ୍ତି, ରବିବାର ଛୁଟି ସତ୍ତ୍ୱେ ଅଭିଯୋଗ ପାଇବା ପରେ ୧୦ନଂ. ୱାର୍ଡରେ ନିଜେ ଛିଡା ହୋଇ ସଫେଇ କାର୍ଯ୍ୟ କରିଥିଲେ। ୨ନଂ. ଓ ୩ନଂ. ୱାର୍ଡରେ ରାସ୍ତାରେ ଗଦା ହୋଇଥିବା ଅଳିଆକୁ ସୋମବାର ସକାଳ ସୁଦ୍ଧା ଉଠାଇ ଦିଆଯିବ। ୨୨ନଂ. ୱାର୍ଡରେ ଡ୍ରେନ୍‌ ଅବସ୍ଥା ଦେଖି ଆସିଛନ୍ତି। ସୋମବାର ଉକ୍ତ ଡ୍ରେନ ସଫା କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri