Posted inଖେଳ

ନିଜକୁ ଜାଡେଜାଙ୍କ ପ୍ରକୃତ ଉତ୍ତରାଧିକାରୀ ବୋଲି ଭାବୁଛନ୍ତି ଓ୍ବାଶିଂଟନ ସୁନ୍ଦର, କହିଲେ ଏଭଳି…

ହରାରେ,୧୧।୭: ଅନ୍ତର୍ଜାତୀୟ ଟି୨୦ରୁ ସନ୍ନ୍ୟାସ ନେଇଛନ୍ତି ରବିନ୍ଦ୍ର ଜାଡେଜା। ଏହାପରଠାରୁ ତାଙ୍କ ସ୍ଥାନ ଖାଲି ପଡ଼ିଥିବା ବେଳେ ଏବେ ଓ୍ବାଶିଂଟନ ସୁନ୍ଦର ବଡ଼ ବୟାନ ଦେଇଛନ୍ତି। ଜିମ୍ବାଓ୍ବେ ବିପକ୍ଷ ତୃତୀୟ ଟି୨୦ ମୁକାବିଲାରେ ଟିମ୍‌ ଇଣ୍ଡିଆ ବିଜୟର ପ୍ରମୁଖ ଭୂମିକା ତୁଲାଇବା ପରେ ସୁନ୍ଦରଙ୍କୁ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ଚୟନ କରାଯାଇଥିଲା। ଏହାକୁ ନେଇ ସେ କହିଥିଲେ ଯେ ଟିମ୍‌ରେ ସ୍ପିନ ଅଲରାଉଣ୍ଡରଙ୍କ ସ୍ଥାନ ନେବାକୁ ହେଲେ ନିଜର ଶତ ପ୍ରତିଶତ ଦେବାର ଆବଶ୍ୟକତା ରହିଛି।
ଓ୍ବାଶିଂଟନ ସୁନ୍ଦର ଜିମ୍ବାଓ୍ବେ ବିପକ୍ଷରେ ଚାଲୁଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଏଯାବତ ଭଲ ପ୍ରଦର୍ଶନ କରି ନିଜକୁ ପ୍ରମାଣିତ କରୁଛନ୍ତି। ସେ କହିଛନ୍ତି ଯେ, ଯେଉଁଥିରେ ମୁଁ ଭଲ କରେ ଏବଂ ଯାହା ମୁଁ କରିପାରିବି ସେଥିରେ ମୋତେ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। ମୋତେ ପ୍ରତିଦିନ ନିଜର ଶତ ପ୍ରତିଶତ ଦେବାର ଆବଶ୍ୟକତା ରହିଛି। ଏଥିରେ କୌଣସି ସାଲିସ କରିନାହିଁ। ସଚ୍ଚୋଟ ଭାବେ କହିଲେ ଭଲ ଲାଗୁଛି। ପ୍ରତ୍ୟେକ ଥର ଯେବେ ବି ଦେଶ ପାଇଁ ଖେଳିଛି ଭଲ ଅନୁଭବ ହୋଇଛି। ଏହା ଭଲ ମ୍ୟାଚ୍‌ ଥିଲା। ପ୍ରଥମ ଦୁଇ ମ୍ୟାଚ୍‌ରେ ବୋଲିଂକୁ ବେଶ ସହାୟତା ମିଳିଥିଲା।
କହିରଖୁଛୁ ୨୪ ବର୍ଷୀୟ ସୁନ୍ଦର ୨୦୧ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ୭ ବର୍ଷର କ୍ୟାରିୟରରେ ଏଯାବତ ସେ ୪ ଟେଷ୍ଟ, ୧୯ ଦିନିକିଆ, ୪୬ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ହେଲେ ଏହି ଫର୍ମାଟରେ କ୍ରମଶଃ ୬,୧୮ ଏବଂ ୪୦ ଉଇକେଟ ନେଇଛନ୍ତି। ସେହିଭଳି ୩ ଫର୍ମାଟରେ ୨୬୫, ୨୬୫ ଏବଂ ୧୩୪ ରନ୍‌ କରିଛନ୍ତି। କହିବାକୁ ଗଲେ ତାଙ୍କର ପ୍ରଦର୍ଶନ ସନ୍ତୋଷଜନକ ନୁହେଁ। ଏମିତିରେ ତାଙ୍କୁ ବୋଲିଂ ସହ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବାକୁ ହେବ। ଫଳରେ ସେ ଜାଡେଜାଙ୍କ ଅସଲି ଉତ୍ତରାଧିକାରୀ ସାବ୍ୟସ୍ତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri