Categories: ଖେଳ

ଜୀବନର ଦୁଇଟି ମୂଲ୍ୟବାନ୍‌ ସମ୍ପତ୍ତିର ଫଟୋ ଛାଡି ଚର୍ଚ୍ଚାରେ ଓ୍ବାଶିଂଟନ ସୁନ୍ଦର

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରି ଭାରତ ଫେରିଛନ୍ତି ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ନିଜ ଜୀବନରୁ ଦୁଇଟି ମୂଲ୍ୟବାନ୍‌ ସମ୍ପତ୍ତିର ଫଟୋ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ଫଟୋରେ ସେ ନିଜ ପିତାଙ୍କୁ ଡେବ୍ୟୁ ଟେଷ୍ଟ ମ୍ୟାଚ୍‌ର ୩୦୧ ନମ୍ବର କ୍ୟାପ୍‌ ଉପହାର ଦେଇ କହିଛନ୍ତି, ଏହା ମୋ ଜୀବନର ସବୁଠୁ ମୂଲ୍ୟବାନ ସମ୍ପତ୍ତି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷରେ ଓ୍ବାଶିଂଟନ୍‌ ସୁନ୍ଦର ଡେବ୍ୟୁ କରିତତ୍ଲେ। ଡେବ୍ୟୁ ଟେଷ୍ଟରେ ସେ ଦୁଇଟି ଇନିଂଶରେ ଯଥାକ୍ରମେ ୬୨ ଏବଂ ୨୨ କରିଥିଲେ। ଏହାସହ ସେ ୨ଟି ଉଇକେଟ୍‌ ମଧ୍ୟ ନେଇଥିଲେ।

Share