Posted inଫୁରସତ

ଓଜନ ବଢ଼ୁଥିଲେ…

ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଅନେକଙ୍କଠାରେ ମେଦ ବହୁଳତାର କାରଣ ସାଜୁଛି। ବ୍ୟାୟାମ ନ କରି ଅଳ୍ପ ପରିଶ୍ରମ କରିବା ସହ ଉଚ୍ଚ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା, ମୃଦୁ ପାନୀୟ ପିଇବା ଦ୍ୱାରା ମେଦ ବୃଦ୍ଧି ହେଉଛି। ଆଉ ଏହି ମେଦ ବୃଦ୍ଧି କେତେ କ୍ଷତିକାରକ, ତାହା ସହଜରେ ଜାଣିହୁଏ ନାହିଁ ଏବଂ କେବେକେବେ ଏହା ହୃଦ୍‌ରୋଗ ଭଳି ଜଟିଳ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା
ଆବଶ୍ୟକ …
– ଓଜନ ବଢ଼ିଲେ ଯଦି କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି, ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ବୟସ, ଓଜନ ଓ ଉଚ୍ଚତାର ମାପକାଠି ଅର୍ଥାତ୍‌ ବଡିମାସ୍‌ ଇଣ୍ଡେକ୍ସ ଅନୁଯାୟୀ ରକ୍ତ ପରୀକ୍ଷା କରାଇ ନିଅନ୍ତୁ। ବ୍ଲଡ୍‌ ସୁଗାର, କୋଲେ୍‌ଷ୍ଟରଲ୍‌ ଆଦି ମାତ୍ରା ଠିକ୍‌ ଅଛି ନା ନାହିଁ ଚେକ୍‌ କରିନିଅନ୍ତୁ।
– ଫାଷ୍ଟଫୁଡ୍‌ ଓ ଜଙ୍କ୍‌ଫୁଡ୍‌, ବାହାରେ ମିଳୁଥିବା ଛଣାଛଣି, ସ୍ନାକ୍ସ, ଆଇସକ୍ରିମ୍‌ ଆଦି ହାଇ କ୍ୟାଲୋରିଯୁକ୍ତ ଖାଦ୍ୟ ଓଜନ ବୃଦ୍ଧି ସହ ବିଭିନ୍ନ ରୋଗର ମୁଖ୍ୟ କାରଣ। ଏହା ବଦଳରେ ଘରୋଇ ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ।
– ବର୍ତ୍ତମାନ ଶାରୀରିକ ବ୍ୟାୟାମ କମ୍‌ ହେଉଥିବାରୁ କ୍ୟାଲୋରି ଖର୍ଚ୍ଚ ନ ହୋଇ ମେଦ ବୃଦ୍ଧି ହେଉଛି। କେବଳ ଏତିକି ନୁହେଁ; ମୋବାଇଲ୍‌, କମ୍ପ୍ୟୁଟର ଆଦିର ଦୀର୍ଘ ବ୍ୟବହାର ବି ଏଥିପାଇଁ ଦାୟୀ। ତେଣୁ ପ୍ରତିଦିନ ଅତିକମ୍‌ରେ ଅଧ ଘଣ୍ଟା ଏକ୍ସରସାଇଜ୍‌ କରନ୍ତୁ।
– ଅନେକେ ବିଭିନ୍ନ କାରଣରୁ ମାନସିକ ଚାପ ଭିତରେ ଥାଆନ୍ତି। ଏହାସହ ଭାବପ୍ରବଣତା ଓ ବିରକ୍ତି ଭାବକୁ ଏଡ଼ାଇବାକୁ ଯାଇ ଆବଶ୍ୟକତାଠାରୁ ଅଧିକ ଖାଇଦିଅନ୍ତି, ଯାହାକି ମେଦବୃଦ୍ଧି କରି ବିଭିନ୍ନ ରୋଗ ଉପୁଜାଇଥାଏ। ତେଣୁ ନିଜକୁ ମାନସିକସ୍ତରରେ ମଧ୍ୟ ଫିଟ୍‌ ରଖନ୍ତୁ। ଏଥିପାଇଁ ସ୍ଲୋ ମ୍ୟୁଜିକ୍‌ ଶୁଣିପାରିବେ।
– ସର୍ବୋପରି ପ୍ରତିଦିନ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ସହ ଠିକ୍‌ ସମୟରେ ଖାଇବା ଏବଂ ଶୋଇବା ଅଭ୍ୟାସ ରଖନ୍ତୁ। ଏହା ମଧ୍ୟ ଶରୀରର ଓଜନ ନିୟନ୍ତ୍ରଣରେ ରଖିବାରେ ବେଶ୍‌ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri