Categories: ଜାତୀୟ

ନୌସେନାରେ ସାମିଲ ହେବ ସମୁଦ୍ରର ଆଉ ଏକ ଶେହନଶାହ ‘ତାରାଗିରି’

ନୂଆଦିଲ୍ଲୀ,୧୧ ।୯: ଶତ୍ରୁଙ୍କୁ କଡା ଜବାବ ଦେବାକୁ ତଥା ଭାରତୀୟ ସେନାକୁ ଆହୁରି ମଜଭୁତ କରିବାକୁ ଲଗାତାର କାମ ଚାଲିଛି । ଆଧୁନିକ ଅସ୍ତ୍ରଶସ୍ତ୍ର, ମିଶାଇଲ, ହେଲିକପ୍ଟରରୁ ଆରମ୍ଭ କରି ବଡ ବଡ ଯୁଦ୍ଧ ଜାହାଜକୁ ସେନାରେ ସାମିଲ କରାଯାଉଛି । ଦେଶର ପ୍ରଥମ ସ୍ୱଦେଶୀ ବିମାନବାହକ ଜାହାଜ ଆଇଏନଏସ ବିକ୍ରାନ୍ତକୁ ସେପ୍ଟେମ୍ବର ୨ରେ ଭାରତୀୟ ନୌସେନାରେ ସାମିଲ କରାଗଲା । ବିକ୍ରାନ୍ତର ଭବ୍ୟ ସ୍ୱାଗତକୁ ନେଇ ଥିବା ଉତ୍ସାହ ଏବେ ପର୍ଯ୍ୟନ୍ତ ମନରୁ ଲିଭି ନ ଥିବା ବେଳେ ଦେଶ ୧୧ ସେପ୍ଟେମ୍ବରରେ ଭାରତୀୟ ନୌସେନା ସ୍ୱଦେଶୀ ଷ୍ଟିଲ୍‌ଥ ଫ୍ରିଗେଟ ‘ତାରାଗିରି’କୁ ଲଞ୍ଚ କରିବାକୁ ପ୍ରସ୍ତୁତ ହୋଇସାରିଲାଣି । ଲଞ୍ଚିଂ ଇଭେଣ୍ଟ ମୁମ୍ବାଇର ମଝଗାଁଓ ଡକ ସିପୟାର୍ଡ ଲିମିଡେଟରେ କରାଯିବ ।
ପଶ୍ଚିମ ନୌସେନାର ଫ୍ଲାଗ ଅଫିସର କମାଣ୍ଡିଂ ଭାଇସ ଆଡମିରାଲ ଅଜେନ୍ଦ୍ର ବାହାଦୂର ସିଂ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରହିବେ । ଗଡୱାଲ ସ୍ଥିତ ହିମାଳୟର ଏକ ପାହାଡିଆ ଅଞ୍ଚଳର ନାମ ଅନୁଯାୟୀ ‘ତାରାଗିରି’ର ନାମକରଣ କରାଯାଇଛି । ଏହି ପ୍ରୋଜେକ୍ଟ ୧୭ଏ ଫ୍ରିଗେଟସର ୫ମ ଜାହାଜ । ଏହି ଜାହାଜ ପି୧୭ ଫ୍ରିଗେଟ୍ସ(ଶିବାଲିକ କ୍ଲାସ)ର ଉନ୍ନତ ସଂସ୍କରଣ । ଏହା ଅତ୍ୟାଧୁନିକ ଷ୍ଟିଲଥ ଫିଚର୍ସ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସେନସର ଓ ପ୍ଲାଟଫର୍ମ ମ୍ୟାନେଜମେଣ୍ଟ ସିଷ୍ଟମଠାରୁ ଉନ୍ନତ ।

Share