ଗେଟ୍ସ ଫାଉଣ୍ଡେଶନରୁ ଓ୍ବାରେନ୍‌ଙ୍କ ଇସ୍ତଫା

ଓ୍ବାଶିଂଟନ୍‌, ୨୪ା୬: ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଓ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ଗତ ମାସରେ ଛାଡ଼ପତ୍ର ଘୋଷଣା କରିବା ପରେ ବିଶ୍ୱର ସର୍ବବୃହତ୍‌ ଦାତବ୍ୟ ସଂସ୍ଥା ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟ୍ସ ଫାଉଣ୍ଡେଶନକୁ ପୂର୍ବପରି ଚଲାଇବାକୁ ଉଭୟେ ନିଷ୍ପତ୍ତି ନେଇଥିଲେ। ଫାଉଣ୍ଡେଶନରେ ଟ୍ରଷ୍ଟି ଥିବା ଆମେରିକୀୟ ବ୍ୟବସାୟୀ, ନିବେଶକ ତଥା ଓ୍ବର୍କଶାୟାର ହାଥାଓ୍ବେର ସିଇଓ ଓ୍ବାରେନ ବଫେଟ୍‌ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଗେଟ୍ସ ଦମ୍ପତି ପରସ୍ପରଠାରୁ ଅଲଗା ହେବା ପରେ ଉକ୍ତ ଫାଉଣ୍ଡେଶନରେ ଅସ୍ଥିରତା ବଢ଼ିଥିବାବେଳେ ୯୦ ବର୍ଷୀୟ ବଫେଟ୍‌ ସେଥିରୁ ବାହାରି ଯାଇଥିବା ବୁଧବାର ଘୋଷଣା କରିଛନ୍ତି। ଗତ ୧୫ ବର୍ଷ ମଧ୍ୟରେ ବଫେଟ୍‌ ୨୭ ବିଲିୟନ ଡଲାରରୁ ଅଧିକ ଅର୍ଥ ଦାନ କରିଛନ୍ତି।

Share