ଯୁଦ୍ଧ ବିମାନ ଦୁର୍ଘଟଣା: ୭ ଯବାନ ମୃତ

ଆବୁଜା,୨୧।୨: ନାଇଜେରିଆର ରାଜଧାନୀ ଆବୁଜା ନିକଟରେ ରବିବାର ଏକ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୭ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବାୟୁସେନା ମୁଖପାତ୍ର କହିଛନ୍ତି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପାଇଲଟ ଇଞ୍ଜିନରେ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ବାୟୁସେନା ମୁଖପାତ୍ର ଇବିକ୍ୟୁନଲେ ଡାରାମୋଲା ଏକ ବିବୃତ୍ତିରେ କହିଛନ୍ତି ଯେ, ନାଇଜେରିଆ ବାୟୁସେନା (ଏନ୍‌ଏଏଫ୍‌) ବିଚ୍ରାଫ୍ଟକିଂ ଏୟାର ବି-୩୫୦ଆଇ ଯୁଦ୍ଧ ବିମାନ ଆବୁଜା ବିମାନ ବନ୍ଦରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଘଟଣାର ତଦନ୍ତ ଚାଲିଥିବା ବାୟୁସେନା ପକ୍ଷରୁ କୁହାଯାଇଛି।

Share