Posted inଜାତୀୟ

କେନ୍ଦ୍ରୀୟ ଯୋଜନା ଟଙ୍କା ଠିକ୍‌ ସମୟରେ ଖର୍ଚ୍ଚ ନ କଲେ ଲାଗିବ ୭ ପ୍ରତିଶତ ଜରିମାନା

ଶିମଲା,୨୮।୨: କେନ୍ଦ୍ରୀୟ ଯୋଜନାର ଟଙ୍କା ଖର୍ଚ୍ଚ କରିବା ମାମଲାରେ କେନ୍ଦ୍ର ସରକାର ରାଜ୍ୟର ସୁଖୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ଚେତାବନୀ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନାଗୁଡିକର ଅର୍ଥ ପ୍ରଦାନ କ୍ଷେତ୍ରରେ ଦିଆଯାଇଛି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ନିର୍ଦ୍ଦେଶକ ପ୍ରତୀକ କୁମାର ସିଂ ମୁଖ୍ୟ ଶାସନ ସଚିବ ପ୍ରବୋଧ ସାକ୍ସେନା ଏବଂ ଅର୍ଥ ସଚିବଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଚେତାବନୀ ଦିଆଯାଇଛି ଯେ, କେନ୍ଦ୍ରୀୟ ଯୋଜନା ପାଇଁ କେନ୍ଦ୍ରରୁ ଆସୁଥିବା ବଜେଟ ଏବଂ ଏହାର ରାଜ୍ୟ ଅଂଶ ନିର୍ଦ୍ଧାରିତ ସମୟ ୩୦ଦିନ ମଧ୍ୟରେ ସିଙ୍ଗଲ୍‌ ନୋଡାଲ ଏଜେନ୍ସି (ଏସ୍‌ଏନ୍‌ଏ) ଆକାଉଣ୍ଟରେ ଜମା କରାଯିବା ଉଚିତ୍‌। ଯାହାକୁ ସମୟ ସୀମା ମଧ୍ୟରେ ଖର୍ଚ୍ଚ କରାଯାଇପାରିବ। ଯଦି ଠିକ୍‌ ସମୟରେ ଏହା କରା ନ ଯାଏ ତେବେ ବାର୍ଷିକ ୭ପ୍ରତିଶତ ହାରରେ ଜରିମାନା ସୁଧ ଦେବାକୁ ପଡିବ। ଏହି ନୂତନ ବ୍ୟବସ୍ଥା ଆସନ୍ତା ଏପ୍ରିଲ ୨୦୨୩ରୁ ଲାଗୁ ହେବ। ଏହାପୂର୍ବରୁ ସଙ୍ଗଲ୍‌ ନୋଡାଲ ଏଜେନ୍ସିର ଆକାଉଣ୍ଟରେ କେନ୍ଦ୍ରରୁ ଟଙ୍କା ଜମା କରିବାର ଅବଧି ୨୧ ଦିନ ରହିଥିବା ବେଳେ ରାଜ୍ୟ ବଜେଟର ଅବଧି ୪୦ଦିନ ରହିଥିଲା। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାପ୍ତ ବଜେଟ ଦାଖଲ କରିବାର ସମୟ ୩୦ଦିନକୁ ହ୍ରାସ କରାଯାଇଛି। ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ ସମେତ ଅନେକ ରାଜ୍ୟରେ ରିପୋର୍ଟ କରାଯାଇଛି ଯେ, କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା ପାଇଁ ବଜେଟ ସମୟ ସୀମା ମଧ୍ୟରେ ଖର୍ଚ୍ଚ ହେଉନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଏହି ନୂତନ ବ୍ୟବସ୍ଥା ବିଷୟରେ ଚେତାବନୀ ଦିଆଯାଇଛି। ଯଦି ବଜେଟ ସିଙ୍ଗଲ ନୋଡାଲ ଏଜେନ୍ସିର ଆକାଉଣ୍ଟରେ ଠିକ୍‌ ସମୟରେ ଜମା ନ ହୁଏ, ତେବେ ଏହାକୁ ଭାରତ ସରକାରଙ୍କ ଏକତ୍ରିତ ପାଣ୍ଠିରେ ଜମା କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri