Posted inଜାତୀୟ

କେନ୍ଦ୍ରୀୟ ଯୋଜନା ଟଙ୍କା ଠିକ୍‌ ସମୟରେ ଖର୍ଚ୍ଚ ନ କଲେ ଲାଗିବ ୭ ପ୍ରତିଶତ ଜରିମାନା

ଶିମଲା,୨୮।୨: କେନ୍ଦ୍ରୀୟ ଯୋଜନାର ଟଙ୍କା ଖର୍ଚ୍ଚ କରିବା ମାମଲାରେ କେନ୍ଦ୍ର ସରକାର ରାଜ୍ୟର ସୁଖୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ଚେତାବନୀ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନାଗୁଡିକର ଅର୍ଥ ପ୍ରଦାନ କ୍ଷେତ୍ରରେ ଦିଆଯାଇଛି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ନିର୍ଦ୍ଦେଶକ ପ୍ରତୀକ କୁମାର ସିଂ ମୁଖ୍ୟ ଶାସନ ସଚିବ ପ୍ରବୋଧ ସାକ୍ସେନା ଏବଂ ଅର୍ଥ ସଚିବଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଚେତାବନୀ ଦିଆଯାଇଛି ଯେ, କେନ୍ଦ୍ରୀୟ ଯୋଜନା ପାଇଁ କେନ୍ଦ୍ରରୁ ଆସୁଥିବା ବଜେଟ ଏବଂ ଏହାର ରାଜ୍ୟ ଅଂଶ ନିର୍ଦ୍ଧାରିତ ସମୟ ୩୦ଦିନ ମଧ୍ୟରେ ସିଙ୍ଗଲ୍‌ ନୋଡାଲ ଏଜେନ୍ସି (ଏସ୍‌ଏନ୍‌ଏ) ଆକାଉଣ୍ଟରେ ଜମା କରାଯିବା ଉଚିତ୍‌। ଯାହାକୁ ସମୟ ସୀମା ମଧ୍ୟରେ ଖର୍ଚ୍ଚ କରାଯାଇପାରିବ। ଯଦି ଠିକ୍‌ ସମୟରେ ଏହା କରା ନ ଯାଏ ତେବେ ବାର୍ଷିକ ୭ପ୍ରତିଶତ ହାରରେ ଜରିମାନା ସୁଧ ଦେବାକୁ ପଡିବ। ଏହି ନୂତନ ବ୍ୟବସ୍ଥା ଆସନ୍ତା ଏପ୍ରିଲ ୨୦୨୩ରୁ ଲାଗୁ ହେବ। ଏହାପୂର୍ବରୁ ସଙ୍ଗଲ୍‌ ନୋଡାଲ ଏଜେନ୍ସିର ଆକାଉଣ୍ଟରେ କେନ୍ଦ୍ରରୁ ଟଙ୍କା ଜମା କରିବାର ଅବଧି ୨୧ ଦିନ ରହିଥିବା ବେଳେ ରାଜ୍ୟ ବଜେଟର ଅବଧି ୪୦ଦିନ ରହିଥିଲା। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାପ୍ତ ବଜେଟ ଦାଖଲ କରିବାର ସମୟ ୩୦ଦିନକୁ ହ୍ରାସ କରାଯାଇଛି। ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ ସମେତ ଅନେକ ରାଜ୍ୟରେ ରିପୋର୍ଟ କରାଯାଇଛି ଯେ, କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା ପାଇଁ ବଜେଟ ସମୟ ସୀମା ମଧ୍ୟରେ ଖର୍ଚ୍ଚ ହେଉନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଏହି ନୂତନ ବ୍ୟବସ୍ଥା ବିଷୟରେ ଚେତାବନୀ ଦିଆଯାଇଛି। ଯଦି ବଜେଟ ସିଙ୍ଗଲ ନୋଡାଲ ଏଜେନ୍ସିର ଆକାଉଣ୍ଟରେ ଠିକ୍‌ ସମୟରେ ଜମା ନ ହୁଏ, ତେବେ ଏହାକୁ ଭାରତ ସରକାରଙ୍କ ଏକତ୍ରିତ ପାଣ୍ଠିରେ ଜମା କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri