Categories: ଖେଳ

କ୍ରିକେଟର ଏହି ଫର୍ମାଟରୁ ସନ୍ୟାସ ନେବାର ସଙ୍କେତ ଦେଲେ ଓ୍ବାର୍ନର

ନୂଆଦିଲ୍ଲୀ,୧୪।୧୧: ଆସନ୍ତାବର୍ଷ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ସଙ୍କେତ ଦେଇଛନ୍ତି ଆକ୍ରମଣାତ୍ମକ ଅଷ୍ଟ୍ରେଲିୟ ଓପନର ଡେଭିଡ୍‌ ଓ୍ବାର୍ନର। ହେଲେ ସେ ସୀମିତ ଓଭର ଫର୍ମାଟରେ ଖେଳିବା ଜାରି ରଖିବାର ସମ୍ଭାବନା ରହିଛି।

ଓ୍ବାର୍ନର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ବୋଧହୁଏ ଟେଷ୍ଟ କ୍ରିକେଟ ପ୍ରଥମ ଫର୍ମାଟ ହେବ ଯାହାକୁ ମୁଁ ଛାଡ଼ି ପାରିବି। ଟେଷ୍ଟ କ୍ରିକେଟରେ ସମ୍ଭବତଃ ମୋର ମୋର ଶେଷ ୧୨ ମାସ ହୋଇପାରେ। ଏଭଳି ଭାବେ ସବୁକିଛି ଆଗକୁ ବଢ଼ିପାରିବ ବୋଲି ସେ କହିଛନ୍ତି।

ଏହାଛଡ଼ା ଓ୍ବାର୍ନର କହିଛନ୍ତି, ସୀମିତ ଓଭର ଖେଳ ମୋତେ ବହୁତ ପସନ୍ଦ। ଏହା ଚମତ୍କାର। ୨୦୨୪ରେ ଟି୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଏହି ଦୁଇଟି ଟୁର୍ନାମେଣ୍ଟରେ ଖେଳିବାକୁ ଚାହୁଁଥିବା ସେ କହିଛନ୍ତି।

କହିରଖୁଛୁ, ୩୬ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଓ୍ବାର୍ନର ୨୦୧୧ରେ ଟେଷ୍ଟ ଡେବ୍ୟୁ କରିଥିଲେ। ଏହି ଫର୍ମାଟରେ ସେ ଏଯାବତ ୯୬ ଟେଷ୍ଟ ମ୍ୟାଚ୍‌ରେ ୭୮୧୭ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୨୪ ଶତକ ଏବଂ ୩୪ ଅର୍ଦ୍ଧଶତକ ରହିଛି।

Share