ଚେତାବନୀ ଦେଲେ ସଲମାନ

ବଲିଉଡ୍‌ର ଭାଇଜାନ ସଲମାନ ଖାନ ବହୁ ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍‌ କରୁଛନ୍ତି। ନିକଟରେ ତାଙ୍କୁ ‘କିସି କା ଭାଇ କିସି କି ଜାନ’ ଫିଲ୍ମରେ ଦେଖିବାକୁ ମିଳିଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା। ଆଜିକାଲି ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଟାଇଗର-୩ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଫିଲ୍ମରେ କାଷ୍ଟିଂକୁ ନେଇ ସଲମାନ ଏକ ବିଜ୍ଞପ୍ତି ଜାରି କରି ଚେତାବନୀ ଦେଇଛନ୍ତି।
ସଲମାନ ଖାନ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି, ସେ କିମ୍ବା ତାଙ୍କ ପ୍ରଡକ୍ସନ କମ୍ପାନୀ ବର୍ତ୍ତମାନ କୌଣସି ଫିଲ୍ମ ପାଇଁ କାଷ୍ଟିଂ କରୁନାହାଁନ୍ତି। ଭବିଷ୍ୟତରେ କୌଣସି ଚଳଚ୍ଚିତ୍ର ପାଇଁ ଆମେ କୌଣସି କାଷ୍ଟିଂ ଏଜେଣ୍ଟଙ୍କୁ ନିଯୁକ୍ତି ଦେଇନାହୁଁ। ଦୟାକରି ଯଦି ଆପଣ କାଷ୍ଟିଂ ସମ୍ବନ୍ଧୀୟ କୌଣସି ମେଲ କିମ୍ବା ମେସେଜ୍‌ ପାଆନ୍ତି। ତେବେ ଏହାକୁ ବିଶ୍ୱାସ କରନ୍ତୁ ନାହଁି। ଯଦି ସଲମାନ ଖାନ ଏବଂ ସଲମାନ ଖାନ ଫିଲ୍ମର ନାମକୁ ଭୁଲ ଉପାୟରେ ବ୍ୟବହାର କରୁଥିବା ଦେଖିବାକୁ ମିଳେ, ତା’ହେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
୨୦୨୦ ପୂର୍ବରୁ ମଧ୍ୟ ଗୁଜବ ଥିଲା ଯେ, ସଲମାନ ତାଙ୍କ ଫିଲ୍ମ ପାଇଁ କାଷ୍ଟ କରୁଛନ୍ତି ଏବଂ କାଷ୍ଟିଂ ଏଜେଣ୍ଟ ନିଯୁକ୍ତ କରିଛନ୍ତି। ସେତେବେଳେ ସଲମାନ ଖାନ ମଧ୍ୟ ଏହି ସବୁ ଖବରକୁ ଗୁଜବ ବୋଲି କହିଥିଲେ।

Share