ରକ୍ତ ସଞ୍ଚାଳନକୁ ସକ୍ରିୟ କରେ ଉଷୁମ ପାଣି

ଉଷୁମ ପାଣି ନିୟମିତ ପିଇଲେ ତାହାର ସୁପ୍ରଭାବ ଶରୀର ଉପରେ ପଡ଼ିଥାଏ। ଆଜିକାଲି ଅନେକ ମେଦବହୁଳତା ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଖାଦ୍ୟପେୟ ପ୍ରତି ଦୃଷ୍ଟି ଦେବା ସହ ଆଉ ଏକ ସରଳ ତଥା ସହଜ ଉପାୟ ଆପଣେଇ ପାରନ୍ତି। ନିୟମିତ ଉଷୁମ ପାଣି ପିଇଲେ ଓଜନ ସନ୍ତୁଳିତ ରହିଥାଏ। ପ୍ରତିଦିନ ସକାଳେ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଇଲେ ତାହା ପେଟକୁ ପରିଷ୍କାର ରଖିଥାଏ। ଏହା ମଧ୍ୟ ଶରୀରରେ ଚର୍ବି ଅଂଶକୁ କମାଇ ଦିଏ। କେବଳ ସେତିକି ନୁହେଁ, ଉଷୁମ ପାଣି ପିଇବା ଦ୍ୱାରା ଭଲ ଭୋକ ହୁଏ। ଏହାଦ୍ୱାରା ଆଉ ଏକ ଉପକାର ମଧ୍ୟ ମିଳିଥାଏ। ପ୍ରତିଦିନ ଉଷୁମ ପାଣି ପିଇଲେ ରକ୍ତ ସଞ୍ଚାଳନ ପ୍ରକ୍ରିୟା ସନ୍ତୁଳିତ ରହିଥାଏ। ଏହା ମଧ୍ୟ ଚର୍ମରେ ନମନୀୟତା ଆଣିବାରେ ଅନେକାଂଶରେ ସାହାଯ୍ୟ କରେ। ନିୟମିତ ଉଷୁମ ପାଣି ପିଇବା ଦ୍ୱାରା ଶରୀର ପୂର୍ବ ଅପେକ୍ଷା ଆହୁରି ସକ୍ରିୟ ରହିଥାଏ ବୋଲି ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ପୁଷ୍ଟିବିଜ୍ଞାନୀମାନେ ମତପୋଷଣ କରିଛନ୍ତି।