Categories: ଜାତୀୟ

ଏଲ୍‌ଏସିରେ ଯବାନଙ୍କ ପାଇଁ ଉଷୁମ ଘର

ଲେହ,୧୮।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତୀୟ ଯବାନଙ୍କ ପାଇଁ ଉଷୁମ ଘର ନିର୍ମାଣ କରାଯାଇଛି। ଏଠାରେ ନଭେମ୍ବର ପରେ ପରେ ୪୦ ଫୁଟ ପର୍ଯ୍ୟନ୍ତ ତୁଷାରପାତ ହୋଇଥାଏ। ଫଳରେ ସମୁଦ୍ର ପତ୍ତନଠାରୁ ୧୬ ହଜାର ଫୁଟ ଉପରେ ଥିବା ଏସବୁ ସ୍ଥାନରେ ତାପମାତ୍ରା ମାଇନସ୍‌ ୩୦ରୁ ୪୦ ଡିଗ୍ରୀରେ ମଧ୍ୟରେ ପହଞ୍ଚିଯାଇଥାଏ। ଏଠାରେ କଷ୍ଟକର ସ୍ଥିତିରେ ରହିବାକୁ ଭାରତୀୟ ଯବାନଙ୍କୁ ପୂର୍ବରୁ ପଡୁଥିଲା। ତେବେ ଏବେ ସେମାନଙ୍କ ଲାଗି ଥଣ୍ଡାରେ ବି ଉଷୁମ ରହୁଥିବା ଘର ନିର୍ମାଣ କରାଯାଇଛି। ଏଠାରେ ରହିବା ଯବାନଙ୍କ ପାଇଁ ସହଜ ଜନକ ହେବ। ଯବାନଙ୍କୁ ଗରମ ପାଣି ଯୋଗାଇ ଦିଆଯିବା ସହିତ ବିଦ୍ୟୁତ୍‌ ହିଟର ସୁବିଧା ଉପଲବ୍ଧ କରାଯାଇଛି।

Share