ୱାର୍ଡମେମ୍ବର ନିର୍ବାଚନ ପ୍ରସ୍ତୁତି ଶେଷ: ବୁଥ୍‌ରେ ପହଞ୍ଚିଲେ ପୋଲିଂ ଦଳ

ସୋରଡା,୧।୫(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନରେ ଖାଲି ପଡିଥିବା ୱାର୍ଡ ସଭ୍ୟା ଏବଂ ସଭ୍ୟଙ୍କ ପାଇଁ ମେ’ ୨ ତାରିଖ ମଙ୍ଗଳବାର ନିର୍ବାଚନ ହେବା। ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସୋରଡା ବ୍ଲକର ୨୬ ପଞ୍ଚାୟତ ମଧ୍ୟରୁ ୧୪ ପଞ୍ଚାୟତରେ ଏହି ନିର୍ବାଚନ ହେବ। ୩୬ ବୁଥ୍‌ରେ ୩୬ ୱାର୍ଡ ମେମ୍ବର ପ୍ରାର୍ଥିନୀ, ପ୍ରାର୍ଥୀ ନିର୍ବାଚିତ ହେବାକୁ ଥିବାବେଳେ ମଇଦାନରେ ଅଛନ୍ତି ୭୬ ପ୍ରାର୍ଥୀ । ଏନେଇ ଗ୍ରାମାଞ୍ଚଳ ରାଜନୀତି ବେଶ୍‌ ସରଗରମ ହୋଇଛି। ପ୍ରାର୍ଥୀମାନେ ଭୋଟରଙ୍କୁ ମନେଇବାକୁ ଭରପୁର ପ୍ରୟାସ କରିଛନ୍ତି। ବଡଗଡ ପଞ୍ଚାୟତରେ ୫, ବୋରଦା ୩, ବୋରାଶିଙ୍ଗୀ ୨, ଭଗବାନପୁର ୨, ଏକଲପୁର ୧, ଗାଙ୍ଗପୁର ୪, ଜିପିଶାସନ ୨, ହୁକୁମା ୧, କୁଳାଙ୍ଗି ୧, ରାଇବନ୍ଧ ୫, ସିଦ୍ଧପୁର ୩ , ଅମୃଟୁଲୁ ୫, ଅଶୂରବନ୍ଧ ୨, ବଡ଼ବଡାଙ୍ଗୀ ଗୋଟିଏ ବୁଥ୍‌ରେ ନିର୍ବାଚନ ହେବ। ମୋଟ ୧୩୨୪୪ ମହିଳା, ପୁରୁଷ ଭୋଟର ନିଜ ମତ ସାବ୍ୟସ୍ତ କରିବେ। ଏବି ସଞ୍ଜୀବ ରାଜ ସେନାପତି ନିର୍ବାଚନ ପରିଚାଳନା କରୁଥିବା ବେଳେ ସୋରଡା ଆଇଆଇସି ରମେଶ କୁମାର ପ୍ରଧାନ, ବଡଗଡ ଆଇଆଇସି ସୂରଜ ଝଙ୍କାର ଶାନ୍ତି ଶୃଙ୍ଖଳା ପ୍ରତି ନଜର ରଖିଛନ୍ତି। ସୋମବାର ବ୍ଲକ ଅଫିସ ପରିସରରୁ ସମସ୍ତ ୩୬ ବୁଥ୍‌କୁ ପୋଲିଂ ଦଳ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri