ବଢ଼ୁଛି ଓ୍ବାର୍ଡ, ବଢ଼ୁନାହାନ୍ତି କର୍ମଚାରୀ

ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନ ଥିଲା। ୧୮୬୭ରେ ବ୍ରହ୍ମପୁର ପୌରପାଳିକା ଗଠନ ହୋଇଥିଲା। ସେତେବେଳେ ରେଶମ ସହର ଜନସଂଖ୍ୟା ୩୦ ହଜାରରୁ ଅଧିକ ଥିଲା। ପରିସୀମାକୁ ନେଇ ମାତ୍ର ୨୭ଟି ୱାର୍ଡ ଗଠନ କରାଯାଇଥିଲା। ଏବେ ଏହି ସ୍ବାୟତ୍ତ ଶାସନ ସଂସ୍ଥାକୁ ୧୫୬ ବର୍ଷ ପୂରିଛି। ୧୯୯୭ ପୌର ନିର୍ବାଚନ ପର୍ଯ୍ୟନ୍ତ ମ୍ୟୁନିସିପାଲିଟି ଶାସନ କଂଗ୍ରେସ ଦଖଲରେ ଥିଲା। ୨୦୦୩ ପୌର ନିର୍ବାଚନରେ ସଂଖ୍ୟା ଗରିଷ୍ଠ କାଉନଲସିର ନଥାଇ ମଧ୍ୟ ଘୋଡ଼ା ବେପାରରେ ୩ ସ୍ବାଧୀନ କାଉନସିଲରଙ୍କ ସମର୍ଥନରେ ବିଜେଡି ଆସନ ଅକ୍ତିଆର କରିଥିଲା। ନଗରପାଳ ପଦବୀ ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିବାରୁ ସୁଲୋଚନା ସ୍ବାଇଁ ପ୍ରଥମ ମହିଳା ଚେୟାରମ୍ୟାନ ନିର୍ବାଚିତ ହୋଇଥିଲେ।
୨୦୦୮ ପୌର ନିର୍ବାଚନରେ ୱାର୍ଡ ସଂଖ୍ୟା ୩୭କୁ ବୃଦ୍ଧି ପାଇଥିଲା। ବିଜେଡି କାଉନସିଲର ସଂଖ୍ୟାଗରିଷ୍ଠ ଥିବାରୁ ଶିବ ଶଙ୍କର ଦାସ ପରୋକ୍ଷ ଭୋଟ୍‌ରେ ନଗରପାଳ ନିର୍ବାଚିତ ହୋଇଥିଲେ। କିଛି ମାସ ପରେ ପୌରପାଳିକାକୁ ରାଜ୍ୟ ସରକାର ମହାନଗର ନିଗମର ମାନ୍ୟତା ଘୋଷଣା କଲେ। ଫଳରେ ନଗରପାଳ ଆପେ ଆପେ ମେୟର ଏବଂ କାଉନସିଲରମାନେ କର୍ପୋରେଟର ବନିଗଲେ। ନିର୍ବାହୀ ଅଧିକାରୀ ମଧ୍ୟ କମିଶନର ଆଖ୍ୟା ପାଇଲେ। ୨୦୧୩ ପୌର ନିର୍ବାଚନ ବେଳେ ୱାର୍ଡ ପୁନର୍ଗଠନ ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ୱାର୍ଡ ସଂଖ୍ୟା ୪୦କୁ ବଢ଼ିଲା। ଦ୍ୱିତୀୟ ଥର ପାଇଁ ବିଜେଡି କର୍ପୋରେଟର ସଂଖ୍ୟାଗରିଷ୍ଠ ହୋଇଥିଲା। ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ କେ. ମାଧବୀ ପ୍ରଥମ ମହିଳା ମେୟର ନିର୍ବାଚିତ ହୋଇଥିଲେ।
୨୦୨୨ ପୌର ନିର୍ବାଚନରେ ମହାନଗର ୱାର୍ଡ ସଂଖ୍ୟା ୪୨କୁ ବଢ଼ାଯାଇଥିଲା। ମେୟର ପଦ ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିଲା। ପ୍ରତ୍ୟକ୍ଷ ନିର୍ବାଚନରେ ସଂଘମିତ୍ରା ଦଳେଇ ବିପୁଳ ଭୋଟରେ ନିର୍ବାଚିତ ହେଲେ। ଅନ୍ୟପକ୍ଷରେ ପୌରନିଗମ ମଧ୍ୟ ଚତୁର୍ଥ ଥର ବିଜେଡି ହାତକୁ ଯାଇଛି। ୧୫୬ ବର୍ଷର ପୌରସଂସ୍ଥା ଓ ପୌର ନିଗମରେ ନିର୍ବାଚିତ ମୁଖ୍ୟ ଭାବେ ତୃତୀୟ ଥର ମହିଳାଙ୍କୁ ସୁଯୋଗ ମିଳିଛି। ୪୨ କର୍ପୋରେଟରଙ୍କ ମଧ୍ୟରୁ ଅର୍ଦ୍ଧେକ ତଥା ୨୧ ମହିଳା ବିଜେଡି, ଭାଜପା ଓ କଂଗ୍ରେସରୁ ନିର୍ବାଚିତ ହୋଇଛନ୍ତି। ନିଗମକୁ ପ୍ରତିବର୍ଷ କୋଟି କୋଟି ଟଙ୍କା ସରକାରୀ ଅନୁଦାନ ଆସୁଛି। ନିଜସ୍ବ ରାଜସ୍ବ ମଧ୍ୟ ବହୁଳ ପରିମାଣରରେ ଆଦାୟ ହେଉଛି। ବିକାଶ ପାଇଁ ମଞ୍ଜୁର ଅନୁଦାନ ଠିକଣା ଭାବେ ବିନିଯୋଗ ହୋଇପାରୁନଥିବାରୁ ଅନେକ ଯୋଜନା ଅଧାରେ ରହିଛି। ନିଅଣ୍ଟିଆ କର୍ମଚାରୀ ଯୋଗୁ ପ୍ରଶାସନିକ କାର୍ଯ୍ୟ ସୂଚାରୁ ଭାବେ ହେଉନଥିବା ଅଭିଯୋଗ ହେଉଛି।

– ନରସିଂହ ସାହୁ, ବ୍ରହ୍ମପୁର


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri