ବଢ଼ୁଛି ଓ୍ବାର୍ଡ, ବଢ଼ୁନାହାନ୍ତି କର୍ମଚାରୀ

ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନ ଥିଲା। ୧୮୬୭ରେ ବ୍ରହ୍ମପୁର ପୌରପାଳିକା ଗଠନ ହୋଇଥିଲା। ସେତେବେଳେ ରେଶମ ସହର ଜନସଂଖ୍ୟା ୩୦ ହଜାରରୁ ଅଧିକ ଥିଲା। ପରିସୀମାକୁ ନେଇ ମାତ୍ର ୨୭ଟି ୱାର୍ଡ ଗଠନ କରାଯାଇଥିଲା। ଏବେ ଏହି ସ୍ବାୟତ୍ତ ଶାସନ ସଂସ୍ଥାକୁ ୧୫୬ ବର୍ଷ ପୂରିଛି। ୧୯୯୭ ପୌର ନିର୍ବାଚନ ପର୍ଯ୍ୟନ୍ତ ମ୍ୟୁନିସିପାଲିଟି ଶାସନ କଂଗ୍ରେସ ଦଖଲରେ ଥିଲା। ୨୦୦୩ ପୌର ନିର୍ବାଚନରେ ସଂଖ୍ୟା ଗରିଷ୍ଠ କାଉନଲସିର ନଥାଇ ମଧ୍ୟ ଘୋଡ଼ା ବେପାରରେ ୩ ସ୍ବାଧୀନ କାଉନସିଲରଙ୍କ ସମର୍ଥନରେ ବିଜେଡି ଆସନ ଅକ୍ତିଆର କରିଥିଲା। ନଗରପାଳ ପଦବୀ ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିବାରୁ ସୁଲୋଚନା ସ୍ବାଇଁ ପ୍ରଥମ ମହିଳା ଚେୟାରମ୍ୟାନ ନିର୍ବାଚିତ ହୋଇଥିଲେ।
୨୦୦୮ ପୌର ନିର୍ବାଚନରେ ୱାର୍ଡ ସଂଖ୍ୟା ୩୭କୁ ବୃଦ୍ଧି ପାଇଥିଲା। ବିଜେଡି କାଉନସିଲର ସଂଖ୍ୟାଗରିଷ୍ଠ ଥିବାରୁ ଶିବ ଶଙ୍କର ଦାସ ପରୋକ୍ଷ ଭୋଟ୍‌ରେ ନଗରପାଳ ନିର୍ବାଚିତ ହୋଇଥିଲେ। କିଛି ମାସ ପରେ ପୌରପାଳିକାକୁ ରାଜ୍ୟ ସରକାର ମହାନଗର ନିଗମର ମାନ୍ୟତା ଘୋଷଣା କଲେ। ଫଳରେ ନଗରପାଳ ଆପେ ଆପେ ମେୟର ଏବଂ କାଉନସିଲରମାନେ କର୍ପୋରେଟର ବନିଗଲେ। ନିର୍ବାହୀ ଅଧିକାରୀ ମଧ୍ୟ କମିଶନର ଆଖ୍ୟା ପାଇଲେ। ୨୦୧୩ ପୌର ନିର୍ବାଚନ ବେଳେ ୱାର୍ଡ ପୁନର୍ଗଠନ ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ୱାର୍ଡ ସଂଖ୍ୟା ୪୦କୁ ବଢ଼ିଲା। ଦ୍ୱିତୀୟ ଥର ପାଇଁ ବିଜେଡି କର୍ପୋରେଟର ସଂଖ୍ୟାଗରିଷ୍ଠ ହୋଇଥିଲା। ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ କେ. ମାଧବୀ ପ୍ରଥମ ମହିଳା ମେୟର ନିର୍ବାଚିତ ହୋଇଥିଲେ।
୨୦୨୨ ପୌର ନିର୍ବାଚନରେ ମହାନଗର ୱାର୍ଡ ସଂଖ୍ୟା ୪୨କୁ ବଢ଼ାଯାଇଥିଲା। ମେୟର ପଦ ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିଲା। ପ୍ରତ୍ୟକ୍ଷ ନିର୍ବାଚନରେ ସଂଘମିତ୍ରା ଦଳେଇ ବିପୁଳ ଭୋଟରେ ନିର୍ବାଚିତ ହେଲେ। ଅନ୍ୟପକ୍ଷରେ ପୌରନିଗମ ମଧ୍ୟ ଚତୁର୍ଥ ଥର ବିଜେଡି ହାତକୁ ଯାଇଛି। ୧୫୬ ବର୍ଷର ପୌରସଂସ୍ଥା ଓ ପୌର ନିଗମରେ ନିର୍ବାଚିତ ମୁଖ୍ୟ ଭାବେ ତୃତୀୟ ଥର ମହିଳାଙ୍କୁ ସୁଯୋଗ ମିଳିଛି। ୪୨ କର୍ପୋରେଟରଙ୍କ ମଧ୍ୟରୁ ଅର୍ଦ୍ଧେକ ତଥା ୨୧ ମହିଳା ବିଜେଡି, ଭାଜପା ଓ କଂଗ୍ରେସରୁ ନିର୍ବାଚିତ ହୋଇଛନ୍ତି। ନିଗମକୁ ପ୍ରତିବର୍ଷ କୋଟି କୋଟି ଟଙ୍କା ସରକାରୀ ଅନୁଦାନ ଆସୁଛି। ନିଜସ୍ବ ରାଜସ୍ବ ମଧ୍ୟ ବହୁଳ ପରିମାଣରରେ ଆଦାୟ ହେଉଛି। ବିକାଶ ପାଇଁ ମଞ୍ଜୁର ଅନୁଦାନ ଠିକଣା ଭାବେ ବିନିଯୋଗ ହୋଇପାରୁନଥିବାରୁ ଅନେକ ଯୋଜନା ଅଧାରେ ରହିଛି। ନିଅଣ୍ଟିଆ କର୍ମଚାରୀ ଯୋଗୁ ପ୍ରଶାସନିକ କାର୍ଯ୍ୟ ସୂଚାରୁ ଭାବେ ହେଉନଥିବା ଅଭିଯୋଗ ହେଉଛି।

– ନରସିଂହ ସାହୁ, ବ୍ରହ୍ମପୁର


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri