ଭୟଙ୍କର ରୂପ ନେଲା ଯୁଦ୍ଧ: ୟୁକ୍ରେନ ଉପରେ ୩ହଜାର କେଜିର ବୋମା ମାଡ଼, ସାରା ବିଶ୍ୱ ସ୍ତବ୍ଧ

ରୁଷିଆ,୧୫।୭: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି। ସୋମବାର ରୁଷିଆ ସେନା ୟୁକ୍ରେନର ଜାପୋରିଝିଆ ଅନ୍ତର୍ଗତ ଓରିଖୋଭ ସହର ଉପରେ ୩୦୦୦କେଜି (୩ଟନ୍‌) ଓଜନର ଶକ୍ତିଶାଳୀ ‘ଏଫଏବି-୩୦୦୦’ ଗ୍ଲାଇଡ ବୋମାମାଡ଼ କରିଛି। ‘ସୁଖୋଇ ସୁ-୩୪’ ଯୁଦ୍ଧବିମାନରୁ ନିକ୍ଷେପ କରାଯାଇଥିବା ଏହି ବୋମାରେ ବିଶେଷ ଗ୍ଲାଇଡ କିଟ୍‌ ବ୍ୟବହାର କରାଯାଇଛି, ଯାହାଦ୍ୱାରା ଏହା ୫୦ରୁ ୬୦ କିଲୋମିଟର ଦୂରରୁ ଶତ୍ରୁ ପକ୍ଷର ଠିକଣାକୁ ଧ୍ୱଂସ କରିପାରୁଛି। ଏହି ସାଂଘାତିକ ଆକ୍ରମଣର ମୁକାବିଲା ପାଇଁ ୟୁକ୍ରେନ ଏବଂ ଅନ୍ୟ ୯ଟି ୟୁରୋପୀୟ ଦେଶ ମିଶି ଏକ ନୂତନ ମିଳିତ ବାୟୁ ପ୍ରତିରକ୍ଷା ମେଣ୍ଟ ଗଠନ କରିଛନ୍ତି, ଯାହା ଶସ୍ତାରେ ବାଲିଷ୍ଟିକ ମିଶାଇଲ ପ୍ରତିରୋଧକ ବ୍ୟବସ୍ଥା ପ୍ରସ୍ତୁତ କରିବ।

Odisha’s No.1 Odia Daily

Share