ମଧ୍ୟପ୍ରାଚ୍ୟରେ ତେଜିଲା ଯୁଦ୍ଧ

ଜେରୁଜେଲମ୍‌/ଗାଜା ସିଟି/ଡାମାସ୍କସ୍‌,୧୩ା୧୦:ଇସ୍ରାଏଲ୍‌ ଓ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ମଧ୍ୟରେ ୬ ଦିନ ଧରି ଚାଲିଥିବା ଯୁଦ୍ଧର ନିଅଁା ଏବେ ମଧ୍ୟପ୍ରାଚ୍ୟର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ବ୍ୟାପିବା ଆରମ୍ଭ ହେଲାଣି। ଇସ୍ରାଏଲ ପକ୍ଷରୁ ଗୁରୁବାର ସିରିଆ ରାଜଧାନୀ ଡାମାସ୍କସ୍‌ ଏବଂ ଆଲେପ୍ପେ ସହରରେ ଥିବା ୨ ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି। ଇସ୍ରାଏଲର ମିଶାଇଲ ମାଡ଼ରେ ୨ ଏୟାରପୋର୍ଟର ଲ୍ୟାଣ୍ଡିଂ ଏରିଆ କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ ଏୟାରପୋର୍ଟ ଦ୍ୱୟରେ ବିମାନ ଚଳାଚଳ ସେବା ବନ୍ଦ କରାଯାଇଥିବା ସିରିଆର ସରକାରୀ ନ୍ୟୁଜ୍‌ ଏଜେନ୍ସି ‘ସନା’ ପକ୍ଷରୁ ଅଭିଯୋଗ ଅଣାଯାଇଛି। ସିରିଆ ଏୟାର ଡିଫେନ୍ସ ଏହି ଆକ୍ରମଣର ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଆଲେପ୍ପୋରେ ଅନେକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି ବୋଲି ବ୍ରିଟେନସ୍ଥିତ ସିରିଆନ୍‌ ଅବ୍‌ଜର୍ଭେଟୋରି ଫର୍‌ ହ୍ୟୁମାନ୍‌ ରାଇଟ୍ସ (ଏସ୍‌ଓଏଚ୍‌ଆର୍‌) କହିଛି। ଇରାନ୍‌ ବହିର୍ବ୍ୟାପାର ମନ୍ତ୍ରୀଙ୍କ ସିରିଆ ଗସ୍ତର ଦିନକ ପୂର୍ବରୁ ଇସ୍ରାଏଲ ଏହି ଆକ୍ରମଣ କରିଛି। ଉଭୟ ସିରିଆ ଓ ଇରାନ୍‌ ହେଉଛନ୍ତି ଇସ୍ରାଏଲର ଶତ୍ରୁ ରାଷ୍ଟ୍ର। ଇରାନ୍‌ ଦୀର୍ଘ ସମୟ ଧରି ହମାସ୍‌କୁ ସମର୍ଥନ କରିଆସିଛି। ଯୁଦ୍ଧ ପ୍ରଭାବିତ ସିରିଆରେ ଦଶନ୍ଧି ଧରି ଇସ୍ରାଏଲ ଅନେକ ଶହ ଏୟାରଷ୍ଟ୍ରାଇକ୍‌ କରିଆସିଛି। ବିଶେଷକରି ଇରାନ୍‌ ସମର୍ଥତ୍ତ ହେଜ୍‌ବୋଲ୍ଲା ଫାଇଟର୍ସ ଓ ସିରୀୟ ସେନା ପ୍ରତିଷ୍ଠାନଗୁଡ଼ିକୁ ଇସ୍ରାଏଲ ଟାର୍ଗେଟ କରିଥାଏ।
ଯୁଦ୍ଧ ଘନଘଟା ମଧ୍ୟରେ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଗୁରୁବାର ଇସ୍ରାଏଲ ଗସ୍ତ କରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଭେଟିଛନ୍ତି। ଇସ୍ରାଏଲ ପ୍ରତି ସମର୍ଥନ ପାଇଁ ନେତାନ୍ୟାହୁ ଆମେରିକାକୁ ଧନ୍ୟବାଦ ଦେଇଛନ୍ତି। ଦୁଇନେତାଙ୍କ ଏକ ମିଳିତ ଖବରଦାତା ସମ୍ମିଳନୀରେ ବ୍ଲିଙ୍କେନ୍‌ କହିଛନ୍ତି, ଆମତ୍ରକ୍ଷା ପାଇଁ ଇସ୍ରାଏଲର ପର୍ଯ୍ୟାପ୍ତ ଶକ୍ତି ଥାଇପାରେ। କିନ୍ତୁ ଆମେରିକା ଥିବାଯାଏ ଇସ୍ରାଏଲକୁ ନଇଁବାକୁ ପଡ଼ିବ ନାହିଁ। ହମାସ୍‌ ଆକ୍ରମଣରେ ୨୫ ଆମେରିକୀୟ ନିହତ ହୋଇଥିବାବେଳେ ପଣବନ୍ଦୀ ଥିବା ୧୫୦ ଜଣଙ୍କ ମଧ୍ୟରେ କେତେଜଣ ଆମେରିକା ନାଗରିକ ମଧ୍ୟ ରହିଛନ୍ତି। ତେଣୁ ସେମାନଙ୍କୁ ଛାଡ଼ିବା ପାଇଁ ହମାସ୍‌ ଉପରେ ବ୍ଲିଙ୍କେନ୍‌ ଚାପ ପକାଇଛନ୍ତି। ବ୍ଳିଙ୍କେନ୍‌ ଇସ୍ରାଏଲ ରାଷ୍ଟ୍ରପତି ଇସାକ୍‌ ହେର୍‌ଜୋଗଙ୍କୁ ମଧ୍ୟ ଭେଟିଛନ୍ତି। ସେ ଶୁକ୍ରବାର ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମୁଦ ଅବ୍ବାସ୍‌ ଏବଂ ଜୋର୍ଡାନ୍‌ ରାଜା ଅବ୍‌ଦୁଲ୍ଲାଙ୍କୁ ମଧ୍ୟ ସାକ୍ଷାତ୍‌ କରିବା କାର୍ଯ୍ୟକ୍ରମ ରହିଛି। ସେପଟେ ଇରାନ୍‌ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ଏବଂ ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ଇସ୍ରାଏଲ-ଗାଜା ସଂଘର୍ଷ ଉପରେ ଫୋନ୍‌ରେ ଆଲୋଚନା କରିଛନ୍ତି। ରଇସି ସିରିଆ ରାଷ୍ଟ୍ରପତି ବସର ଅଲ୍‌-ଅସାଦଙ୍କ ସହ ମଧ୍ୟ ଫୋନ୍‌ରେ କଥା ହୋଇଛନ୍ତି। ଇସ୍ରାଏଲର ମୁକାବିଲା ପାଇଁ ଆରବ ଓ ଇସ୍‌ଲାମିକ୍‌ ରାଷ୍ଟ୍ରଗୁଡ଼ିକ ଏକାଠି ହେବା ଉଚିତ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ମୁକ୍ତ ନ କରିବା ଯାଏ ଗାଜାକୁ ପାଣି ଓ ବିଦ୍ୟୁତ୍‌ ଯୋଗାଣ କରାଯିବ ନାହିଁ ବୋଲି ଇସ୍ରାଏଲ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri