ନେତାନ୍ୟାହୁଙ୍କ ପୁଅ ଇସ୍ରାଏଲ ସେନା ମଧ୍ୟରେ ବାକ୍‌ଯୁଦ୍ଧ ସୋସିଆଲ ମିଡିଆରେ ଭାଇରାଲ…

ଜେରୁଜେଲମ,୨୦।୧୧ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଦେଢ଼ ମାସରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧରେ ଇସ୍ରାଏଲ ସେନା ଗାଜାର ଆତଙ୍କବାଦୀଙ୍କ ଉପରେ ଆତଙ୍କ ସୃଷ୍ଟି କରୁଛି। ଏଥି ସହିତ ଇସ୍ରାଏଲ ସେନା ଦ୍ୱାରା ହୋଇଥିବା ଆକ୍ରମଣରେ ଏପର୍ଯ୍ୟନ୍ତ ୧୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଗାଜାର ଉତ୍ତର ଭାଗରୁ ଆତଙ୍କବାଦୀଙ୍କୁ ହଟାଇବା ପରେ ଇସ୍ରାଏଲ ସେନା ବର୍ତ୍ତମାନ ଦକ୍ଷିଣ ଆଡକୁ ଗତି କରିଛି। ଏହି ସମୟରେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପୁଅ ୟେର ନେତାନ୍ୟାହୁ ହମାସ ଆକ୍ରମଣ ପାଇଁ ହାଇକୋର୍ଟର ଏକ ନିଷ୍ପତ୍ତି ଏବଂ ଇସ୍ରାଏଲ ସେନାର ବିଫଳତାକୁ ଦାୟୀ କରିଛନ୍ତି।

ଏହି ସମୟରେ, ନାସିରାଟ କ୍ୟାମ୍ପ ଉପରେ ଇସ୍ରାଏଲର ଷ୍ଟ୍ରାଇକରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜବାଲିଆ ଅଞ୍ଚଳରେ ତଥା ଏହାର ଶରଣାର୍ଥୀ ଶିବିରରେ ପୃଥକ ପୃଥକ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲ ଆକ୍ରମଣରେ ଗାଜା ମିଡିଆ ଇନଷ୍ଟିଚ୍ୟୁଟର ମୁଖ୍ୟଙ୍କ ସମେତ ତିନିଜଣ ଖବରଦାତାଙ୍କର ମୃତ୍ୟୁ ଘଟିଛି। ଯୁଦ୍ଧ ଆରମ୍ଭରୁ ଖବରଦାତାଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।

ଜେରୁଜେଲମ ପୋଷ୍ଟ ଅନୁଯାୟୀ, ଇସ୍ରାଏଲର ରିଜର୍ଭ ଫୋର୍ସ ୟେରଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେନା ଏକ ବିବୃତ୍ତି ଜାରି କରି କହିଛି ତୁମେ ଚୁପ ରହିଲେ ଭଲ ହେବ। ୮ ଶହୀଦଙ୍କୁ ହରାଇବା ପରେ ଆମେ ଦୁଃରେ ଅଛୁ। ୟେର ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଗାଜା ସୀମାରେ ସେନା ମୁତୟନ ପାଇଁ ହାଇକୋର୍ଟ ନିୟମ ପରିବର୍ତ୍ତନ କରିଛନ୍ତି। ଏହି କାରଣରୁ ହମାସ ଆତଙ୍କବାଦୀମାନେ ଆମ ସୀମାରେ ପ୍ରବେଶ କରିଥିଲେ। ସେ କହିଛନ୍ତି ଅକ୍ଟୋବର ୭ ରେ ହୋଇଥିବା ଆକ୍ରମଣ ଇସ୍ରାଏଲ ସେନାର ବିଫଳତା କାରଣରୁ ହୋଇଥିଲା କାରଣ ସେନା ହିଁ ନିଷ୍ପତ୍ତି ନେଇଥିଲା ଗାଜା ଷ୍ଟ୍ରିପକୁ ଇନ୍ଧନ ଯୋଗାଣ କେବେ ବି ବାଧାପ୍ରାପ୍ତ ହେବ ନାହିଁ ।

ୟେରଙ୍କ ବିବୃତ୍ତିକୁ କାଉଣ୍ଟର କରି ଇସ୍ରାଏଲ ସେନାର ରିଜର୍ଭ ଫୋର୍ସ କହିଛି ତୁମର ଇଗୋ କହୁଛି, ଭୁଲ ପାଇଁ ତୁମର ପିତା ଦାୟୀ। ଆମେ ଦେଶ ପାଇଁ ଶହୀଦ ହେଉଥିବା ସୈନିକମାନଙ୍କ ସହିତ ଅଛୁ। ତୁମେ ଏଠାରୁ ପଳାଇ ଯାଇଛନ୍ତି।

 

Share