ନୂଆଦିଲ୍ଲୀ,୧୧ା୩: ମଧ୍ୟପ୍ରାଚ୍ୟ ଏବଂ ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗୁ ଏପ୍ରିଲରେ ଅହମଦାବାଦ୍ରେ ହେବାକୁ ଥିବା ଏସିଆନ୍ ଭାରୋତ୍ତୋଳନ ଚାମ୍ପିୟନଶିପ୍କୁ ସ୍ଥଗିତ ରଖାଯିବା ସହ ମେ’ ମାସକୁ ଘୁଞ୍ଚାଇ ଦିଆଯାଇଛି। ଏହି ମହାଦେଶୀୟ ଇଭେଣ୍ଟ ଏପ୍ରିଲ ୧ରୁ ୧୦ ପର୍ଯ୍ୟନ୍ତ ହେବାର କାର୍ଯ୍ୟକ୍ରମ ରହିଥିଲା।
ବର୍ତ୍ତମାନ ଏହାକୁ ମେ’ ୧୨ରୁ ୧୭ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏସୀୟ ଭାରୋତ୍ତୋଳନ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ପ୍ରତିନିଧିମଣ୍ଡଳୀ ଯେପରି ସୁରକ୍ଷିତ ସହ ପ୍ରତିଯୋଗିତାରେ ଭାଗ ନେଇପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି।
ମଧ୍ୟପ୍ରାଚ୍ୟ ଓ ଉପସାଗର ଅଞ୍ଚଳର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ୨୦୨୬ ଏଡବ୍ଲ୍ୟୁଏଫ୍ ଏସିଆନ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍କୁ ଘୁଞ୍ଚାଇବାକୁ ପଡ଼ିଛି ବୋଲି ଏଡବ୍ଲ୍ୟୁଏଫ୍ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

